ଶୁଣିଲାନି ପ୍ରଶାସନ: କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ

ନନ୍ଦପୁର/ପାଡୁଆ,୨୫ା୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଗୋଲୁର ପଞ୍ଚାୟତ ଗଙ୍ଗାଗୁଡ଼ା ଗ୍ରାମବାସୀ ମିଳିତ ଭାବେ ନାଳ ଉପରେ ଏକ କାଠ ପୋଲ ନିର୍ମାଣ କରିଥିବା ଦେଖିବାକୁ ମିଳିଛି। ଗାଁଠାରୁ ୮୦୦ମିଟର ଦୂର ନାଳ ପାର ହୋଇ ପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲ, ପୋଷ୍ଟ ଅଫିସ, ଉପସ୍ବାସ୍ଥ୍ୟକେନ୍ଦ୍ର ଯିବାକୁ ପଡ଼ୁଛି। ନାଳ ଉପରେ ପୋଲ ନ ଥିବାରୁ ଗ୍ରାମବାସୀଙ୍କୁ ଜରୁରୀ କାର୍ଯ୍ୟ ପାଇଁ ୩ କି.ମି. ଦୂର ଅତିକ୍ରମ କରି ଯାତ୍ରାୟାତ କରିବାକୁ ପଡ଼ୁଥିଲା। ପୋଲ ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନ ପାଖରେ ଗୁହାରି କରିବା ସତ୍ତ୍ୱେ କେହି ନ ଶୁଣିବାରୁ ଗ୍ରାମବାସୀ ଚାନ୍ଦା ଆଦାୟ କରି ପୋଲ ନିର୍ମାଣ କରିଛନ୍ତି।
ସୂଚନାନୁଯାୟୀ, ଗଁାର ଛାତ୍ରୀଛାତ୍ର, କିଶୋରୀ, ଗର୍ଭବତୀ, ବୃଦ୍ଧାବୃଦ୍ଧଙ୍କୁ ବିଦ୍ୟାଳୟ, ପ୍ରାକ ଶିକ୍ଷା, ଚିକିତ୍ସା, ପୋଷଣ ଖାଦ୍ୟ, ଭତ୍ତା, ଚାଉଳ ନେବାକୁ ଗୋଲୁର ଗ୍ରାମକୁ ଆସିବାକୁ ଅସୁବିଧା ହେଉଥିଲା। ଏଥିଯୋଗୁ ଗଙ୍ଗାଗୁଡା ଗ୍ରାମବାସୀ ଗାଁ ପାର୍ଶ୍ୱରେ ପ୍ରବାହିତ ନାଳ ଉପରେ ଏକ ପୋଲ ନିର୍ମାଣ କରିବାକୁ ଭାବଥିଲେ। ପୋଲ ନିର୍ମାଣ ହେଲେ ଗ୍ରାମବାସୀଙ୍କୁ ମାତ୍ର ୮ଶହ ମିଟର ଦୂର ଅତିକ୍ରମ କରି ପଞ୍ଚାୟତ ସଦର ମହକୁମା ପହଞ୍ଚିପାରିବେ ବୋଲି ଉଲ୍ଲେଖ କରି ଗୋଲୁର ପଞ୍ଚାୟତ, ନନ୍ଦପୁର ବ୍ଲକ ଓ ଜିଲା ପ୍ରଶାସନକୁ ଅନୁରୋଧ ପତ୍ର ଦେଇଥିଲେ। ଏହା ସତ୍ତ୍ୱେ କେହି କର୍ଣ୍ଣପାତ ନ କରିବାରୁ ବାଧ୍ୟ ହୋଇ ଗ୍ରାମର ବିରଞ୍ଚି ମାଟାମ, ରାମ ମାଟାମ, ଲମ୍ବୁ ମାଟାମ, ଭୀମ ବୁରୁଡ଼ି ଓ ଅନ୍ୟ ଗ୍ରାମବାସୀ ପୋଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଗ୍ରାମବାସୀ ନିଜ ଭିତରେ ୨୦ ହଜାର ଟଙ୍କା ଆଦାୟ କରି କାଠ ବିଛାଇ ପୋଲ ନିର୍ମାଣ କରିଥିଲେ। ଏହି କାଠ ପୋଲ ଉପରେ ଲୋକେ ଯାତାୟାତ କରୁଛନ୍ତି। ପ୍ରଶାସନ ନାଳ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ଦାବି କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦେଶବାସୀଙ୍କ ପାଇଁ ଖୁସିଖବର: ଯୁଦ୍ଧ ମଧ୍ୟରେ ଏହି ୫ ବଡ଼ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୨୫।୩: ପଶ୍ଚିମ ଏସିଆରେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ସରକାର ଦେଶର ଅର୍ଥନୀତି ଏବଂ ସାଧାରଣ ଜନତାଙ୍କୁ ଏହାର ପ୍ରତିକୂଳ…

‘ଯୁଦ୍ଧ ମଧ୍ୟରେ ଆମେରିକାକୁ ମୂଲ୍ୟବାନ ଉପହାର ପଠାଇଲା ଇରାନ’, ଟ୍ରମ୍ପଙ୍କ ବଡ଼ ସୂଚନା, ସାରା ବିଶ୍ୱ ଚକିତ

ଓ୍ବାଶିଂଟନ୍‌,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଦାବି କରିଛନ୍ତି ଯାହା ସମଗ୍ର ବିଶ୍ୱକୁ ଚକିତ କରିଦେଇଛି। ଟ୍ରମ୍ପ କହିଛନ୍ତି ଯେ…

ଏପ୍ରିଲ ୬ରୁ ସକାଳୁଆ କୋର୍ଟ

କଟକ,୨୫।୩(କୁମାରଶ୍ରୀ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୬ରୁ ରାଜ୍ୟର ସମସ୍ତ ଜିଲା ଓ ଅଧୀନସ୍ଥ ଅଦାଲତ ସକାଳୁଆ ହେବ। ମଙ୍ଗଳବାର ଏ ନେଇ ହାଇକୋର୍ଟ…

ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ଶେଷ କରିବାକୁ ଅଣ୍ଟା ଭିଡ଼ିଲା ପାକିସ୍ତାନ, କିଏ କିଏ ବୈଠକରେ ଯୋଗଦେବେ, ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଭାବରେ ସୂଚିତ କରିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ଆଲୋଚନା ପାକିସ୍ତାନରେ…

ଡ୍ରଗ୍ସ ବେପାର ସନ୍ଦେହରେ ଚଢ଼ାଉ କରିଥିଲା ପୋଲିସ, ଘରୁ ମିଳିଲା… ଦେଖିକି ପୋଲିସ ତାଜୁବ

ଉଦଳା,୨୫।୩(ସନ୍ତୋଷ ବାଞ୍ଛିନୀ): ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ଘରୁ ମିଳିଲା ବିଡା ବିଡା ଟଙ୍କା ଆଉ ଚୋରା ବିଦେଶୀ ମଦ। ଡ୍ରଗ୍ସ ବେପାର ସନ୍ଦେହରେ ପୋଲିସ…

ନଈକେରା ବାଲିଘାଟ ଟେଣ୍ଡର ନ କରିବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ

କୋରାପୁଟ,୨୪ା୩(ଅମିତାଭ ବେହେରା): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭୁସଙ୍ଗଗୁଡ଼ା ପଞ୍ଚାୟତ ନଇକେରା ନଦୀଘାଟରୁ ବାଲି ଉଠାଣ ପାଇଁ ଖଣି ବିଭାଗ ପକ୍ଷରୁ ଟେଣ୍ଡର ନ କରିବାକୁ ଗ୍ରାମବାସୀ…

ଫସିଗଲେ ଟ୍ରମ୍ପ, ଆହୁରି ଲମ୍ବିପାରେ ଯୁଦ୍ଧ, ଭୟଙ୍କର ଚେତାବନୀ ଦେଲେ ବିଶେଷଜ୍ଞ, କହିଲେ…

ଓ୍ବାଶିଂଟନ୍‌,୨୫।୩: ଚିକାଗୋ ବିଶ୍ୱବିଦ୍ୟାଳୟର ପ୍ରଫେସର ରବର୍ଟ ପେପ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଏକ ଫାଶରେ ଫସି ଯାଇଛନ୍ତି। ତାଙ୍କ କହିବା ଅନୁସାରେ,…

ଯକ୍ଷ୍ମା ରୋଗରେ ପୀଡିତ ରମେଶ, ଚିକତ୍ସା ପାଇଁ ଅର୍ଥ ସାଜିଛି ବାଧକ

ମୋହନା, ୨୫।୩(ମ୍ନମଥ ମିଶ୍ର): ମୋହନା ସହରଠାରୁ ମାତ୍ର ଦୁଇ କି.ମି. ଦୂର ଲେକାପଦର ଗାଁର ରମେଶ ମଳିକ। ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ସେ ଅର୍ଥ ଅଭାବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri