ପୋଲ ନ ଭାଙ୍ଗୁ

ଅବ୍ୟବସ୍ଥିତ ଜୀବନଶୈଳୀ ଓ ଅସ୍ବାସ୍ଥ୍ୟକର ଖାଦ୍ୟ ଜୀବନ ପାଇଁ ବିପଦ ପାଲଟିଲାଣି। ଏହାଯୋଗୁ ବିଭିନ୍ନ ପ୍ରକାର ଅଣ-ସଂକ୍ରାମକ ରୋଗ ଯଥା ମଧୁମେହ, ମେଦବହୁଳତା, ଉଚ୍ଚ ରକ୍ତଚାପ, ହୃଦ୍‌ଘାତ ଦ୍ରୁତ ଗତିରେ ବଢ଼ିଚାଲିଛି। ଯେତେ ରୋଗ ଭାରତୀୟମାନଙ୍କୁ ପ୍ରଭାବିତ କରୁଛି ତନ୍ମଧ୍ୟରୁ ୫୬% ଏହିଭଳି ଅସ୍ବାସ୍ଥ୍ୟକର ଜୀବନଶୈଳୀ ସହ ସମ୍ପୃକ୍ତ ରୋଗ ବୋଲି ଇଣ୍ଡିଆନ କାଉନ୍‌ସିଲ ଫର୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ୨୦୨୪ ରିପୋର୍ଟରୁ ଜଣାପଡ଼ିଛି । ଏହାକୁ ଲକ୍ଷ୍ୟ କରି ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ ସାର୍ବଜନୀନ ସ୍ଥାନରେ ପ୍ରସ୍ତୁତ ଖାଦ୍ୟ ଯଥା ସିଙ୍ଗ୍‌ଡା, କଚୋଡି, ପିଜା, ବର୍ଗର, ଜିଲାପି ଏବଂ ଗୋଲାପଜାମୁ ଆଦିରେ କେତେ ସୁଗାର ଓ ଫ୍ୟାଟ ରହୁଛି ସେ ସମ୍ପର୍କିତ ବୋର୍ଡ କିମ୍ବା ଡିଜିଟାଲ ପୋଷ୍ଟର ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ପଦକ୍ଷେପର ଲକ୍ଷ୍ୟ ହେଉଛି ଲୋକେ କିଭଳି ସୁସ୍ଥ ଜୀବନଶୈଳୀ ଆପଣାଇବେ ଏବଂ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତ ହେବେ। ଏହା ପୂର୍ବରୁ ମଧ୍ୟ ୨୧ ଜୁନ୍‌ରେ କାର୍ଯ୍ୟାଳୟଗୁଡ଼ିକରେ ବ୍ୟବହାର କରାଯାଉଥିବା ଲେଟରହେଡ୍‌, ଏନ୍‌ଭଲ୍‌ପ ଏବଂ ନୋଟ୍‌ପ୍ୟାଡ୍‌ ଆଦିରେ ମେଦବହୁଳତା ରୋକିବା ସମ୍ପର୍କିତ ବାର୍ତ୍ତା ଉଲ୍ଲେଖ କରିବାକୁ ସ୍ବସ୍ଥ୍ୟ ମନ୍ତ୍ରଣାଳୟ କହିଥିଲା। ଏବେ ଆଇସିଏମ୍‌ଆର୍‌ ଓ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ନ୍ୟୁଟ୍ରିଶନ (ଏନ୍‌ଆଇଏନ୍‌) ତରଫରୁ ପ୍ରସ୍ତୁତ କରାଯାଇଥିବା ମଡେଲ ବୋର୍ଡରେ ଦର୍ଶାଯାଇଛି ଯେ, ଦିନକୁ ଅତିବେଶିରେ ଜଣେ ବ୍ୟକ୍ତି ୨୫ ଗ୍ରାମ୍‌ ସୁଗାର ଓ ୩୦ଗ୍ରାମ୍‌ ଫ୍ୟାଟ୍‌ ଖାଇପାରିବେ। ଏହି ବୋର୍ଡ ସାର୍ବଜନୀନ ସ୍ଥାନରେ ଲଗାଗଲେ ଖାଇବା ପୂର୍ବରୁ ଲୋକେ ଚିନ୍ତା କରିବେ ବୋଲି କୁହାଯାଇଛି। ଆଇସିଏମ୍‌ଆର୍‌ ବୈଜ୍ଞାନିକଙ୍କ ମତରେ ବୋର୍ଡ ଦେଖିଲେ ତିନୋଟି ସିଙ୍ଗଡ଼ା ଖାଉଥିବା ଜଣେ ଲୋକ ଗୋଟିଏରେ ଅଟକି ଯିବ। କନ୍ତୁ ଏହି ତାଲିକାରେ ଚିପ୍ସ, କୁର୍‌କୁରେ ଭଳି ପ୍ୟାକେଟରେ ମିଳୁଥିବା ଖାଦ୍ୟକୁ ବାରଣ କରିବା ପାଇଁ ଉପଦେଶ ଦିଆଯାଇ ନାହିଁ। ଅର୍ଥାତ ବଡ଼ କମ୍ପାନୀ ସୁରକ୍ଷିତ ରହି ବିଷାକ୍ତ ଖାଦ୍ୟ ବିକି ପାରିବେ। ଅନ୍ୟ ପଟେ ରାସ୍ତକଡ଼ର ସିଙ୍ଗଡ଼ା ଏବଂ ଜିଲାପି ବିକୁଥିବା କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ ସରକାର କଳର ଚଢ଼ାଉ ଆରମ୍ଭ ହେବ।
ନିର୍ଦ୍ୱନ୍ଦ୍ୱରେ କୁହାଯାଇପାରେ ଯେ, ସିଙ୍ଗଡ଼ା ଖାଉଥିବା ଲୋକଙ୍କୁ ସଂଖ୍ୟା ପରିବର୍ତ୍ତେ ଆକାର ବେଶି ପ୍ରଭାବିତ କରିଥାଏ। ଭୋକ ହେଉଥିବାବେଳେ ୫ରୁ ୭ ସିଙ୍ଗଡ଼ା ଖାଇଦେବା କୌଣସି ଗୋଟେ ବଡ଼ କଥା ନୁହେଁ। ଯଦି ସିଙ୍ଗଡ଼ାରେ ଅଧିକ ଲଙ୍କା ପଡ଼ିଥିବ, ତେବେ ସେହି ରାଗ ସମ୍ଭାଳିବା ପାଇଁ ୪/୫ଟି ଜିଲାପି ଖାଇହୁଏ। ଏଠାରେ ମନେପଡ଼େ ବିହାରରୁ ଆସିଥିବା ଏକ ରାଜନୈତିକ ଧ୍ୱନି, ଯାହା ହେଲା ”ଯବ୍‌ତକ୍‌ ରହେଗା ସମ୍‌ସେମେ (ସିଙ୍ଗଡ଼ା) ଆଲୁ, ତବ୍‌ ତକ୍‌ ବିହାର ମେ ରହେଗା ଲାଲୁ“। ଏଭଳି ପରିସ୍ଥିତିରେ ସମସ୍ତେ ଜାଣନ୍ତି ଯେ, ଆଳୁରେ ମଧ୍ୟ ସୁଗାର ବା ଚିନି ଅଂଶ ଥାଏ, ଯେଉଁଥିପାଇଁ ମଧୁମେହ ବା ଡାଇବେଟିସ ରୋଗୀଙ୍କୁ ଆଳୁ ଓ ଭାତ ଖାଇବାକୁ ମନା କରାଯାଏ। କେବଳ ସିଙ୍ଗଡ଼ା କିମ୍ବା ଜିଲାପି ଉପରେ ନୋଟିସ ଲଗାଇ ବିକ୍ରି କରିଦେଲେ ଦେଶ ସୁସ୍ଥ ହେବ ନାହିଁ। ଭାରତୀୟ ଯୁବତୀଯୁବକଙ୍କୁ ଦେଖିଲେ ସେମାନଙ୍କ ଶାରୀରିକ ପରିସ୍ଥିତି ଉପରେ ଦୟା ଆସେ। ଅଧିକାଂଶ ପ୍ରକାରର ଖାଦ୍ୟ ହଜମ କରିବାର ଶକ୍ତି ମଣିଷ ଦେହରେ ଅଛି। କିନ୍ତୁ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ହେଉଛି କଠିନ ବ୍ୟାୟାମ। ଖାଦ୍ୟଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଧାରଣ କରୁଛି ଶାରୀରିକ ବ୍ୟାୟାମ। ଏଠାରେ ବ୍ୟାୟାମ କହିବାର ଅର୍ଥ ନୁହେଁ ଜଣେ ଜିମ୍‌କୁ ଯାଇ ଓଜନ ଉଠାଇବ। ନିଜର ସବୁ କାର୍ଯ୍ୟ କରିବା ସହିତ ଯଦି ଘର କାମ ଏବଂ ବାହାର କାମ କରିବା ପାଇଁ ସାଧାରଣରେ ଯୁବଶକ୍ତି ସକ୍ରିୟ ହୋଇପାରିବ, ତେବେ ପେଟ ବାହାରିବ ନାହିଁ କିମ୍ବା ଗେଣ୍ଡା ଭଳିଆ କେହି ଦେଖାଯିବେ ନାହିଁ। ସବୁ ପ୍ରକାର ଖାଦ୍ୟ ଉପରେ କଟକଣା ଲଗାଇ ସେଥିରେ ମିଶୁଥିବା ଅଖାଦ୍ୟ ସମ୍ପର୍କରେ ଲିଖିତ ଭାବେ ଦିଆଗଲେ ମଧ୍ୟ ଅଧିକାଂଶ ନାଗରିକ ସେଗୁଡ଼ିକ ବୁଝିପାରିବେ ନାହିଁ। ସୁପ୍ରିମକୋର୍ଟ ହେଉ କିମ୍ବା ପାର୍ଲାମେଣ୍ଟ ସିଗାରେଟ ଭଳି ଖାଦ୍ୟ ଉପରେ ଅରୁଚିକର ଚିତ୍ର ମାରିଲେ କେହି ଖାଦ୍ୟ ତ୍ୟାଗ କରିପାରିବେ ନାହିଁ। ଜୀବନଶୈଳୀ ଏବଂ ଖାଦ୍ୟ ପସନ୍ଦ କରିବା ହେଉଛି ବ୍ୟକ୍ତିଗତ ବିଷୟ। ଆଜିକାଲି ପିଲାମାନେ ମଧ୍ୟ ଅତ୍ୟଧିକ ମୋଟା ହେବା ପଛରେ ସ୍ବିଗି ଏବଂ ଜୋମାଟୋ ଭଳି ଘରେ ଆଣି ତେଲିଆ ଖାଦ୍ୟ ଯୋଗାଉଥିବା ବ୍ୟବସ୍ଥା ଦାୟୀ। ସେଥିପାଇଁ ଲିଫ୍ଟ ପରିବର୍ତ୍ତେ ଶିଡ଼ି ଚଢ଼ିବା, ଶୋଷ ହେଲେ ନିଜେ ଉଠିକରି ପାଣି ଗ୍ଲାସ ପିଇବା ଭଳି ସହଜ ଏବଂ ସାଧାରଣ କାର୍ଯ୍ୟ କରିବା ସହିତ ନିଜର ସୁସ୍ଥତା ପାଇଁ ବ୍ୟାୟାମ କରିବା ଅତ୍ୟନ୍ତ ଆବଶ୍ୟକ। ସେଥିରେ ସରକାର କିମ୍ବା ଦେଶର ବ୍ୟବସ୍ଥା ମୁଣ୍ଡ ପୂରାଇବା ପରିବର୍ତ୍ତେ ଜନସାଧାରଣ ନିଜ ତରଫରୁ ସଜାଗ ହୋଇ ପରିଶ୍ରମ କରିବା ଦରକାର। ଏହାଛଡ଼ା ସରକାର ନିଜ କାମକୁ ଯଥା ବ୍ରିଜ ନିର୍ମାଣ, ରାସ୍ତା ତିଆରି ଭଳି କାର୍ଯ୍ୟକୁ ଗୁରୁତ୍ୱ ଦେବା ସହିତ ଦେଶ ଏବଂ ମହିଳାଙ୍କ ସୁରକ୍ଷାକୁ ଅଧିକ ଧ୍ୟାନ ଦେଇ ପାରିଲେ ତାହା ନାଗରିକଙ୍କ ପାଇଁ ମଙ୍ଗଳମୟ ହେବ। ନାଗରିକଙ୍କ ଦୈନନ୍ଦିନ ଜୀବନରୁ ସରକାର ଦୂରେଇ ଯିବା ଅତ୍ୟନ୍ତ ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

କ୍ଷମା ମାଗିଲେ ଜୁକରବର୍ଗ: ମୋଦି ସରକାରଙ୍କୁ କହିଲେ, ବହୁତ ଟଙ୍କା ମିଳିଥିଲା…

ନୂଆଦିଲ୍ଲୀ,୫।୮: ମାର୍କ ଜୁକରବର୍ଗ CSAM କଣ୍ଟେଣ୍ଟ, ଡିପଫେକ୍ କଣ୍ଟେଣ୍ଟ ଏବଂ ପ୍ଲାଟଫର୍ମ ପରିଚାଳନାରେ ହୋଇଥିବା ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେମାନଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ…

୨୦୨୭ ODI ବିଶ୍ୱକପକୁ ନେଇ ଆସିଲା ବଡ଼ ଅପଡେଟ: କାର୍ଯ୍ୟସୂଚୀ ଘୋଷଣା କଲା ICC

ନୂଆଦିଲ୍ଲୀ,୫।୮: 2027 ODI ବିଶ୍ୱକପର କାର୍ଯ୍ୟସୂଚୀକୁ ନେଇ ଏକ ବଡ଼ ଅପଡେଟ ପ୍ରକାଶ ପାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ପାଇଁ ତାରିଖ…

ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଅଚାନକ ଗସ୍ତ କଲେ ଜିଲାପାଳ, କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରି…

ନବରଙ୍ଗପୁର,୫ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପାଳ ଡ. ମହେଶ୍ୱର ସ୍ବାଇଁ ବୁଧବାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (CHC), ନିସ୍ନାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ…

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ସୁପ୍ରିମକୋର୍ଟ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି

ନୂଆଦିଲ୍ଲୀ,୫।୮: ଜଣେ ଆବେଦନକାରୀ କୌଣସି ରାଜନୈତିକ ସମାଧାନ ଆଧାରରେ ଛାତ୍ର ପ୍ରତିବାଦ ସମୟରେ ବିଶୃଙ୍ଖଳା ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ ବିରୋଧ କରିଛନ୍ତି। ଆବେଦନରେ ଆୟୋଜକଙ୍କ ଉପରେ…

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି; ‘ଅ’ ‘ଆ’ ବଦଳରେ ‘ଚ’ ରୁ ଆରମ୍ଭ ବର୍ଣ୍ଣମାଳା, ସରକାର କହିଲେ…

ଭୁବନେଶ୍ବର,୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ତ୍ରୁଟି ସାମ୍ନାକୁ ଆସିଛି । ସଂଶୋଧନ ପରେ ତ୍ରୁଟିକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅ ଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri