ବେରୋଜଗାର ନେଲା ଜୀବନ

ପାରଳାଖେମୁଣ୍ଡି,୨୦।୧: ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ମକ୍କାତୋଟାଆମ୍ମା ମନ୍ଦିର ପଛ ପାର୍ଶ୍ୱରେ ଥିବା ସାହିରେ ଶୁକ୍ରବାର ଜଣେ ଯୁବକ ବେକରେ ଶାଢିବାନ୍ଧି ପଙ୍ଖାରେ ଓହଳି ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକ ହେଲେ ଶ୍ରୀପତି ଚନ୍ଦ୍ରହାସନ(୨୨)। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ବେରୋଜଗାର ଯୋଗୁ ସେ ଚିନ୍ତିତ ଥିଲେ ବୋଲି ଜଣାପଡିଛି। ଚନ୍ଦ୍ରହାସନ ଜଣେ ମିଷ୍ଟଭାସୀ ଓ ମେଳାପି ଯୁବକ ଥିଲେ। ହେଲେ ସେ କାହିଁକି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇ ତାହାକୁ ନେଇ ଚର୍ଚ୍ଚା ହେଉଛି । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଅଭିଯୋଗ ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପକ୍ଷେ ଘଟଣାର ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ କୁହାଯାଇଛି।