ମାର୍ଚ୍ଚରେ ବେରୋଜଗାର ହାର ୭.୮ %

ନୂଆଦିଲ୍ଲୀ,୩।୪: ବିଗତ କିଛି ମାସ ହେବ ଦେଶର ବେରୋଜଗାର ହାର କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି। ଏପରିକି ଚଳିତ ବର୍ଷ ମାର୍ଚ୍ଚ ମାସର ବେରୋଜଗାର ହାର ଗତ ୩ ମାସ ଅପେକ୍ଷା ସର୍ବାଧିକ ବୋଲି ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ)ର ରିର୍ପୋଟରେ ଉଲ୍ଲେଖ କରାଯାଇଛି। ବିଶେଷ କରି ରବିବାର ସିଆଇଏମଇ ପକ୍ଷରୁ ୨୦୨୩ ମାର୍ଚ୍ଚ ମାସର ରିପୋର୍ଟ ପ୍ରକାଶ କରାଯାଇଛି। ଉକ୍ତ ରିର୍ପୋଟ ଅନୁସାରେ ଭାରତର ବେରୋଜଗାରୀ ହାର ୨୦୨୩ ମାର୍ଚ୍ଚରେ ୭.୮% ରହିଛି। ଅପରପକ୍ଷରେ ୨୦୨୨ ଡିସେମ୍ବର ମାସରୁ ଦେଶରେ ବେରୋଜଗାର ହାର ଲଗାତର ଭାବେ ବଢ଼ି ଚାଲିଛି, ସେତେବେଳେ ଏହି ହାର ୮.୩୦% ଥିଲା। ଏପରିକି ୨୦୨୩ ଜାନୁୟାରୀରେ ଉକ୍ତ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟି ୭.୧୪ ହୋଇଥିଲା। ହେଲେ୨୦୨୩ ଫେବୃୟାରୀରେ ଏହି ହାର ପୁଣି ବଢ଼ି ୭.୪୫% ହୋଇଥିଲା।

ଉଲ୍ଲେଖଯୋଗ୍ୟ ୨୦୨୩ ମାର୍ଚ୍ଚରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଅଧିକ ବେକାରି ସୃଷ୍ଟି ହୋଇଛନ୍ତି। ଏପରିକି ସହରାଞ୍ଚଳରେ ବେକାରି ହାର ୮.୪% ରହିଥିବା ବେଳେ ଗ୍ରାମାଞ୍ଚଳରେ ୭.୫% ରହିଛି। ଏ ସମ୍ପର୍କରେ ସିଏମଆଇଇର ଏମଡି ମହେଶ ବ୍ୟାସ କହିଛନ୍ତି, ଚଳିତ ବର୍ଷ ମାର୍ଚ୍ଚରେ ଭାରତୀୟ ଶ୍ରମ ବଜାରରେ ହ୍ରାସ ଦେଖିବାକୁ ମିଳିଛି, ଏହାର ପ୍ରଭାବ ଶ୍ରମ ଶକ୍ତିର ଭାଗିଦାରିତା (ଲେବର ଫୋର୍ସ ପାର୍ଟିସ୍ପେସନ)ଉପରେ ମଧ୍ୟ ପକାଇଛି। ବିଶେଷ କରି ଶ୍ରମ ଶକ୍ତିର ଭାଗିଦାରିତା ହାର ୩୯.୯% ରୁ ୩୯.୮%କୁ ହ୍ରାସ ହୋଇଛି। ଫଳରେ ନିଯୁକ୍ତି ହାର ଫେବୃୟାରୀ ମାସ ୩୬.୯% ରୁ ଖସି ମାର୍ଚ୍ଚରେ ୩୬.୭% ରେ କମିଛି, ନିଯୁକ୍ତି ସଂଖ୍ୟା ୪୦୯.୯ ମିଲିୟନରୁ ୪୦୭.୬ ମିଲିୟନ ଖସିଛି।

ଅପରପକ୍ଷରେ ଦେଶରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ହରିଆଣାରେ ସର୍ବାଧିକ ବେରୋଜଗାରୀ ରହିଛି। ଏଠାରେ ବେରୋଜଗାରୀ ହାର ୨୬.୮% ରହିଥିବା ବେଳେ ରାଜସ୍ଥାନ ୨୬.୪%, ଜମ୍ମୁ-କଶ୍ମୀର ୨୩.୧%, ସିକ୍କିମ୨୦.୭% , ବିହାର ୧୭.୬% ଏବଂ ଝାଡଖଣ୍ଡରେ ବେରୋଜଗାରୀ ହାର ୧୭.୫%ରେ ରହିଛି। ତେବେ ନିଯୁକ୍ତି ଦେବାରେ ଛତିଶଗଡ଼ ସରକାର ଭଲ ପ୍ରଦର୍ଶନ କରିଛନ୍ତି। ଦେଶରେ ଛତିଶଗଡ଼ରେ ବେରୋଜଗାରୀ ହାର ସବୁଠାରୁ କମ୍‌ ରହିଛି। ଏଠାରେ ମାତ୍ର ୦.୮% ବେରୋଜଗାରୀ ହାର ରହିଥିବା ବେଳେ ତା ପଛକୁ ୧.୫% ସହ ପୁଡ଼ୁଚେରୀ ୧.୮% ଗୁଜରାଟ ୨.୩ % କର୍ନାଟକ, ଓଡ଼ିଶା ଓ ମେଘାଳୟରେ ବେରୋଜଗାରୀ ହାର ୨.୬% ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri