ବେକାରି, ପ୍ରଦୂଷଣ ବଡ଼ ସମସ୍ୟା

୧୯୯୩ ଏପ୍ରିଲ ୧ରେ ଅନୁଗୋଳକୁ ମିଳିଥିଲା ଜିଲା ମାନ୍ୟତା। ପ୍ରକୃତି ଓ ପ୍ରାକୃତିକ ସମ୍ପଦରେ ଭରପୂର ଏହି ଜିଲା ଦୀର୍ଘ ୩୦ ବର୍ଷ ମଧ୍ୟରେ ଅନେକ କ୍ଷେତ୍ରରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିପାରିଛି। ବିଶେଷକରି ଶିଳ୍ପ କ୍ଷେତ୍ରରେ ଏହା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚୟ ହାସଲ କରିସାରିଛି। ରାଜସ୍ବ ପ୍ରଦାନରେ ମଧ୍ୟ ରାଜ୍ୟରେ ଆଗୁଆ ରହିଛି। ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନରେ ପୂର୍ବାପେକ୍ଷା ଜିଲାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଜିଲାର ବହୁ ଦୁର୍ଗମ ଅଞ୍ଚଳକୁ ସଡ଼କ, ପୋଲ ସଂଯୋଗ କରାଯାଇଛି। ଗାଁ ଓ ସହରର ସୌନ୍ଦର୍ଯ୍ୟକରଣ କରାଯାଇଛି। କିନ୍ତୁ କୃଷି ପାଇଁ ଜଳସେଚନ ବ୍ୟବସ୍ଥାରେ ସେପରି ସୁଧାର ଆସିପାରି ନାହିଁ। ବିଭିନ୍ନ ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପ ସେହି ପ୍ରସ୍ତାବରେ ଥିବାବେଳେ ମେଗା ପାନୀୟ ଜଳ ପ୍ରକଳ୍ପ କ୍ଷେତ୍ରରେ ଅଗ୍ରଗତି ଘଟିଛି। ତେବେ ଖଣିଜ ଅଞ୍ଚଳରେ ନିଯୁକ୍ତି ଓ ପ୍ରଦୂଷଣ ସମସ୍ୟାର ସମାଧାନ କ୍ଷେତ୍ରରେ ସେପରି ଆଖିଦୃଶିଆ ସଫଳତା ମିଳିପାରି ନାହିଁ। ସେହିପରି ପର୍ଯ୍ୟଟନ ଶିଳ୍ପ ମଧ୍ୟ ପୂର୍ବପରି ଅଣଦେଖାର ଶିକାର ହୋଇଛି। ସ୍ମାର୍ଟ କ୍ଲାସ, ସ୍ମାର୍ଟ ପାଠାଗାର

ଅନୁଗୋଳ ଅଫିସ,୪।୧(ଅମିତ କୁମାର ସାମଲ): ଶିକ୍ଷାକ୍ଷେତ୍ରରେ ଅନୁଗୋଳ ଜିଲା ବେଶ୍‌ ଅଗ୍ରସର ହୋଇଛି। ଜିଲାର ବିଭିନ୍ନ ବିଦ୍ୟାଳୟର ରୂପାନ୍ତରୀକରଣ କରାଯାଇଛି। ୧୨ଶହରୁ ଊର୍ଦ୍ଧ୍ୱ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୪୪ଟି ଆଶ୍ରମ ବିଦ୍ୟାଳୟକୁ ଅପଗ୍ରେଡେଶନ୍‌ କରାଯାଉଛି। ସ୍ମାର୍ଟ କ୍ଲାସ୍‌ରୁମ୍‌ ସାଙ୍ଗକୁ ପାଠାଗାର, ବିଜ୍ଞାନାଗାର, ଖେଳପଡ଼ିଆ ଛାତ୍ରୀଛାତ୍ରଙ୍କ ମନକୁ ପାଉଛି। ଶୈକ୍ଷିକ ବାତାବରଣ ସୃଷ୍ଟି ନିମନ୍ତେ ଚାଲିଥିବା ପ୍ରୟାସ ଅନେକ କ୍ଷେତ୍ରରେ ସଫଳ ହୋଇଥିବା ପରିଲକ୍ଷିତ ହେଉଛି। ସେହିପରି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରୀଛାତ୍ରଙ୍କୁ ବିଶେଷଭାବେ ଶିକ୍ଷାଦାନ ସହ ବ୍ଲାକ ଡାଇମଣ୍ଡରେ ବିଶ୍ୱସ୍ତରୀୟ ଲାଇବ୍ରେରି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ସୌନ୍ଦର୍ଯ୍ୟକରଣ, ଗମନାଗମନ
ଅନୁଗୋଳ ଜିଲାରେ ଥିବା ୨୨୫ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ସୌନ୍ଦର୍ଯ୍ୟକରଣ କରାଯାଇଛି। ଗ୍ରାମାଞ୍ଚଳବାସୀଙ୍କ ଆମୋଦ ପ୍ରମୋଦକୁ ଗୁରୁତ୍ୱ ଦିଆଯାଇ ରୁରାଲ ପାର୍କ ନିର୍ମାଣ କରାଯାଇଛି। ଅନୁଗୋଳ ଓ ତାଳଚେର ସହରର ସୌନ୍ଦର୍ଯ୍ୟକରଣ ଲୋକଙ୍କ ମନକୁ ପାଉଛି। ତେବେ ପର୍ଯ୍ୟଟନ ଶିଳ୍ପକୁ ପେପରି ଗୁରୁତ୍ୱ ଦିଆଯିବା କଥା ତାହା ଦେଖାଯାଉ ନାହିଁ। ସେହିପରି ଜିଲାରେ ଥିବା ବିଭିନ୍ନ ବିଚ୍ଛିନ୍ନାଞ୍ଚଳର ୫୦ଟି ଗାଁକୁ ରାସ୍ତା ସଂଯୋଗୀକରଣ ସହ ଅନ୍ୟାନ୍ୟ ସୁବିଧା କରାଯାଇଛି।
ଭିନ୍ନକ୍ଷମଙ୍କୁ ମିଳୁଛି କୃତ୍ରିମ ଅଙ୍ଗ
ଅନୁଗୋଳ ଜିଲାରେ ଅତ୍ୟାଧୁନିକ ଏଆର୍‌ସି ପ୍ରତିଷ୍ଠା ହୋଇଛି। ଏଠାରେ ଲୋକଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଉଛି। ଫଳରେ ଅନେକ ଶାରୀରିକ ଅକ୍ଷମ ଲୋକେ ସକ୍ଷମଙ୍କ ଭଳି ଅନୁଭବ କରିପାରୁଛନ୍ତି। ଜିଲାର କୋଣ ଅନୁକୋଣରେ ଥିବା ଦିବ୍ୟାଙ୍ଗମାନେ ଏହାର ସୁବିଧା ନେଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।
ନୂଆ ରୂପ ପାଉଛି
ମୁଖ୍ୟ ଚିକିତ୍ସାଳୟ
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନୂଆ ରୂପରେଖ ଦିଆଯାଉଛି। ୫ ମହଲା ବିଶିଷ୍ଟ ନୂଆ ଅଟ୍ଟାଳିକା ନିର୍ମାଣ ଚାଲିଛି। ଏଥିରେ ଟ୍ରମା କେୟାର ସେଣ୍ଟର ସହ ଆଇସିୟୁ, ବର୍ଣ୍ଣ ୟୁନିଟ୍‌, ସିଙ୍ଗଲ କେଭିନ୍‌, ଟୁଇନ୍‌ କେଭିନ୍‌, ଜେନେରାଲ ବେଡ୍‌, ଓଟି କମ୍ପଲେକ୍ସ, ଏମ୍‌ଆର୍‌ଆଇ, ସିଟି ସ୍କାନ୍‌ ଆଦିର ବ୍ୟବସ୍ଥା କରାଯାଉଛି। ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଚିକିତ୍ସା କ୍ଷେତ୍ରରେ ଡାକ୍ତର ଅଭାବ ବଡ଼ ଅସୁବିଧା ସୃଷ୍ଟି କରୁଛି।
କ୍ରୀଡ଼ାକୁ ମିଳିଛି ବଳିଷ୍ଠ ଭିତ୍ତିଭୂମି
ଅନୁଗୋଳ ଜିଲାରେ କ୍ରୀଡ଼ାର ବିକାଶ ପାଇଁ ବହୁ ବ୍ୟବସ୍ଥା କରାଯାଉଛି। ବିଶେଷକରି ପ୍ରତିଭାବାନ୍‌ ଖେଳାଳିଙ୍କୁ ବିଭିନ୍ନ କ୍ଷେତ୍ରରେ ସୁଯୋଗ ଦେବା ପାଇଁ ଉଦ୍ୟମ ଜାରି ରହିଛି। ଅନୁଗୋଳ ଓ ତାଳଚେରଠାରେ ଦୁଇଟି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଅନୁଗୋଳ ଷ୍ଟାଡିୟମର ନବକଳେବର କରାଯାଉଛି। ଏହାକୁ କ୍ରୀଡ଼ା କମ୍ପ୍ଲେକ୍ସ ଭାବେ ନିର୍ମାଣ କରାଯାଉଛି।
ଶେଷ ପର୍ଯ୍ୟାୟରେ ମେଗା ପାନୀୟ ପ୍ରକଳ୍ପ
ଅନୁଗୋଳ ଜିଲାର ବିଭିନ୍ନ ବ୍ଲକବାସୀଙ୍କ ପାଇଁ ମେଗା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହେଉଛି। ଛେଣ୍ଡିପଦା, କଣିହଁା, ତାଳଚେର, ବଅଁରପାଳ ବ୍ଲକର ଲୋକଙ୍କ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ଆଠମଲ୍ଲିକ ଓ ତାଳଚେରବାସୀଙ୍କ ପାଇଁ ମଧ୍ୟ ମେଗା ପ୍ରକଳ୍ପ ଯୋଜନା ରହିଛି।
କୃଷି କ୍ଷେତ୍ରରେ ସଫଳତା ନାହିଁ
ଖଣିଜରେ ପରିପୂର୍ଣ୍ଣ ଅନୁଗୋଳ ଜିଲାର ଅନେକ ବ୍ଲକରେ କୃଷକମାନେ ଜଳସେଚନ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। ବହୁ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମ ହୋଇପାରୁ ନାହିଁ। ଶୀଳତ ଭଣ୍ଡାର ନ ଥିବାରୁ ଚାଷୀମାନେ ଉତ୍ପାଦିତ ଫସଲର ସଂରକ୍ଷଣ କରିପାରୁ ନାହାନ୍ତି। ତେବେ ଏଗ୍ରିକଲଚର ପ୍ରଡ଼୍ୟୁକଶନ୍‌ ମିଶନ(ଏପିସି) ନିର୍ମାଣ କରାଯାଇଥିବାରୁ ଚାଷୀମାନେ କିଭଳି ସୁବିଧା ପାଇପାରିବେ, ସେ ନେଇ ବ୍ୟବସ୍ଥା ଜିଲା ପ୍ରଶାସନ ପକ୍ଷରୁ କରାଯାଉଛି। ମାଣ୍ଡିଆ କ୍ଷେତ୍ରରେ ଜିଲା ସଫଳତା ପାଇଛି।
ଖଣିଜ ଅଞ୍ଚଳର
କ୍ଷତିଗ୍ରସ୍ତ ହତାଦର
ଶିଳ୍ପାୟନରେ ଆଗୁଆ ଥିବା ଅନୁଗୋଳ ଜିଲାରେ ନିଯୁକ୍ତି ବଡ଼ ସମସ୍ୟା ଭାବେ ଉଭା ହୋଇଛି। ବିଶେଷକରି ଖଣିଖାଦାନ ପାଇଁ କ୍ଷତିଗ୍ରସ୍ତ ଓ ବିସ୍ଥାପିତ ହୋଇଥିବା ପରିବାରର ଅନେକ ଯୁବତୀ ଯୁବକ ଏଯାଏ ନିଯୁକ୍ତି ପାଇପାରି ନାହାନ୍ତି। ଜିଲାରେ ଗଢ଼ି ଉଠୁଥିବା ଶିଳ୍ପଗୁଡ଼ିକରେ ବାହାର ଲୋକଙ୍କୁ ନିଯୁକ୍ତି ନେଇ ବାରମ୍ବାର ଅଭିଯୋଗ ଆସୁଥିବା ବେଳେ ସରକାରୀ ନିୟମ ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ୯୦ ପ୍ରତିଶତଙ୍କୁ ଚାକିରି ଦିଆଯାଇପାରୁ ନାହିଁ। ସେହିପରି ଜିଲାରେ ପ୍ରଦୂଷଣର ବିଷ ବଳୟକୁ ନେଇ ଆନ୍ଦୋଳନମାନ ମୁଣ୍ଡ ଟେକିଲାଣି। ବିଶେଷକରି ତାଳଚେର, କଣିହଁା ଅଞ୍ଚଳରେ ପ୍ରଦୂଷଣସ୍ତର ବଢ଼ିବାରେ ଲାଗିଛି। ଫଳରେ ଅଞ୍ଚଳବାସୀ ନାନା ରୋଗରେ ପଡ଼ୁଥିବା ବେଳେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ତଥାପି ପ୍ରଦୂଷଣ ହ୍ରାସ ଦିଗରେ ସେପରି ସଫଳତା ଜିଲାକୁ ମିଳିପାରୁ ନାହିଁ।

ରାଜପଥ କାର୍ଯ୍ୟ ସରୁ ନ ଥିବାରୁ ପଛୁଆ
ଅନୁଗୋଳ ଜିଲା ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଏଯାଏ ଶେଷ ହୋଇପାରି ନାହିଁ। ଫଳରେ ବ୍ୟବସାୟିକ କ୍ଷେତ୍ରରେ ଜିଲା ପଛରେ ପଡ଼ୁଛି। ସେହିପରି ଅଭିଜ୍ଞ ଡାକ୍ତର ଅଭାବ ଜିଲା ଚିକିତ୍ସାଳୟରେ ରହିଛି। ତେଣୁ ଉତ୍ତମ ସେବା ବଦଳରେ ରୋଗୀଙ୍କୁ ଏଠାରୁ ରେଫର୍‌ କରିଦିଆଯାଉଛି।
– ବିରଞ୍ଚି ନାୟକ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ

ପର୍ଯ୍ୟଟନ ଶିଳ୍ପକୁ ଗୁରୁତ୍ୱ ଦିଆଯାଉନି
ସାତକୋଶିଆ ଅଭୟାରଣ୍ୟକୁ ପ୍ରତିବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳୁଛି। ହେଲେ ଏହାର ଅଧିକ ବିକାଶ ପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ସେହିପରି ଜିଲାରେ ଥିବା ବିଭିନ୍ନ ଦେବଦେବୀ ପୀଠ ଓ ପିକ୍‌ନିକ୍‌ ସ୍ପଟ୍‌ର ଉନ୍ନତୀକରଣ କରାଯାଇ ଏହାକୁ ପର୍ଯ୍ୟଟନସ୍ଥଳୀରେ ପରିଣତ କଲେ ଅଧିକ ରାଜସ୍ବ ଆସିପାରନ୍ତା। କିନ୍ତୁ ଏଥିପ୍ରତି ଗୁରୁତ୍ୱ ଦିଆଯାଉ ନାହିଁ।
– ତେତ୍ରାନନ୍ଦ ସାମନ୍ତ, ବୁଦ୍ଧିଜୀବୀ

 

ଅନୁଗୋଳରେ ବିଶ୍ୱବିଦ୍ୟାଳୟ ଆବଶ୍ୟକ
ଅନୁଗୋଳ ଜିଲାର ଶୈକ୍ଷିକ ବାତାବରଣରେ ଉନ୍ନତି ଆସିଛି। କିନ୍ତୁ ଜିଲାରୁ ଅଧିକ ମେଧାବୀ ପିଲା ବାହାରିବାକୁ ହେଲେ ଖାଲିପଡ଼ିଥିବା ଶିକ୍ଷକ ପଦବୀସବୁ ପୂରଣ କରାଯିବା ଦରକାର। ସମସ୍ତ ବିଦ୍ୟାଳୟରେ ପାଠାଗାର ନିର୍ମାଣ ଆବଶ୍ୟକ। ଛାତ୍ରୀଛାତ୍ରଙ୍କୁ ପୁସ୍ତକ ଓ ପୁସ୍ତକାଭିମୁଖୀ କରାଯାଇପାରିଲେ ଶିକ୍ଷାର ବିକାଶ ହୋଇପାରିବ। ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ପ୍ରଦାନ ସହ ଜିଲାରେ ମେଡିକାଲ କଲେଜର ଆବଶ୍ୟକ ରହିଛି।
– ରମାମଞ୍ଜରୀ ସହୁ, ଅବସରପ୍ରାପ୍ତ ପ୍ରାଧ୍ୟାପିକା
ସମସ୍ୟାରେ ସୁଧାର ଅଣାଯିବ
ଅନୁଗୋଳ ଜିଲାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତର ଅଭାବ ସମସ୍ୟା ରହିଛି। ଚଳିତବର୍ଷ ଜିଲାରେ ଅଧିକ ସଂଖ୍ୟାରେ ଡାକ୍ତର ନିଯୁକ୍ତି କରାଯିବକୁ ଲକ୍ଷ୍ୟ ରଖାଯାଇଛି। ପ୍ରଦୂଷଣ ହ୍ରାସ ପାଇଁ ସମସ୍ତଙ୍କ ଉଦ୍ୟମ ଆବଶ୍ୟକ। ଜନତାଙ୍କ ଠାରୁ ଆରମ୍ଭ କରି ସାମାଜିକ ସଙ୍ଗଠନ, ଶିଳ୍ପ ଓ ଖଣି କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଲେ ରୋକ୍‌ ଲଗାଇହେବ। ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବହୁ ସୁଯୋଗ ରହିଛି। ସମୟାନୁକ୍ରମେ ଏ କ୍ଷେତ୍ରରେ ସୁଧାର ଅଣାଯିବ। ଡେରଜାଙ୍ଗ ପ୍ରୋଜେକ୍ଟର ଉନ୍ନତୀକରଣ କରାଯିବ।
– ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri