Posted inଜାତୀୟ

ଭାରତରେ ଅଧିକ ବେରୋଜଗାରି, ପଡ଼ୋଶୀ ଦେଶଗୁଡ଼ିକ ତୁଳନାରେ ସର୍ବାଧିକ

ନୂଆଦିଲ୍ଲୀ,୨୬।୨: ୨୦୨୨ରେ ଭାରତର ଯୁବ ବେରୋଜଗାରି ହାର ୨୩.୨୨% ଥିଲା, ଯାହାକି ଅନ୍ୟ ପଡ଼ୋଶୀ ଦେଶଗୁଡ଼ିକ ତୁଳନାରେ ସର୍ବାଧିକ। ଯୁବ ବେରୋଜଗାରି ହାର ପାକିସ୍ତାନରେ ୧୧.୩% ଥିବାବେଳେ ବାଂଲାଦେଶରେ ୧୨.୯% ଓ ଭୁଟାନରେ ୧୪.୪% ଥିଲା। ସେହି ବର୍ଷ ଚାଇନାରେ ବେକାରି ହାର ୧୩.୨ ପ୍ରତିଶତ ରହିଥିବା ବିଶ୍ୱବ୍ୟାଙ୍କ ରିପୋର୍ଟରୁ ଜଣାପଡ଼ିଛି।

ଶ୍ରମ ସଙ୍ଗଠନ (ଆଇଏଲ୍‌ଓ)ର ଆକଳନ ଆଧାରରେ ପ୍ରସ୍ତୁତ ଉକ୍ତ ରିପୋର୍ଟ ଅନୁସାରେ ସିରିଆରେ ୨୨.୧%, ଇଣ୍ଡୋନେସିଆ ୧୩%, ମାଲେସିଆ ୧୧.୭%, ଭିଏଟ୍‌ନାମ ୭.୪%, ଦକ୍ଷିଣ କୋରିଆ ୬.୯% ଓ ସିଙ୍ଗାପୁରରେ ଯୁବ ବେରୋଜଗାରି ହାର ୬.୧% ରହିଥିଲା। ଯୁବ ବେରୋଜଗାରି କହିଲେ ଶ୍ରମଶକ୍ତିର ୧୫ରୁ ୨୪ ବର୍ଷ ବୟସ୍କ ବ୍ୟକ୍ତିକୁ ବୁଝାଏ, ଯାହାଙ୍କ ହାତରେ ନିଯୁକ୍ତି ନ ଥାଏ। ସେମାନେ ସ୍କୁଲ, କଲେଜରେ ସଦ୍ୟ ପାଠପଢ଼ା ସାରି ତତ୍ପରତା ସହ ଚାକିରି ଖୋଜୁଥାଆନ୍ତି। ୧୫-୩୪ ବର୍ଷ ବୟସ୍କ ପ୍ରାୟ ୩୬% ଭାରତୀୟ ଦେଶରେ ବେରୋଜଗାରିକୁ ସବୁଠୁ ବଡ଼ ସମସ୍ୟା ବୋଲି ମନେକରନ୍ତି। କ୍ୟାରିୟର ଅଭିଳାଷା, ନିଯୁକ୍ତି ପସନ୍ଦ ଓ ଭାରତୀୟ ଯୁବପିଢ଼ିଙ୍କ ଆକାଂକ୍ଷାକୁ ବିଶ୍ଲେଷଣ କରିବା ପାଇଁ ଲୋକନୀତି-ସିଏସ୍‌ଡିଏସ୍‌ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଏହି ବିଷୟ ଜଣାପଡ଼ିଛି। ଏଥିରେ ଆହୁରି କୁହାଯାଇଛି ଯେ, ଗତ ୧ ଦଶନ୍ଧି ମଧ୍ୟରେ ଭାରତର ଯୁବ ବେରୋଜଗାରି ହାର ପ୍ରାୟ ୨୨% ରହିଆସିଥିଲା।

‘ବେକାର’ ରୂପେ ପଞ୍ଜୀକୃତ ହେବା ପାଇଁ ଜଣେ ବ୍ୟକ୍ତି ନିଶ୍ଚିତ ଭାବେ କାର୍ଯ୍ୟକ୍ଷମ ଓ ବେରୋଜଗାର ହୋଇଥିବା ଦରକାର। ଏଥିସହ ସେ ଚାକିରି ମଧ୍ୟ ଖୋଜୁଥିବା ଆବଶ୍ୟକ। ସାଧାରଣତଃ ଯୁବ ବେରୋଜଗାରି ହାର ବୟସ୍କ ବେରୋଜଗାରି ହାରଠାରୁ ଅଧିକ ରହିଥାଏ। କାରଣ ଅନେକ ସ୍ନାତକ ଡିଗ୍ରୀ ହାସଲକାରୀ ବ୍ୟକ୍ତି ନିଜ ଶିକ୍ଷା ଶେଷ କରିବା ପରେ ଚାକିରି ପାଇ ନ ଥାନ୍ତି। ଭାରତରେ ମଧ୍ୟ ଏହି ସ୍ଥିତି ଦେଖିବାକୁ ମିଳିଥାଏ। ଜାତୀୟ ବେରୋଜଗାରି ହାରଠାରୁ ଯୁବ ବେରୋଜଗାରି ଅଧିକ ରହିଆସିଛି। ୨୦୨୦ରେ କୋଭିଡ୍‌-୧୯ ମହାମାରୀଜନିତ ଲକ୍‌ଡାଉନ୍‌ ବେଳେ ଦେଶରେ ବେରୋଜଗାରି ହାର ସର୍ବାଧିକ ୩୦.୯୦% ଥିବାବେଳେ ୨୦୨୧ରେ ଏହା ସାମାନ୍ୟ ହ୍ରାସ ପାଇ ୨୩.୮୯% ଥିଲା। ୨୦୨୨ରେ ଭାରତୀୟ ଯୁବ ବେରୋଜଗାରିଙ୍କ ହାର ୨୩.୨୨% ରହିଥିଲା। ତେବେ ଏସିଆ-ପ୍ରଶାନ୍ତ ମହାସାଗରିୟ କ୍ଷେତ୍ରର ରାଷ୍ଟ୍ରଗୁଡ଼ିକୁ ଦେଖିଲେ ଭାରତରେ ବେକାରି ସମସ୍ୟା ମଧ୍ୟମ ସ୍ଥିତିରେ ରହିଛି। କାମ୍ବୋଡିଆରେ ସର୍ବନିମ୍ନ ୧%ରୁ କମ୍‌ ବେରୋଜଗାରି ଥିବାବେଳେ ଆଫଗାନିସ୍ତାନରେ ଏହା ସର୍ବାଧିକ ୮.୮% ରହିଛି। ବିଗତ ୨ ଦଶନ୍ଧିର ସ୍ଥିତିକୁ ଅନୁଧ୍ୟାନ କଲେ ପୂର୍ବ ଏସିଆ ଓ ପାସିଫିକ୍‌ ତୁଳନାରେ ଆରବ ଜଗତରେ ବିଶ୍ୱର ସର୍ବାଧିକ ବେରୋଜଗାରି ରହିଥିବା ଜଣାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

ଜାଣନ୍ତି କି ସରକାରୀ ଅନୁମୋଦନ ପାଇଥିବା ୨ ବିମାନ କମ୍ପାନୀର ମାଲିକ କିଏ?

ନୂଆଦିଲ୍ଲୀ,୨୫ା୧୨: କେନ୍ଦ୍ର ସରକାର ଇଚ୍ଛା ପ୍ରକାଶ କରୁଥିବା ଏୟାରଲାଇନ୍ସ ସହିତ ଅନେକ ବୈଠକ କରିବା ପରେ ଭାରତରେ ନୂଆ ଏୟାରଲାଇନ୍ସକୁ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି।...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri