ଦରମା ମିଳୁନି, ଶ୍ରମିକଙ୍କ ଆନ୍ଦୋଳନ

ବଇଣ୍ଡା,୯।୩(ଡି.ଏନ.ଏ.): କିଶୋରନଗର ବ୍ଲକ ବାମୁର ନିକଟସ୍ଥ ଭାଙ୍ଗମୁଣ୍ଡାଠାରେ ଥିବା ଠିକା ସଂସ୍ଥା ଗାୟତ୍ରୀରେ କାର୍ଯ୍ୟ କରୁଥିବା ଶତାଧିକ ଶ୍ରମିକଙ୍କୁ ୬ ମାସ ହେବ ଦରମା ମିଳିନାହିଁ। ଫଳରେ ସେମାନେ ମଙ୍ଗଳବାର କ୍ୟାମ୍ପ ଫାଟକ ବନ୍ଦ କରି ଆନ୍ଦୋଳନ କରିଛନ୍ତି। ଏଥିସହ ଅନୁଗୋଳ ଜିଲାପାଳଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଶ୍ରମିକମାନେ ଦର୍ଶାଇଛନ୍ତି, ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ଠିକା ନେଇଥିବା ଏହି କମ୍ପାନୀରେ ବାମୁର ତଥା ଆଖପାଖ ଅଞ୍ଚଳର ଶତାଧିକ ଶ୍ରମିକ କାମ କରୁଛନ୍ତି। ହେଲେ ସେମାନଙ୍କୁ ସେପ୍ଟେମ୍ବର ୨୦୨୧ଠାରୁ ଦରମା ଦିଆଯାଇ ନାହିଁ। ଏପରି କି ଟଙ୍କା ମାଗିଲେ ଧମକ ଦିଆଯାଉଛି। ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିବା ବେଳେ ସଂସ୍ଥା କର୍ତ୍ତୃପକ୍ଷ ଦରମା ଦେଉ ନ ଥିବାରୁ ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରି ଆନ୍ଦୋଳନ କରିଛନ୍ତି। ଖବରପାଇ ସଂସ୍ଥା କର୍ତ୍ତୃପକ୍ଷ ୭ ଦିନ ମଧ୍ୟରେ ଦରମା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଶ୍ରମିକମାନେ ଆନ୍ଦୋଳନରୁ ବିରତ ହୋଇନାହାନ୍ତି। ଏପରି କି ଦରମା ପ୍ରଦାନ କରା ନ ଗଲେ ଆଗାମୀ ଦିନରେ ବଡଧରଣର ଆନ୍ଦୋଳନ କରାଯିବ ବୋଲି ଶ୍ରମିକ ମିଳନ କୁମାର ପ୍ରଧାନ, ରମାକାନ୍ତ ଚୌଧୁରୀ, ବିରଞ୍ଚି ବେହେରା, ଅବନୀ ସାମଲ, ବିଦ୍ୟାଧର ପ୍ରଧାନ, ରବିନାରାୟଣ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ବିନୟ ସାହୁ, ହିମାଂଶୁ ବେହେରା, ଦୁଷ୍ମନ୍ତ ପ୍ରଧାନ, ଚନ୍ଦନ ସାହୁ, ଛବିଳ ପ୍ରଧାନ, ନବ ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ନେଇ ଠିକାସଂସ୍ଥାର ପରିଚାଳକ ଗେଲି ଡେବେରା ପଦ୍ମନାଭମ କହିଛନ୍ତି, ଶ୍ରମିକଙ୍କ ସମସ୍ୟାର ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri