ଦାଉଦ ଇବ୍ରାହିମ ଏଇଥିପାଇଁ କରିଥିଲେ ଦ୍ୱିତୀୟ ବିବାହ, ଏନଆଇଏ ସାମ୍ନାରେ ଖୋଲିଲେ ଅନେକ ରାଜ

ନୂଆଦିଲ୍ଲୀ,୧୭ ।୧: ଅଣ୍ଡର ୱାର୍ଲଡ ଡନ ଦାଉଦ ଇବ୍ରାହିମଙ୍କୁ ନେଇ କିଛି ତଥ୍ୟ ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଦାଉଦ ତାଙ୍କ ପ୍ରଥମ ପତ୍ନୀ ମହଜବିନଙ୍କଠାରୁ ତଲାକ ନେଇଯାଇଛନ୍ତି । ହେଲେ ସେ ଏବେବି ଦାଉଦ ଇବ୍ରାହିମଙ୍କ ସହ ରହୁଛନ୍ତି । ଏପଟେ ଦାଉଦ ଦ୍ୱିତୀୟ ବିବାହ କରି ସାରିଛନ୍ତି । ଦ୍ୱିତୀୟ ପତ୍ନୀ ପାକିସ୍ତାନର ନାଗରିକ ବୋଲି କୁହାଯାଉଛି । ଏମିତି ତଥ୍ୟ ଦେଇଛନ୍ତି ଦାଉଦଙ୍କ ଭଉଣୀ ହସିନା ପାରକରଙ୍କ ପୁଅ ଅଲି ଶାହ । ଏନଆଇଏ ସାମ୍ନାରେ ସେ ଏହି ରାଜ ଖୋଲିଛନ୍ତି । ସେ କହିଛନ୍ତି ଦାଉଦ ଏବେବି ପାକିସ୍ତାନର କରାଚି ସହରରେ ରହୁଛନ୍ତି । ହେଲେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଦାଉଦଙ୍କ ଠିକଣା ବଦଳାଇ ଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ସେ କରାଚିର ଠିକଣା ବଦଳାଇ ଦେଇଛନ୍ତି ।

ଦାଉଦଙ୍କ ଭଉଣୀ ହସିନା ପାରକରଙ୍କ ପୁଅ ଅଲି ଶାହ ସେପ୍ଟେମ୍ବର ୨୦୨୨ରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନଆଇଏ) ସାମ୍ନାରେ ତାଙ୍କ ବୟାନ ଦେଇଥିଲେ । ଶାହ କହିଥିଲେ ଦାଉଦ ଦ୍ୱିତୀୟ ବିବାହ କରିବାର କାରଣ ଯାଞ୍ଚ ଏଜେନ୍ସିର ଧ୍ୟାନ ହଟାଇବାକୁ କରାଯାଇଥାଇପାରେ । କିଛିଦିନ ପୂର୍ବରୁ ଏନଆଇଏ କିଛି ସ୍ଥାନରେ ଚଢାଉ କରିଥିଲା । ଏହି ସମୟରେ ଅନେକ ଲୋକଙ୍କୁ ଗିରଫ ବି କରାଯାଇଥିଲା । ଏଜେନ୍ସି ଏହାକୁ ନେଇ କୋର୍ଟରେ ଚାର୍ଜସିଟ ବି ଦାଖଲ କରିଥିଲା ।

Share