ଅବ୍ୟବହୃତ ଶିଳ୍ପ ପ୍ରକଳ୍ପର ପୁନଃବିକାଶ ହେବ

ଭୁବନେଶ୍ୱର,୧୩।୯(ଅନିଲ ଦାସ): ରାଜ୍ୟରେ ବନ୍ଦ ଥିବା କେତେକ ଶିଳ୍ପ ଏବଂ ଭିତ୍ତିଭୂମି ପ୍ରକଳ୍ପର ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯାଇଛି।
କେଉଁ ଶିଳ୍ପ ପାଇଁ କେତେ ସଂଖ୍ୟାରେ ଦକ୍ଷ ମାନବ ସମ୍ବଳ ଆବଶ୍ୟକ ସେ ନେଇ ଏକ ନକ୍ସା ପ୍ରସ୍ତୁତ କରିବାକୁ ୫-ଟି ସଚିବ ଭି.କେ. ପାଣ୍ଡିଆନ ପରାମର୍ଶ ଦେଇଛନ୍ତି। ବିଶେଷକରି ସ୍ଥାନୀୟ ଅଞ୍ଚଳର ଆଇଟିଆଇ ଏବଂ ପଲିଟେକ୍ନିିକଗୁଡ଼ିକ ଭଳି ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକୁ ଏଥିପାଇଁ ପ୍ରସ୍ତୁତ କରିବାକୁ ସେ କହିଛନ୍ତି। ଝାରସୁଗୁଡ଼ାରେ ଜନଶୁଣାଣି ବେଳେ ଓରିଏଣ୍ଟ ପେପର ମିଲ୍ସକୁ ଲିଜ୍‌ରେ ଦିଆଯାଇଥିବା ବହୁ ଜାଗା ଅବ୍ୟବହୃତ ହୋଇ ପଡ଼ିରହିଥିବା ଅଭିଯୋଗ ହୋଇଥିଲା। ସେଗୁଡ଼ିକୁ ଏକାଠି କରି ବ୍ୟବହାର କରାଯାଇ ପାରିବ। ବୈଠକରେ ଝାରସୁଗୁଡ଼ା ଜିଲାପାଳ ଏବଂ ଇଡ୍‌କୋ ପକ୍ଷରୁ ଏ ନେଇ ଏକ ଆକ୍ସନ ଟେକେନ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଜନସ୍ବାର୍ଥକୁ ଦୃଷ୍ଟିରେ ରଖି ଉକ୍ତ ଅବ୍ୟବହୃତ ଜମିଗୁଡ଼ିକୁ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ଭଳି ଭିନ୍ନ କାର୍ଯ୍ୟରେ ବ୍ୟବହୃତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା ମାସକ ମଧ୍ୟରେ ଏ ନେଇ ଏକ ପ୍ରସ୍ତାବ ଦେବାକୁ ଝାରସୁଗୁଡ଼ା ଜିଲା ପ୍ରଶାସନ ଏବଂ ଇଡ୍‌କୋକୁ ନିର୍ଦ୍ଦେଶ ଦିଆଯାଇଛି। ସେହି ସ୍ଥାନରେ ନିଯୁକ୍ତି ସୃଷ୍ଟି କରୁଥିବା ଭଳି ଶିଳ୍ପ ପ୍ରକଳ୍ପଗୁଡ଼ିକୁ ଆମନ୍ତ୍ରଣ କରିବାକୁ ଶିଳ୍ପ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଅନୁରୂପ ଭାବେ ଚୌଦ୍ୱାରଠାରେ ଥିବା ଓଡ଼ିଶା ଟେକ୍ସଟାଇଲ ମିଲ୍ସ(ଓଟିଏମ୍‌)ର ୫୨୧ ଏକର ଜାଗାରେ ଟେକ୍ସଟାଇଲ ଏବଂ ଲୋକୋମୋଟିଭ ଶିଳ୍ପ ସ୍ଥାପନ କରାଯିବ। ଏଥିସହିତ ଏକ ମଡେଲ ଶିଳ୍ପ ପାର୍କ ସ୍ଥାପନ ହେବ। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ସରକାର ଓଟିଏମ୍‌ କର୍ମଚାରୀଙ୍କର ସମସ୍ତ ବକେୟା ପ୍ରଦାନ କରିବା ପରେ ଉକ୍ତ ଜମିକୁ ନିଜ ଅଧୀନକୁ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସେଠାରେ କରାଯାଇଥିବା ଅଭିଯୋଗର ଶୁଣାଣି କରାଯାଇଥିଲା। ସେଠାରେ ଖାଲିଥିବା ଜମିରେ ଶ୍ରମିକଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରିବାକୁ ଅଭିଯୋଗ ଶୁଣାଣି ବେଳେ ଲୋକମାନେ ଦାବି କରିଥ୍‌ତ୍ଲେ। ବୈଠକରେ ଇଡ୍‌କୋ ଏବଂ ଇପିକଲ ପକ୍ଷରୁ ଓଟିଏମ୍‌ ଜମିରେ ମଡେଲ ଶିଳ୍ପ ପାର୍କ ପ୍ରତିଷ୍ଠା କରିବା ପାଇଁ ଆକ୍ସନ ଟେକେନ ରିପୋର୍ଟ ପ୍ରଦାନ କରାଯାଇଛି। ସ୍ଥାନୀୟ ଯୁବତୀଯୁବକଙ୍କୁ ନିଯୁକ୍ତି ଦେବା ସକାଶେ ପର୍ଯ୍ୟାୟ କ୍ରମେ ଶିଳ୍ପ ପାର୍କର ବିକାଶ କରାଯିବ। ଇପିକଲ ଆବଶ୍ୟକ ଜମି ଯୋଗାଇ ଦେବା ସହ ଆପ୍ରୋଚ ରୋଡ୍‌, ପାଚେରି, ଜଳ ଏବଂ ବିଦ୍ୟୁତ୍‌ ଯୋଗାଇବା ବ୍ୟବସ୍ଥା କରିବ। ସେହିପରି ଗଞ୍ଜାମ ଜିଲାର ଗୋପାଳପୁର ଶିଳ୍ପ ପାର୍କ ପାଇଁ ଗଞ୍ଜାମ ପ୍ରଶାସନ ଏବଂ ଇଡ୍‌କୋ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଆକ୍ସନ ଟେକେନ ରିପୋର୍ଟର ସମୀକ୍ଷା କରାଯାଇଛି। ସେଠାରେ ୩ଟି ବୃହତ୍‌ କମ୍ପାନୀକୁ ଶିଳ୍ପ ପାଇଁ ଜମି ଯୋଗାଇ ଦିଆଯାଇଛି। ସେହି ପ୍ରକଳ୍ପଗୁଡ଼ିକ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ। ଆସନ୍ତା ଅକ୍ଟୋବର ୧୫ ସୁଦ୍ଧା ୟୁଟିଲିଟି କରିଡର ସ୍ଥାପନ କରିବାକୁ ଇଡ୍‌କୋକୁ ନିର୍ଦ୍ଦେଶ ଦିଆଯାଇଛି। ବରପାଲି ଏବଂ ହିଞ୍ଜିଳିଠାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ପାର୍କ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ସ୍ଥାନୀୟ ଶ୍ରମିକଭିତ୍ତିକ ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ଗୋପାଳପୁର ଶିଳ୍ପ ପାର୍କରେ ବନ୍ଦର ସୁବିଧା ଥିବାରୁ ବଡ଼ ଶିଳ୍ପାନୁଷ୍ଠାନଗୁଡ଼ିକୁ ସେଠାରେ ପୁଞ୍ଜିନିବେଶ କରିବା ପାଇଁ ଆମନ୍ତ୍ରଣ କରାଯାଇଛି।
୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ସମେତ ଉନ୍ନୟନ କମିଶନର, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗର ପ୍ରମୁଖ ସଚିବ, ଇଡ୍‌କୋ ଏମ୍‌ଡି, କଟକ, ଝାରସୁଗୁଡ଼ା ଓ ଗଞ୍ଜାମ ଜିଲାପାଳଙ୍କ ସମେତ ଅନ୍ୟାନ୍ୟ ବିଭାଗର ବହୁ ଅଧିକାରୀ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri