ଅବ୍ୟବହୃତ ଶିଳ୍ପ ପ୍ରକଳ୍ପର ପୁନଃବିକାଶ ହେବ

ଭୁବନେଶ୍ୱର,୧୩।୯(ଅନିଲ ଦାସ): ରାଜ୍ୟରେ ବନ୍ଦ ଥିବା କେତେକ ଶିଳ୍ପ ଏବଂ ଭିତ୍ତିଭୂମି ପ୍ରକଳ୍ପର ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରାଯାଇଛି।
କେଉଁ ଶିଳ୍ପ ପାଇଁ କେତେ ସଂଖ୍ୟାରେ ଦକ୍ଷ ମାନବ ସମ୍ବଳ ଆବଶ୍ୟକ ସେ ନେଇ ଏକ ନକ୍ସା ପ୍ରସ୍ତୁତ କରିବାକୁ ୫-ଟି ସଚିବ ଭି.କେ. ପାଣ୍ଡିଆନ ପରାମର୍ଶ ଦେଇଛନ୍ତି। ବିଶେଷକରି ସ୍ଥାନୀୟ ଅଞ୍ଚଳର ଆଇଟିଆଇ ଏବଂ ପଲିଟେକ୍ନିିକଗୁଡ଼ିକ ଭଳି ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକୁ ଏଥିପାଇଁ ପ୍ରସ୍ତୁତ କରିବାକୁ ସେ କହିଛନ୍ତି। ଝାରସୁଗୁଡ଼ାରେ ଜନଶୁଣାଣି ବେଳେ ଓରିଏଣ୍ଟ ପେପର ମିଲ୍ସକୁ ଲିଜ୍‌ରେ ଦିଆଯାଇଥିବା ବହୁ ଜାଗା ଅବ୍ୟବହୃତ ହୋଇ ପଡ଼ିରହିଥିବା ଅଭିଯୋଗ ହୋଇଥିଲା। ସେଗୁଡ଼ିକୁ ଏକାଠି କରି ବ୍ୟବହାର କରାଯାଇ ପାରିବ। ବୈଠକରେ ଝାରସୁଗୁଡ଼ା ଜିଲାପାଳ ଏବଂ ଇଡ୍‌କୋ ପକ୍ଷରୁ ଏ ନେଇ ଏକ ଆକ୍ସନ ଟେକେନ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଜନସ୍ବାର୍ଥକୁ ଦୃଷ୍ଟିରେ ରଖି ଉକ୍ତ ଅବ୍ୟବହୃତ ଜମିଗୁଡ଼ିକୁ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ଭଳି ଭିନ୍ନ କାର୍ଯ୍ୟରେ ବ୍ୟବହୃତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା ମାସକ ମଧ୍ୟରେ ଏ ନେଇ ଏକ ପ୍ରସ୍ତାବ ଦେବାକୁ ଝାରସୁଗୁଡ଼ା ଜିଲା ପ୍ରଶାସନ ଏବଂ ଇଡ୍‌କୋକୁ ନିର୍ଦ୍ଦେଶ ଦିଆଯାଇଛି। ସେହି ସ୍ଥାନରେ ନିଯୁକ୍ତି ସୃଷ୍ଟି କରୁଥିବା ଭଳି ଶିଳ୍ପ ପ୍ରକଳ୍ପଗୁଡ଼ିକୁ ଆମନ୍ତ୍ରଣ କରିବାକୁ ଶିଳ୍ପ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଅନୁରୂପ ଭାବେ ଚୌଦ୍ୱାରଠାରେ ଥିବା ଓଡ଼ିଶା ଟେକ୍ସଟାଇଲ ମିଲ୍ସ(ଓଟିଏମ୍‌)ର ୫୨୧ ଏକର ଜାଗାରେ ଟେକ୍ସଟାଇଲ ଏବଂ ଲୋକୋମୋଟିଭ ଶିଳ୍ପ ସ୍ଥାପନ କରାଯିବ। ଏଥିସହିତ ଏକ ମଡେଲ ଶିଳ୍ପ ପାର୍କ ସ୍ଥାପନ ହେବ। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ସରକାର ଓଟିଏମ୍‌ କର୍ମଚାରୀଙ୍କର ସମସ୍ତ ବକେୟା ପ୍ରଦାନ କରିବା ପରେ ଉକ୍ତ ଜମିକୁ ନିଜ ଅଧୀନକୁ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସେଠାରେ କରାଯାଇଥିବା ଅଭିଯୋଗର ଶୁଣାଣି କରାଯାଇଥିଲା। ସେଠାରେ ଖାଲିଥିବା ଜମିରେ ଶ୍ରମିକଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରିବାକୁ ଅଭିଯୋଗ ଶୁଣାଣି ବେଳେ ଲୋକମାନେ ଦାବି କରିଥ୍‌ତ୍ଲେ। ବୈଠକରେ ଇଡ୍‌କୋ ଏବଂ ଇପିକଲ ପକ୍ଷରୁ ଓଟିଏମ୍‌ ଜମିରେ ମଡେଲ ଶିଳ୍ପ ପାର୍କ ପ୍ରତିଷ୍ଠା କରିବା ପାଇଁ ଆକ୍ସନ ଟେକେନ ରିପୋର୍ଟ ପ୍ରଦାନ କରାଯାଇଛି। ସ୍ଥାନୀୟ ଯୁବତୀଯୁବକଙ୍କୁ ନିଯୁକ୍ତି ଦେବା ସକାଶେ ପର୍ଯ୍ୟାୟ କ୍ରମେ ଶିଳ୍ପ ପାର୍କର ବିକାଶ କରାଯିବ। ଇପିକଲ ଆବଶ୍ୟକ ଜମି ଯୋଗାଇ ଦେବା ସହ ଆପ୍ରୋଚ ରୋଡ୍‌, ପାଚେରି, ଜଳ ଏବଂ ବିଦ୍ୟୁତ୍‌ ଯୋଗାଇବା ବ୍ୟବସ୍ଥା କରିବ। ସେହିପରି ଗଞ୍ଜାମ ଜିଲାର ଗୋପାଳପୁର ଶିଳ୍ପ ପାର୍କ ପାଇଁ ଗଞ୍ଜାମ ପ୍ରଶାସନ ଏବଂ ଇଡ୍‌କୋ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଆକ୍ସନ ଟେକେନ ରିପୋର୍ଟର ସମୀକ୍ଷା କରାଯାଇଛି। ସେଠାରେ ୩ଟି ବୃହତ୍‌ କମ୍ପାନୀକୁ ଶିଳ୍ପ ପାଇଁ ଜମି ଯୋଗାଇ ଦିଆଯାଇଛି। ସେହି ପ୍ରକଳ୍ପଗୁଡ଼ିକ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ। ଆସନ୍ତା ଅକ୍ଟୋବର ୧୫ ସୁଦ୍ଧା ୟୁଟିଲିଟି କରିଡର ସ୍ଥାପନ କରିବାକୁ ଇଡ୍‌କୋକୁ ନିର୍ଦ୍ଦେଶ ଦିଆଯାଇଛି। ବରପାଲି ଏବଂ ହିଞ୍ଜିଳିଠାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ପାର୍କ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ସ୍ଥାନୀୟ ଶ୍ରମିକଭିତ୍ତିକ ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ଗୋପାଳପୁର ଶିଳ୍ପ ପାର୍କରେ ବନ୍ଦର ସୁବିଧା ଥିବାରୁ ବଡ଼ ଶିଳ୍ପାନୁଷ୍ଠାନଗୁଡ଼ିକୁ ସେଠାରେ ପୁଞ୍ଜିନିବେଶ କରିବା ପାଇଁ ଆମନ୍ତ୍ରଣ କରାଯାଇଛି।
୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ସମେତ ଉନ୍ନୟନ କମିଶନର, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗର ପ୍ରମୁଖ ସଚିବ, ଇଡ୍‌କୋ ଏମ୍‌ଡି, କଟକ, ଝାରସୁଗୁଡ଼ା ଓ ଗଞ୍ଜାମ ଜିଲାପାଳଙ୍କ ସମେତ ଅନ୍ୟାନ୍ୟ ବିଭାଗର ବହୁ ଅଧିକାରୀ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର

ଦେବଗଡ,୧୭।୨(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତଥା ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ସ୍ଥିତ ଏକ ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି…

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri