ପିଲାଙ୍କ ରୁଚିକୁ ବୁଝନ୍ତୁ

ଛାତ୍ରୀଛାତ୍ରଙ୍କ ନିଜସ୍ବ ରୁଚି ଓ ଆଗ୍ରହ ରହିଥାଏ। ଅଭିଭାବକମାନେ ତାହାକୁ ହୃଦୟଙ୍ଗମ କରି ସେମାନଙ୍କୁ ସେହି ଦିଗରେ ଆଗେଇ ନେବା ଉଚିତ। କାରଣ ପ୍ରତ୍ୟେକ ଶିଶୁ ନିଜ ଭାଗ୍ୟ ଓ ଭବିଷ୍ୟତର ଜଣେ ଜଣେ ସୃଜନଶୀଳ ସ୍ଥପତି। ଗୁଣକୁ ଚିହ୍ନି ଗୁଣାମତ୍କ ଶିକ୍ଷା ଦେବାକୁ ପଡ଼ିବ। ଏହି ଦର୍ଶନରେ ବିଶ୍ୱାସ ରଖୁଥିବା ଭୁବନେଶ୍ୱର ମଡେଲ ପବ୍ଲିକ୍‌ ସ୍କୁଲ (ବିଏମ୍‌ପିଏସ୍‌) ତକ୍ଷଶିଳା ମୁଖ୍ୟ ସିକତା ଦାସଙ୍କୁ ଆମେ ଭେଟିଥିଲୁ ନୟାପଲ୍ଲୀର ଆଇଆର୍‌ସି ଭିଲେଜ୍‌ରେ।

 

ଶିକ୍ଷା ଯୋଗାଣକୁ କିଭଳି ଦେଖୁଛନ୍ତି। ଏହା ଅଫ୍‌ଲାଇନ ଶିକ୍ଷାର ଗୁରୁତ୍ୱକୁ କମ୍‌ କରିଦେବକି?
କୋଭିଡ୍‌ ବେଳେ କ୍ଲାସ୍‌ରୁମରେ ପାଠପଢ଼ା ସମ୍ଭବ ନ ହେବାରୁ ଅନ୍‌ଲାଇନରେ ଶିକ୍ଷା ଦେବାକୁ ପଡ଼ିଲା। ଛୋଟ ଛୋଟ ପିଲା ଅନ୍‌ଲାଇନ ସହ ଅଭ୍ୟସ୍ତ ନୁହନ୍ତି। ଯେଉଁ ଘରେ ୨ ପିଲା ଅଛନ୍ତି, ସେମାନଙ୍କ ଲାଗି ଡିଭାଇସ୍‌ ବ୍ୟବସ୍ଥା କରିବା ସହଜ ନୁହେଁ। ଅନ୍‌ଲାଇନ ସତ୍ତ୍ୱେ ଅଫ୍‌ଲାଇନ୍‌ରେ ଫିଜିକାଲ୍‌ କ୍ଲାସର ଗୁରୁତ୍ୱ ସବୁବେଳେ ରହିବ। ଅନ୍ୟ ବିକଳ୍ପ ନ ଥିବାରୁ ଛାତ୍ରୀଛାତ୍ର ଅନ୍‌ଲାଇନ କ୍ଲାସ କରୁଛନ୍ତି।

ସମ୍ପୂର୍ଣ୍ଣ ଯାଇନାହିଁ। ସ୍କୁଲରେ କିଭଳି ସତର୍କତା ଆବଶ୍ୟକ?
କୋଭିଡ୍‌ ଟିକା ଶୀଘ୍ର ଆସିଛି। ହେଲେ ସମସ୍ତଙ୍କୁ ଭାକ୍ସିନ ଦେବା ପାଇଁ ସମୟ ଲାଗିବ। ପିଲାଙ୍କୁ ସଚେତନ କରାଇବାକୁ ପଡିବ। ସାମାଜିକ ଦୂରତ୍ୱ ନିୟମ ପାଳନ କରିବାକୁ ହେବ। ଏହା ହୁଏତ ଚ୍ୟାଲେଞ୍ଜ ହେବ, କିନ୍ତୁ ଏହା ଏକ ଜରୁରୀ ପଦକ୍ଷେପ। ଆସନ୍ତା ଗୋଟିଏ ବର୍ଷ ସମ୍ପୂର୍ଣ୍ଣ ସତର୍କତାର ସହ କାମ କରିବାକୁ ପଡିବ। ବର୍ତ୍ତମାନ ଛାତ୍ରୀଛାତ୍ରଙ୍କ ମଧ୍ୟରେ ମାସ୍କ ପିନ୍ଧିବାକୁ ନେଇ ସଚେତନତା ବଢ଼ିଛି।

ବେଳେ ଅଭିଭାବକ ଏବଂ ଛାତ୍ରୀଛାତ୍ରଙ୍କ ଉପରେ ଅନେକ ଚାପ ରହିଛି। ଏଥିପାଇଁ ଆପଣଙ୍କ ପରାମର୍ଶ ?
କରୋନା ଯୋଗୁ ଉଭୟ ପିଲା ଏବଂ ଅଭିଭାବକ ଚାପରେ ରହିଛନ୍ତି। ଘରେ ପିଲା ପାଠ ପଢ଼ିଲେ କି ନାହିଁ, ହୋମ୍‌ ଓ୍ବାର୍କ କରୁଛନ୍ତି କି ନାହିଁ ସ୍କୁଲ ଭଳି ଦେଖାଶୁଣା କରିବା କଷ୍ଟକର। ଅଭିଭାବକ ସମସ୍ୟାରେ ରହିବା ଯୋଗୁ ଏହାର ପ୍ରଭାବ ସେମାନଙ୍କ ମନୋଭାବ ଉପରେ ପଡିଛି। ଏହାକୁ ଧ୍ୟାନରେ ରଖି ଆମ ସ୍କୁଲରେ ସେମିନାର, ମୋଟିଭେଶନାଲ ଟକ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଶିକ୍ଷା ନୀତି ଦ୍ୱାରା ଶିକ୍ଷା ବ୍ୟବସ୍ଥାରେ କିଭଳି ପରିବର୍ତ୍ତନ ଆସିବ ବୋଲି ବିଚାର କରୁଛନ୍ତି?
ଏହା ଏକ ସୁଚିନ୍ତିତ ନୀତି। ଏହାକୁ ସମ୍ପୂର୍ଣ୍ଣ ଲାଗୁ କରିବା ଲାଗି ୫ରୁ ୧୦ ବର୍ଷ ଲାଗିବ। ଏହାକୁ ଧୀରେ ଧୀରେ ଏବଂ ପର୍ଯ୍ୟାୟ ଭିତ୍ତିରେ ଲାଗୁ କରାଯାଇପାରିବ। ଦେଶରେ ଶିକ୍ଷା ନୀତି ନ ଥିଲା। ରାଜ୍ୟରେ ମଧ୍ୟ ନାହିଁ। ଏହା ଠିକ୍‌ ଭାବେ ଲାଗୁ ହେଲେ ଲାଭକାରୀ ହେବ।

ଅଧିକ ଆଶା ପିଲାଙ୍କ ଉପରେ ଚାପ ସୃଷ୍ଟି କରୁଛି କି?
ଅଭିଭାବକ ପିଲାଙ୍କ ଉପରେ ବେଶି ଆଶା ରଖିବା ଅନୁଚିତ। ପିଲାର ମନୋଭାବକୁ ବୁଝିବା ଆବଶ୍ୟକ। ପାଠପଢ଼ାରେ ସବୁ ପିଲା ଭଲ କରିପାରିବେ ନାହିଁ। ସମସ୍ତେ ଅତି ଭଲ ନମ୍ବର ଆଣିବେ ବୋଲି ଭାବିବା ଠିକ୍‌ ନୁହେଁ। ପିଲାକୁ ନିଜ ସାମର୍ଥ୍ୟ ଅନୁସାରେ ରୁଚି ଥିବା ବିଷୟରେ ଆଗକୁ ବଢିବା ପାଇଁ ଛାଡିବା ଦରକାର।