ବଲାଙ୍ଗୀରରୁ ନିର୍ବାଚନ ଲଢ଼ିବେନି ନରସିଂହ ମିଶ୍ର

ଭୁବନେଶର,୩୦।୧: ବଲାଙ୍ଗୀର ନିର୍ବାଚନମଣ୍ଡଳୀରୁ ୨୦୨୪ ନର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ତାଙ୍କ ବଦଳରେ ତାଙ୍କ ପୁଅ ସୌମେନ୍ଦ୍ର ମିଶ୍ର ବିଧାନସଭା ନିର୍ବାଚନ ଲଢ଼ିବେ। ଏନେଇ ବଲାଙ୍ଗୀରରେ ହୋଇଥିବା କମିଟି ମିଟିଂରେ ଏହା ନିଷ୍ପତ୍ତିି ହୋଇଛି। ଏଆଇସିସିକୁ ଏହା ଜଣାଇ ଦିଆଯାଇଛି। ଏନେଇ ଏଆଇସିସି ଯାହା ନିଷ୍ପତ୍ତି ନେବ।

ସୂଚନାଯୋଗ୍ୟ, ବୟସାଧିକ କାରଣରୁ ନରସିଂହ ମିଶ୍ର ଆସନ୍ତା ନିର୍ବାଚନ ଲଢିବେନି ବୋଲି ପୂର୍ବରୁ ଘୋଷଣା କରିଥିଲେ। ସେ କହିଥିଲେ ଯେ, ତାଙ୍କ ବଦଳରେ ତାଙ୍କ ସାନ ପୁଅ ନିର୍ବାଚନ ଲଢିବେ। ବଲାଙ୍ଗୀରରେ ଏପର୍ଯ୍ୟନ୍ତ ଅନ୍ୟ କୌଣସି ଯୋଗ୍ୟ ପ୍ରାର୍ଥୀ ତାଙ୍କ ନଜରକୁ ଆସି ନାହାଁନ୍ତି। ତେଣୁ ସୌମେନ୍ଦ୍ରଙ୍କୁ ଟିକେଟ ମିଳିବ ବୋଲି ତାଙ୍କର ଆଶା ରହିଛି।