ବରଗଡ଼,୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶରେ ରିଂ ରୋଡ ନିର୍ମାଣ ଚାଲିଛି । ବରଗଡ଼ ସାଇ ମନ୍ଦିରରୁ ରୁହୁଣିଆଁ ପର୍ଯ୍ୟନ୍ତ ହେବାକୁ ଥିବା ଏହି ରିଂ ରୋଡ଼ର ନିର୍ମାଣ କାର୍ଯ୍ୟ ବିଜେଡି ଶାସନରୁ ଆରମ୍ଭ ହୋଇଛି । ହେଲେ ଏପର୍ଯ୍ୟନ୍ତ ଏହାର ନିର୍ମାଣ କାର୍ଯ୍ୟ ସରି ନାହିଁ । ଅନ୍ୟପକ୍ଷରେ ନଦୀକୂଳରେ ନିର୍ମାଣାଧିନ ଏହି ରିଂ ରୋଡର ବିଭିନ୍ନ ସ୍ଥାନରେ ଅନେକ ଅଂଶ ଗତ ଲଗାଣ ବର୍ଷାରେ ଧୋଇ ହୋଇ ଯାଇଛି। ନିର୍ମାଣ କାର୍ଯ୍ୟରେ ଶୀଥିଳତା ଯୋଗୁ ଏଭଳି ବର୍ଷାରେ ରିଂ ରୋଡ଼ ପାଇଁ ଆସିଥିବା ଟଙ୍କା ବରବାଦ ହେଉଥିବା ଅଭିଯୋଗ ହେଉଛି। ଆଗକୁ ପୁଣି ବର୍ଷା ଓ ଜୀରା ନଦୀରେ ବନ୍ୟା ଆଶଙ୍କା ରହିଥିବା ଯୋଗୁ ନିର୍ମାଣାଧିନ ରିଂ ରୋଡର ସ୍ଥାୟିତ୍ୱ ନେଇ ସାଧାରଣରେ ଏବେଠାରୁ ନାନା ପ୍ରଶ୍ନ ଉଠୁଛି।