Categories: ଜାତୀୟ

ଭୁଶୁଡିଲା ନିର୍ମାଣାଧୀନ କୋଠା: ୫ ଚାପି ହୋଇଥିବା ଆଶଙ୍କା

ନୂଆଦିଲ୍ଲୀ,୯।୯: ରାଜଧାନୀ ଦିଲ୍ଲୀର ଆଜାଦ ମାର୍କେଟ ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡିଛି। ୫ ଜଣ ଲୋକ ତଳେ ପୋତି ହୋଇଥିବା ଅଗ୍ନିଶମ ବିଭାଗ ଏହି ସୂଚନା ମିଳିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ତିନୋଟି ଅଗ୍ନିଶମ ଟେଣ୍ଡର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ସୂଚନା ଅନୁଯାୟୀ, ଆଜାଦ ମାର୍କେଟ ଅଞ୍ଚଳରେ ତିନି ମହଲା ବିଶିଷ୍ଟ ଏକ ଅଟ୍ଟାଳିକା ହେଉଥିଲା। କିଛି ଦିନ ପୂର୍ବରୁ ଛାତ ପକାଯାଇଥିଲା। ହାଠାତ୍‌ ତାହା ଭୁଶୁଡି ପଡିଛି।

Share