Posted inଖେଳ

୧୯ ବର୍ଷରୁ କମ୍‌ ମହିଳା ଟି୨୦ ବିଶ୍ୱକପ୍‌: ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଭାରତ

ପୋଶ୍ଚେଫଷ୍ଟ୍ରୁମ୍‌ (ଦକ୍ଷିଣ ଆଫ୍ରିକା), ୨୮।୧(ପି.ଟି.): ଓପନର ଶ୍ୱେତା ଶେରାଓ୍ବତଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ପାର୍ଶଭି ଚୋପ୍ରାଙ୍କ ୩ ଉଇକେଟ ସଫଳତାକୁ ପାଥେୟ କରି ଭାରତ ୮ ଉଇକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୧୯ ବର୍ଷରୁ କମ୍‌ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଅଧିନାୟକା ଶେଫାଳୀ ବର୍ମା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ବିନିମୟରେ ୧୦୭ ରନ କରିଥିଲା। ପାର୍ଶଭି ଚମତ୍କାର ବୋଲିଂ କରି ୨୦ ରନ ଦେଇ ୩ ଉଇକେଟ ଅକ୍ତିଆର କରିଥିଲେ। ଏହି ୧୬ ବର୍ଷୀୟ ଲେଗ୍‌ ସ୍ପିନର ନ୍ୟୁଜିଲାଣ୍ଡ ବ୍ୟାଟିଂ ଲାଇନ୍‌ଅପ୍‌ର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଫଳରେ ନ୍ୟୁଜିଲାଣ୍ଡ ୧୩ତମ ଓଭର ବେଳକୁ ୭୪ ରନରେ ୫ ଉଇକେଟ ହରାଇଥିଲା। ଟିଟାସ ସାଧୁ, ମନତ କାଶ୍ୟପ, ଶେଫାଳି ଓ ଅର୍ଚ୍ଚନା ଦେବୀ ପ୍ରତ୍ୟେକ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ସେନଓ୍ବେସ୍‌ ପାର୍କଠାରେ ଖେଳାଯାଇଥିବା ଏହି ମ୍ୟାଚରେ ରନ ସଂଗ୍ରହ ପାଇଁ ସଂଘର୍ଷ କରିଥିବା ନ୍ୟୁଜିଲାଣ୍ଡ ତରଫରୁ ଜର୍ଜିଆ ପ୍ଲିମର (୩୫), ଇସାବେଲା ଗେଜ୍‌ (୨୬), ଇଜି ଶାର୍ପ (୧୩) ଓ କେଲେ ନାଇଟ୍‌ (୧୨) କେବଳ ଦୁଇ ଅଙ୍କ ସ୍କୋର କରିବାରେ ସମର୍ଥ ହୋଇଥିଲେ। ଶେରାଓ୍ବତଙ୍କ ଅପରାଜିତ ୬୧ ରନ (୪୫ ବଲ୍‌, ୧୦ ଚୌକା) ସହାୟତାରେ ଭାରତ ୧୦୮ ରନର ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା। ଶେଫାଳି ମାତ୍ର ୧୦ ରନ କରି ଆଉଟ ହୋଇଯିବା ପରେ ଶେରାଓ୍ବତ ଓ ସୌମ୍ୟା ତିଓ୍ବାରୀ (୨୨) ୬୨ ରନ ଯୋଗ କରି ଦଳ ପାଇଁ ବିଜୟ ପଥ ପରିଷ୍କାର କରିଥିଲେ। ଶେରାଓ୍ବତ ଓ ଗୋଙ୍ଗାଡି ତ୍ରିଶା (୫) ମ୍ୟାଚର ପରିସମାପ୍ତି ଘଟାଇଥିଲେ। ଭାରତ ୧୪.୨ ଓଭରରେ ୨ ଉଇକେଟ ବିନିମୟରେ ୧୧୦ ରନ କରିଥିଲା। ତିନୋଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ ନେଇଥିବା ପାର୍ଶଭି ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଭାରତ ଫାଇନାଲରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁଥିବା ଅନ୍ୟ ସେମିଫାଇନାଲ ବିଜେତାକୁ ଭେଟିବ।
ସଂକ୍ଷିପ୍ତ ସ୍କୋର
ନ୍ୟୁଜିଲାଣ୍ଡ ମହିଳା ଦଳ: ୨୦ ଓଭରରେ ୧୦୭/୯ (ଜର୍ଜିଆ ପ୍ଲିମର-୩୫; ପାର୍ଶଭି ଚୋପ୍ରା-୩/୨୦)।
ଭାରତ ମହିଳା ଦଳ: ୧୪.୨ ଓଭରରେ ୧୧୦/୨ (ଶ୍ୱେତା ଶେରାଓ୍ବତ-୬୧; ଆନ୍ନା ବ୍ରାଉନିଂ (୨/୧୮)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri