କଟାହେଉନି ରିଜେକ୍ସନ ନୋଟ୍‌

ନୟାଗଡ଼,୩୦ା୭ (ଲୋକନାଥ ମିଶ୍ର)ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ (ଓଏସ୍‌ଡବ୍ଲ୍ୟୁସି)ର ଚାଉଳ ଗୋଦାମକୁ ନୟାଗଡ଼ ଜିଲାର କେତେଜଣ ମିଲର ଅଧିକାଂଶ ସମୟରେ ଖରାପ ଚାଉଳ ଯୋଗାଣ କରୁଥିଲେ ମଧ୍ୟ ରିଜେକ୍ସନ ନୋଟ୍‌ କଟା ଯାଉ ନାହିଁ । ମିଲରକୁ ଅନୁକମ୍ପା ଦେଖାଯାଇ ବିଭିନ୍ନ ସମୟରେ ଚାଉଳ ଫେରାଯାଉଥିବା ନଜିର ରହିଛି। ଗତ ୨୫ ତାରିଖରେ କାନକଟା ଗୋଦାମରୁ ଜୟ ମହାବୀର ଫୁଡ୍‌ ପ୍ରଡକ୍ଟସ ପଙ୍କାଳସାହି ଦଶପଲ୍ଲା ମିଲରଙ୍କର ୬ ଲଟ୍‌ ଚାଉଳ ଫେରିଛି । ଚାଉଳ ଗୋଦାମରୁ ବାରମ୍ବାର ନିମ୍ନମାନର ଚାଉଳ ଯୋଗାଣ ସତ୍ତ୍ୱେ ମିଲରଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଉନାହିଁ ା ଫଳରେ ଏଭଳି ଘଟଣା ବଢ଼ି ଚାଲିଛି ।
ସୂଚନା ଅନୁଯାୟୀ, ନୟାଗଡ଼ ଜିଲାରେ ଗୋଟିଏ ଚାଉଳ ଗୋଦାମ ଓ ୨ଟି ଚାଉଳ ସଂଗ୍ରହ କେନ୍ଦ୍ର ରହିଛି । ଗୋତିସାହି ଓ କଦଳୀବନ୍ଧଠାରେ ରାଜ୍ୟ ଚାଉଳ ସଂଗ୍ରହ କେନ୍ଦ୍ର ରହିଥିବାବେଳେ କାନକଟାଠାରେ ଚାଉଳ ଗୋଦାମ ରହିଛି । ଚାଉଳ ଗୋଦାମ ହେଉ କି ଚାଉଳ ସଂଗ୍ରହ କେନ୍ଦ୍ର ହେଉ ପ୍ରତିଟି ସ୍ଥାନକୁ କେତେଜଣ ମିଲର ନିମ୍ନମାନର ଚାଉଳ ଯୋଗାଣ କରୁଥିବା ଅଭିଯୋଗ ହୋଇ ଆସୁଛି । ବେଳେ ବେଳେ ଅଭିଯୋଗ ବାହାରକୁ ଆସୁଛି । ଆଉ ଆପୋସ ସମାଧାନ ମାଧ୍ୟମରେ ନେଣଦେଣ କାରବାରରେ ନିମ୍ନମାନର ଚାଉଳ ଯୋଗାଣ ପ୍ରସଙ୍ଗ ଲୁଚି ଯାଉଛି । ଗୋତିସାହି ଓ କଦଳୀବନ୍ଧଠାରେ ଦୁଇ ଜଣ ପ୍ରୋକରମେଣ୍ଟ ଇନ୍ସପେକ୍ଟର ଚାଉଳ ସଂଗ୍ରହ କେନ୍ଦ୍ରର ଦାୟିତ୍ୱରେ ଅଛନ୍ତି । କାନକଟା ଚାଉଳ ଗୋଦାମରେ ଜଣେ ସୁପରିଟେଣ୍ଡେଣ୍ଟ ଅନୁରୂପ ଭାବେ ଦାୟିତ୍ୱରେ ଅଛନ୍ତି । ନିକଟରେ କାନକଟା ଚାଉଳ ଗୋଦାମର ସୁପରିଟେଣ୍ଡେଣ୍ଟ ସୁରଜିତ ମହାନ୍ତିଙ୍କ ବଦଳି ହୋଇଛି । ସେ ରିଲିଫ ହେବା ପୂର୍ବରୁ ୨ ଲଟ୍‌ ଚାଉଳ ନିମ୍ନମାନର ଦର୍ଶାଯାଇ ଗୋଦାମରେ ବାହାରେ ରଖା ଯାଇଥିଲା । କାନକଟା ଚାଉଳ ଗୋଦାମରେ ନୂଆ ସୁପରିଟେଣ୍ଡେଣ୍ଟ ଭାବେ ରାମଚନ୍ଦ୍ର ବେହେରା ଯୋଗ ଦେବା ପରେ ତାଙ୍କ ସମୟରେ ୪ ଲଟ୍‌ ଚାଉଳ ଗୋଦାମ ବାହାରେ ଥିଲା । ଦୁଇ ସୁପରିଟେଣ୍ଡେଣ୍ଟଙ୍କ ସମୟରେ ୬ ଲଟ୍‌ ଚାଉଳ ଯାହାକି ପ୍ରାୟ ୧୮୦୦ କୁଇଣ୍ଟାଲ ହେବ ଫେରିଛି । ଏହି ଚାଉଳ ଜୟ ମହାବୀର ଫୁଡ୍‌ ପ୍ରଡକ୍ଟସ ପଙ୍କାଳସାହି ଦଶପଲ୍ଲା ମିଲର ଗତ ୨୫ ତାରିଖରେ ଫେରାଇ ନେଇଛନ୍ତି । ପ୍ରଶ୍ନ ଉଠୁଛି ନୟାଗଡ଼ ଜିଲାର ମିଲର ମାନେ ଧାନମଣ୍ଡିରୁ ଚାଷୀଙ୍କଠାରୁ ଉକ୍‌ୃଷ୍ଟ ମାନର ଧାନ କିଶୁଛନ୍ତି । ଧାନରେ ମାନ ଖରାପ ଦର୍ଶାଇ କଟ୍‌ନୀଛଟ୍‌ନୀ କରି ପୁଣି ୧୦ରୁ ୧୫ କେଜି କୁଇଣ୍ଟାଲ ପିଛା କାଟୁଛନ୍ତି । ତେବେ ସରକାରଙ୍କୁ ଚାଉଳ ଫେରାଇ ବେଳେ ନିମ୍ନମାନର ଚାଉଳ ଫେରାଉଛନ୍ତି । ମାନ ପରୀକ୍ଷଣ ପରେ ଯଦି ଏଭଳି ଘଟଣା ନଜରକୁ ଆସୁଛି ତେବେ ସେମାନଙ୍କ ଚାଉଳ ଫେରାଇବା ସମୟରେ ରିଜେକ୍ସନ ନୋଟ କଟା ଯାଉନି କାହିଁକି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା ରିଜେକ୍ସନ ନୋଟ କଟାଗଲେ ମିଲରମାନେ ନିମ୍ନମାନର ଚାଉଳ ଦେବାକୁ ଭୟ କରନ୍ତେ । ତେବେ ଏଭଳି ପଦକ୍ଷେପ ଚାଉଳ ଗୋଦାମ ସୁପରିଟେଣ୍ଡଣ୍ଟ ଓ ଚାଉଳ ସଂଗ୍ରହ କେନ୍ଦ୍ରର ପ୍ରେକରମେଣ୍ଟ ଇନ୍ସପେକ୍ଟର ଜିଲା ଯୋଗାଣ ଅଧିକାରୀଙ୍କୁ ଅବଗତ କରାଇ ନେଉଥିଲେ ଗୋଦାମକୁ ଆଉ ନିମ୍ନମାନର ଚାଉଳ ଯୋଗାଣ ହେଉ ନଥାନ୍ତା । ଏଭଳି ଭୟ ନଥିବାରୁ ବିଭିନ୍ନ ସମୟରେ ଏଭଳି ଘଟଣା ନଜରକୁ ଆସୁଛି। ଗତ ମାର୍ଚ୍ଚ ମାସରେ ଏହି ଗୋଦାମରେ ୫୮୦ କୁଇଣ୍ଟାଲ ଚାଉଳ ପଡି ରହିଥିଲା । ଜୟ ମହାବୀର ଫୁଡ ପ୍ରଡକ୍ଟସ ପଙ୍କାଳସାହି ଦଶପଲ୍ଲାର ମିଲର ଏହି ଚାଉଳ ଦେଇଥିଲେ। ଏହି ଘଟଣାକୁ ନେଇ ତତ୍‌କାଳୀନ ସୁପରିଟେଣ୍ଡେଣ୍ଟ ସୁରଜିତ ମହାନ୍ତିଙ୍କୁ ମାରପିଟ୍‌ କରାଯାଇଥିଲା । ଏନେଇ ଶରଣକୁଳ ଥାନାରେ ମାମଲା ହୋଇଥିଲା । ପରେ ଏହାକୁ ସମାଧାନ କରାଯାଇଥିଲା । ସେହି ମିଲର ପୁଣି ଥରେ ୬ ଲଟ ନିମ୍ନମାନର ଚାଉଳ ଗୋଦାମକୁ ଆଣି ପୁଣି ଫେରାଇ ନେବା ପରେ ଯୋଗାଣ ବିଭାଗର କାର୍ଯ୍ୟ ସନ୍ଦେହ ସୃଷ୍ଟି ହୋଇଛି । ଘଟଣା ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ତିଳୋତ୍ତମା ପ୍ରଧାନଙ୍କ ୮୨୮୦୦୦୦୫୨୫ ନମ୍ବର ଫୋନକୁ ଯୋଗାଯୋଗ କରାଯାଇଥିଲା। ହେଲେ ତାଙ୍କ ଫୋନ ନଟ ରିଚେବୁଲ ରହିଥିଲା । କାନକଟା ଚାଉଳ ଗୋଦାମର ସୁପରିଟେଣ୍ଡେଣ୍ଟ ରମେଶ ଚନ୍ଦ୍ର ବେହେରାଙ୍କ ୯୪୩୭୩୩୮୪୦୦ ନମ୍ବରକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri