ଅନିୟନ୍ତ୍ରିତ ଟ୍ରାଫିକ ସମସ୍ୟା, ବଢୁଛି ଦୁର୍ଘଟଣା

ଯାଜପୁର ରୋଡ,୧୪ା୭(ଡି.ଏନ.ଏ.): କଳିଙ୍ଗନଗର ଶିଳ୍ପାୟନ ଯୋଗୁ ଯାଜପୁର ରୋଡ ସହରର ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସାଙ୍ଗକୁ ଯାନବାହାନ ସଂଖ୍ୟାରେ ଅଭିବୃଦ୍ଧି ଏହି ସମସ୍ୟାକୁ ଜଟଳି କରିବାରେ ଲାଗିଛି । ଶିଳ୍ପସଂସ୍ଥା ସହର ଉପରେ ଏକ ରକମର ବୋଝ ପାଲଟିଛି। ଫଳରେ ସହର ଭିତରେ ନିୟମିତ ବ୍ୟବଧାନରେ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଥିବା ଅଭିଯୋଗ ହେଉଛି।

ରାଜରାଜୁଡା ଅମଳରୁ ଗଢିଉଠିଥିବା ଯାଜପୁରରୋଡ ସହରର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲାଗି ଏହି ସହର ଗଢି ଉଠିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରର ଲୋକେ ଏଠାରେ ବସବାସ କରୁଛନ୍ତି। ସହରର ପ୍ରତ୍ୟେକ ବଜାର ରାସ୍ତା ଏମିତି ଖୁନ୍ଦାଖୁନ୍ଦି ହୋଇ ନିର୍ମାଣ ହୋଇଛି ଯେ ଦୁଇଟି ବାଇକ୍‌ ଗଲେ ଲୋକେ ଚାଲିବାକୁ ବାଟ ପାଉନାହାନ୍ତି। ଏଭଳି ରାସ୍ତା ସମସ୍ୟା ପ୍ରତି ପୌରସଂସ୍ଥାର ଅଣଦେଖା ସହରର ଟ୍ରାଫିକ ବ୍ୟବସ୍ଥାକୁ ଅନେକ ପଛକୁ ଟାଣି ନେଇଯାଇଛି। ଅନ୍ୟପଟେ ସହରର ମୁଖ୍ୟରାସ୍ତା ସହ ପ୍ରତ୍ୟେକ ଗଳିକନ୍ଦି ଓ ସାହିରେ ଉଠା ଦୋକାନୀଙ୍କ ଭିଡ଼ ବଢିଚାଲିଥିବାରୁ ବିଭିନ୍ନ ରାସ୍ତା ସଙ୍କୁଚିତ ହୋଇଛି। ସହର ଭିତରେ ରେଲୱେ ଗୁଡ୍‌ସ ରହିଥିବାରୁ ଶତାଧିକ ଟ୍ରକ ଚଳାଚଳ ଯୋଗୁ ଗଣେଶ ବଜାର, ଡାକବଙ୍ଗଳା ଛକ ଦେଇ ଦଳା ଛକ ପର୍ଯ୍ୟନ୍ତ ରାସ୍ତା ଏକ ପ୍ରକାର ବ୍ୟସ୍ତ ବହୁଳ ହୋଇଛି। ଖାଲି ଟ୍ରାଫିକ ସମସ୍ୟା ନୁହେଁ ପରିମଳ, ପାନୀୟ ଜଳ ଓ ଆବାସିକ ସଙ୍କଟ ଭଳି ବହୁବିଧ ସମସ୍ୟାକୁ ରେଲଓ୍ବେ ଜନ୍ମ ଦେବାରେ ଲାଗିଛି । ସହରର ଆଖପାଖରେ ଗଢି ଉଠିଥିବା ଶିଳ୍ପ ସଂସ୍ଥାଗୁଡିକର ନିଜସ୍ବ ଶ୍ରମିକ କଲୋନୀ ଗୃହ ଓ ଆବାସିକ ବ୍ୟବସ୍ଥା ନ ଥିବାରୁ ଅଧିକାଂଶ ଶ୍ରମିକ ଭଡ଼ା ଘରେ ରହି କାରଖାନାକୁ ଡ୍ୟୁଟି ପାଇଁ ଯାଉଛନ୍ତି । ଶ୍ରମିକଙ୍କ ଯାତାୟତ ପାଇଁ କାରଖାନା କର୍ତ୍ତୃପକ୍ଷ ବସ ବ୍ୟବସ୍ଥା କରିଛନ୍ତି । ଯାହାକି ସହରର ମୁଖ୍ୟ ରାସ୍ତା ଦେଇ ଘନ ଘନ ଯାତାୟତ କରୁଛି । ଟ୍ରକ ଓ ଭାରିଯାନ ଚଳାଚଳକୁ ନିୟନ୍ତ୍ରିତ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। କିନ୍ତୁ ଏହି ବ୍ୟବସ୍ଥାରେ ଟ୍ରାଫିକ ସମସ୍ୟା ସୁଧୁରିବା ପରିବର୍ତ୍ତେ ଆହୁରି ଜଟିଳ ହେଉଛି। ଗୋପବନ୍ଧୁ ଛକଠାରୁ ଚୋର୍ଦ୍ଦା ଛକ ପର୍ଯ୍ୟନ୍ତ ରାସ୍ତା ମଝିରେ ଡିଭାଇଡର ନିର୍ମିତ ହୋଇଥିବାରୁ ସଂକୀର୍ଣ୍ଣ ୱାନୱେରେ ବସ୍‌ଗୁଡିକ ଯିବାବେଳେ ସାଧାରଣ ଦୁଇ ଚକିଆ ଯାନରେ ଯାତ୍ରା କରୁଥିବା ଯାତ୍ରୀ ତାକୁ ଅତିକ୍ରମ କରିବାର ସୁଯୋଗ ନ ପାଇ ବହୁ ସମୟ ଧରି ରାସ୍ତାରେ ଅଟକି ରହୁଛନ୍ତି । ଏହି କାରଣରୁ ସୋମବାର ମିଶ୍ରିଲାଲ ପେଟ୍ରୋଲ ପମ୍ପ ନିକଟରେ ଏକ ସ୍କୁଲ ବସ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ଜୀବନ ଯାଇଛି। ସହରର ଅନିୟନ୍ତ୍ରିତ ଟ୍ରାଫିକ ସମସ୍ୟା ପର୍ଯ୍ୟଟକ ତଥା ଅନ୍ୟ ଜିଲାରୁ ଆସୁଥିବା ଲୋକମାନଙ୍କ ମନରେ ନକାରାମତ୍କ ଭାବନା ସୃଷ୍ଟି କରୁଛି।

ବିଭାଗୀୟ ଅଧିକାରୀ ସହରର ଭବିଷ୍ୟତ ପ୍ରତି ସମ୍ପୂର୍ଣ୍ଣ ଅଣଦେଖା କରୁଥିବାରୁ ଏଠାରେ ଜବରଦଖଲ ସମସ୍ୟା ବୃଦ୍ଧି ପାଇ ଚାଲିଛି। ସରକାରୀ ଜମିରେ ଘର ହୋଇଛି। ସେହି ଜମିରୁ ଜବରଦଖଲ ଉଠାଇବା ପ୍ରସଙ୍ଗ ଆସିଲେ କୋର୍ଟ କଚେରୀ ପର୍ଯ୍ୟନ୍ତ କଥା ଯାଉଛି। ମୁଖ୍ୟ ବଜାର କୁହାଯାଉଥିବା ବ୍ୟାଙ୍କ ଷ୍ଟ୍ରିଟ୍‌ ଅବସ୍ଥା ନ ଦେଖିଲା ଲୋକ ବିଶ୍ୱାସ କରି ପାରିବେ ନାହିଁ। ସେଠାରେ ରାସ୍ତା କଡରେ ଯାନବାହାନ ପାର୍କିଂ ଏବଂ ଜବରଦଖଲ କରାଯାଇ ବ୍ୟବସାୟିକ ଷ୍ଟଲ ସାଙ୍ଗକୁ ବାସଗୃହ ନିର୍ମାଣ କରାଯାଉଥିବାରୁ ସେହି ରାସ୍ତା ନିଜ ପରିଚୟ ହଜାଇ ବସିଛି। ସହରର ଅନ୍ୟ ବ୍ୟସ୍ତବହୁଳ ଦଳା ଛକ ଠାରୁ ଗଣେଶବଜାର ରାସ୍ତାରେ ଟ୍ରାଫିକ ଜାମ ସମସ୍ୟା ସବୁବେଳେ ଲାଗି ରହୁଛି। ସହର ଭିତରୁ ଗୁଡ୍‌ସ ସେଡ୍‌ ହଟାଇବାକୁ ବାରମ୍ବାର ଦାବି ହେଉଥିଲେ ହେଁ କେହି ଶୁଣୁ ନାହାନ୍ତି। ଏହାବାଦ୍‌ ଅଣଓସାରିଆ ରାସ୍ତାରେ ଉଦ୍ଧତ ଯୁବକଙ୍କ ବାଇକ୍‌ ରେସ ମଧ୍ୟ କିଛି କମ ନୁହେଁ। ବିନା ଡ୍ରାଇଭିଂ ଲାଇସେନ୍ସରେ କିଶୋର ବାଇକ୍‌ ଚାଳକମାନେ ବେପରୁଆ ଗାଡ଼ି ଚାଳନା କରିବା ଦୁର୍ଘଟଣାର ଅନ୍ୟତମ କାରଣ ପାଲଟିଛି ବୋଲି ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ପରିବହନ ଓ ପୋଲିସ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri