Posted inଜାତୀୟ

ମହାକୁମ୍ଭରେ ଅସମ୍ଭାଳ ଭିଡ଼

ପ୍ରୟାଗରାଜ,୧୧ା୨: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଅଭୂତପୂର୍ବ ଭିଡ଼ ହୋଇଛି। ଅସମ୍ଭାଳ ଜନ ସମାଗମ ଯୋଗୁ ପ୍ରୟାଗରାଜକୁ ସଂଲଗ୍ନ କରୁଥିବା ରାଜପଥଗୁଡ଼ିକରେ ଟ୍ରାଫିକ୍‌ ଜାମ୍‌ ହୋଇଯାଇଛି। ରାସ୍ତା ଉପରେ ଯାନବାହନଗୁଡ଼ିକ ଫସିରହିଥିବାରୁ ଶ୍ରଦ୍ଧାଳୁମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏପରି କି ୩୦୦ କି.ମି. ବ୍ୟାପୀ ଟ୍ରାଫିକ୍‌ ଜାମ୍‌ ହୋଇ ଅଚଳାବସ୍ଥା ସୃଷ୍ଟି ହୋଇଥିବା କେତେକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ସୋସିଆଲ ମିଡିଆ ୟୁଜର୍ସ ଏହାକୁ ‘ବିଶ୍ୱର ସବୁଠୁ ବଡ଼ ଟ୍ରାଫିକ୍‌ ଜାମ୍‌’ ବୋଲି ଦର୍ଶାଇବା ସହ ଭିଡ଼ ନିୟନ୍ତ୍ରଣରେ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବ ଭିଡ଼ ନିୟନ୍ତ୍ରଣରେ ୟୁପି ସରକାରଙ୍କ ବିଫଳତାକୁ ଦାୟୀ କରିଛନ୍ତି। ଅଖିଳେଶ କହିଛନ୍ତି, ଯୋଗୀ ସରକାରଙ୍କ ବିଫଳତା ଯୋଗୁ ସୃଷ୍ଟ ଟ୍ରାଫିକ୍‌ ଜାମ୍‌ ପ୍ରୟାଗରାଜରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ୍‌ ବୃଦ୍ଧି ଘଟାଇଛି। ପୋଲିସ ପ୍ରଶାସନ ଫସିରହିଥିବା ଶ୍ରଦ୍ଧାଳୁମାନଙ୍କୁ ସେଠାରୁ ତୁରନ୍ତ ମୁକୁଳାଇବା ବ୍ୟବସ୍ଥା କରନ୍ତୁ।

ବସନ୍ତ ପଞ୍ଚମୀର ଅମୃତ ସ୍ନାନ ପରେ ଭିଡ଼ କମିବ ବୋଲି ପୂର୍ବରୁ ଆଶା କରାଯାଉଥିଲା। କିନ୍ତୁ ରବିବାରଠାରୁ ପ୍ରୟାଗରାଜରେ ପବିତ୍ର ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିଯୋଗୁ ଲକ୍ଷ୍ନୌରୁ ପ୍ରୟାଗରାଜକୁ ଯିବାକୁ ହେଲେ ୫ ଘଣ୍ଟା ଲାଗୁଛି ବୋଲି ଜଣେ ବ୍ୟକ୍ତି କହିଛନ୍ତି। ଆଉ ଜଣେ ଶ୍ରଦ୍ଧାଳୁଙ୍କ ମତରେ ଲୋକେ ୪୮ ଘଣ୍ଟା ପର୍ଯ୍ୟନ୍ତ ଜାମ୍‌ରେ ଫସିରହିଛନ୍ତି। ୫୦ କି.ମି. ଅତିକ୍ରମ କରିବାକୁ ୧୦-୧୨ ଘଣ୍ଟା ସମୟ ଲାଗିଯାଉଛି। ପ୍ରୟାଗରାଜ ସହର ମଧ୍ୟରେ ପ୍ରାୟ ୭ କି.ମି. ଏବଂ ସେଠାରୁ ବାରାଣସୀ, ଲକ୍ଷ୍ନୌ ଓ କାନପୁରକୁ ଯାଇଥିବା ରାସ୍ତାରେ ୨୫ କି.ମି. ପର୍ଯ୍ୟନ୍ତ ଭିଡ଼ ଲାଗିରହିଛି। କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ପାଇଁ ପ୍ରୟାଗରାଜ ସଙ୍ଗମ ରେଳଷ୍ଟେଶନକୁ ବନ୍ଦ କରିଦିଆଯାଇଛି। ଭିଡ଼ର ପ୍ରଭାବ ପଡ଼ୋଶୀ ମଧ୍ୟପ୍ରଦେଶର କେତେକ ଜିଲାରେ ମଧ୍ୟ ପରିଲକ୍ଷିତ ହୋଇଛି। ୨୦୦-୩୦୦ କି.ମି. ପର୍ଯ୍ୟନ୍ତ ଏଭଳି
ଭିଡ଼ ଲାଗିରହିଥିବା

ମଧ୍ୟପ୍ରଦେଶର ମଇହାର ପୋଲିସ ପକ୍ଷରୁ କୁହାଯାଇଛି। ରଓ୍ବୋ ଜୋନ୍‌ ପୋଲିସ ଆଇଜି ପ୍ରକାଶ ପାଣ୍ଡେ କହିଛନ୍ତି, ମଧ୍ୟପ୍ରଦେଶ ପୋଲିସ ପ୍ରୟାଗରାଜ ପ୍ରଶାସନ ସହ ସମନ୍ବୟ ରଖି ଟ୍ରାଫିକ୍‌ ଦୁରବସ୍ଥା ଏଡ଼ାଇବାକୁ ଉଦ୍ୟମ ଚଳାଇଛି। ଦିନେ ଦୁଇଦିନ ଭିତରେ ସ୍ଥିତି ନିୟନ୍ତ୍ରଣକୁ ଆସିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri