ଆଖଣ୍ଡଳମଣି ପୀଠରେ ଅସମ୍ଭାଳ ଭିଡ଼:ବ୍ୟାରିକେଡ୍‌ ଭାଙ୍ଗି ଧସ୍ତାଧସ୍ତିରେ ୩ ଆହତ

ଆରଡ଼ି, ୧୭।୭ (ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ସୋମବାର କାଉଡ଼ିଆମାନେ ଶ୍ରାବଣୀ ମହାଦେବଙ୍କ ମସ୍ତକରେ ଜଳଲାଗି କରିଛନ୍ତି। ରବିବାର ପୀଠରେ କାଉଡ଼ିଆଙ୍କ ଅସମ୍ଭବ ଭିଡ଼କୁ ଲକ୍ଷ୍ୟ କରି ଅପରାହ୍ନ ୪ଟାରୁ ଜଳଲାଗି କାର୍ଯ୍ୟ ଆରମ୍ଭ ହୋଇଥିଲା। ସୋମବାର ଜଳଲାଗି କରିବା ପାଇଁ ବହୁ କାଉଡ଼ିଆ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇଥିଲେ। ସକାଳ ୫ଟାରୁ କାଉଡ଼ିଆଙ୍କର ଅସମ୍ଭବ ଭିଡ଼ ହୋଇଥିଲା। ଲାଇନରେ ଥିବା କାଉଡ଼ିଆ ଠେଲାପେଲା ଲାଗିବା ସହ ଦୁର୍ବଳ ବ୍ୟାରିକେଡ୍‌କୁ ଭାଙ୍ଗି ଦେଇଥିଲେ। ଏପରିକି ୩ଜଣ କାଉଡ଼ିଆ ଧସ୍ତାଧସ୍ତିରେ ତଳେ ପଡ଼ି ସାମାନ୍ୟ ଆହତ ହୋଇଥିଲେ। ସ୍ବଳ୍ପ ସଂଖ୍ୟକ ପୋଲିସ ନିଯୁକ୍ତ ଯୋଗୁ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଆରଡ଼ିରୁ ମଠଡିହ, ମଠଡିହରୁ ସାଠିବାଙ୍କୁଡ଼ା ଓ ଦୋହରାପାଟଣା ଯାଏ ଯାନବାହନ ସକାଳ ୯ଟା ଯାଏ ଅଟକି ରହିଥିଲା। ଫଳରେ ବହୁ କାଉଡ଼ିଆ ଓ ଦିଅଁ ଦର୍ଶନ ପାଇଁ ପୀଠକୁ ଯାଉଥିବା ଶ୍ରଦ୍ଧାଳୁମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସ୍ଥାନୀୟ ଓଳଗ, କୁଳେଇପଦା, ପହଣା, ସାଠିବାଙ୍କୁଡ଼ା ଗ୍ରାମର ଯୁବକମାନେ ଭିଡ଼ ନିୟନ୍ତ୍ରଣ ପାଇଁ ଆଗେଇ ଆସି ଟ୍ରାଫିକ ଜାମ୍‌ ହଟାଇବାରେ ସହାୟତା କରିଥିଲେ। ପ୍ରବଳ ଭିଡ଼ ଯୋଗୁ କାଉଡ଼ିଆମାନେ ପୀଠର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଜଳଲାଗି କରୁଥିବା ଦେଖିବାକୁ ମିଳିଥିଲା। ରବିବାର ଅପରାହ୍ନ ୪ଟାରୁ ସୋମବାର ଅପରାହ୍ନ ୩ଟା ଯାଏ ପ୍ରାୟ ୨୫ ହଜାର କାଉଡ଼ିଆ ଜଳଲାଗି କରିଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri