ମହିଳାଙ୍କୁ ନଗଦ ଟଙ୍କା ସହାୟତା ଯୋଜନା: ରାଜ୍ୟ ଉପରେ ବଢୁଛି ଆର୍ଥିକ ଚାପ: ରିପୋର୍ଟ

ନୂଆଦିଲ୍ଲୀ,୫।୧୧: ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ମହିଳାମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ବିଭିନ୍ନ ରାଜ୍ୟରେ ଆରମ୍ଭ ହୋଇଥିବା ସର୍ତ୍ତମୁକ୍ତ ନଗଦ ଟ୍ରାନ୍ସଫର ଯୋଜନା ରାଜ୍ୟଗୁଡ଼ିକର ଆର୍ଥିକ ଚାପ ବଢାଉଛି। PRS ଲେଜିସ୍ଲେଟିଭ ରିସର୍ଚ୍ଚର ଏକ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ମହିଳାଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରୁଥିବା ରାଜ୍ୟର ସଂଖ୍ୟା ୨୦୨୨-୨୩ରେ ମାତ୍ର ଦୁଇଟି ଥିବାବେଳେ ୨୦୨୫-୨୬ ବେଳକୁ ଏହା ୧୨କୁ ବୃଦ୍ଧି ପାଇଛି।

୨୦୨୫-୨୬ ବଜେଟ୍ ଅଟକଳ ଅନୁସାରେ, ଏହି ମହିଳା କେନ୍ଦ୍ରିତ କାର୍ଯ୍ୟକ୍ରମରେ ରାଜ୍ୟଗୁଡ଼ିକ ମିଳିତ ଭାବରେ ୧.୬୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଆଶା କରାଯାଉଛି, ଯାହା ଭାରତର ମୋଟ୍ ଜିଡିପିର ୦.୫% ସହ ସମାନ। ଏହିପରି ଯୋଜନା କାର୍ଯ୍ୟକାରୀ କରୁଥିବା ୧୨ଟି ରାଜ୍ୟ ମଧ୍ୟରୁ ଛଅଟି ରାଜ୍ୟ ୨୦୨୫-୨୬ ପାଇଁ ରାଜସ୍ୱ ନିଅଣ୍ଟ ଆକଳନ କରିଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ, ଏହି ନଗଦ ଟ୍ରାନ୍ସଫର ବ୍ୟୟକୁ ବାଦ୍ ଦିଆଗଲେ ଅନେକ ରାଜ୍ୟର ଆର୍ଥିକ ସୂଚକାଙ୍କରେ ଉନ୍ନତି ଦେଖାଯାଉଛି। ଉଦାହରଣସ୍ୱରୂପ, କର୍ଣ୍ଣାଟକ ଯେଉଁଠାରେ ରାଜସ୍ୱ ବଳକାର ୦.୩% ଆକଳନ କରାଯାଇଥିଲା, ତେବେ ମହିଳା କେନ୍ଦ୍ରିକ ଯୋଜନାରେ ବ୍ୟୟକୁ ହିସାବକୁ ନେଲେ ତାହା ରାଜସ୍ୱ ନିଅଣ୍ଟକୁ ପରିବର୍ତ୍ତିତ ହେବ।

୨୦୨୪-୨୫ (ସଂଶୋଧିତ ଆକଳନ) ତୁଳନାରେ ଆସାମ ଓ ପଶ୍ଚିମବଙ୍ଗ ଏହି ଯୋଜନା ପାଇଁ ସେମାନଙ୍କର ବ୍ୟୟବରାଦକୁ ଯଥାକ୍ରମେ ୩୧% ଏବଂ ୧୫% ବୃଦ୍ଧି କରିଛନ୍ତି।

PRS ସତର୍କ କରାଇ ଦେଇଛି ଯେ, ଯଦି ଅଧିକ ରାଜ୍ୟ ଉପାର୍ଜନରେ ଅନୁରୂପ ବୃଦ୍ଧି ନ କରି ଏହିପରି କଲ୍ୟାଣକାରୀ ମଡେଲ୍ ଗ୍ରହଣ କରନ୍ତି, ତେବେ ଏହା ଏକ ବଡ଼ ଆର୍ଥିକ ଆହ୍ୱାନ ସୃଷ୍ଟି କରିବ।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ୍‌ ନ ଦେବାକୁ ଚରମ ନିଷ୍ପତ୍ତି ନେଲେ ସପ୍ତମ ଶ୍ରେଣୀ ଛାତ୍ର: ଘରେ ଖେଳିଗଲା…

ସୁରତ,୫।୮:ଗୁଜରାଟର ସୁରତରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୋବାଇଲ ଫୋନ ନିଶା ପିଲାମାନଙ୍କ ଜୀବନ ଉପରେ କେତେ ପ୍ରଭାବ ପକାଇପାରେ ତାହାର ଏକ ହୃଦୟ ବିଦାରକ…

ଜାମିନ୍‌ରୁ ଆସି ପିତା ଷ୍ଟାଲିନଙ୍କୁ ଭେଟିଲେ ଉଦୟନିଧି, କହିଲେ- ‘ମୋ ସହ ଆତଙ୍କବାଦୀଙ୍କ ଭଳି…’

ନୂଆଦିଲ୍ଲୀ,୫।୮: ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ହେପାଜତକୁ ନେଇଥିଲା। ସେହି ଦିନ ତାଙ୍କୁ ମୁକ୍ତ ମଧ୍ୟ କରାଯାଇଥିଲା। ମୁକ୍ତି ପାଇବା ପରେ ଉଦୟନିଧି…

‘ଆପଣ ପୁରୁଷ ହୋଇଥିଲେ…’ ତ୍ରିଶାଙ୍କୁ ନେଇ ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟ ପରେ ଏମିତି କହିଲେ ଭାଜପା ନେତ୍ରୀ

ନୂଆଦିଲ୍ଲୀ,୫।୮: ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ କରିଥିବା ବିବାଦୀୟ ମନ୍ତବ୍ୟ ପରେ ଭାରି ବିବାଦରେ ଫସିଯାଇଛନ୍ତି। ମଙ୍ଗଳବାର ପୋଲିସ ତାଙ୍କୁ…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ଗ୍ରାହକଙ୍କ ପାଇଁ ଖୁସି ଖବର: ଶସ୍ତା ହୋଇଯିବ ପେଟ୍ରୋଲ-ଡିଜେଲ! ହ୍ରାସ ପାଇଲା…

ନୂଆଦିଲ୍ଲୀ,୫।୮: ଆଜି ବିଶ୍ୱ ବଜାରରେ ଅଶୋଧିତ ତୈଳ (କ୍ରୁଡ ଅଏଲ) ଦରରେ ବଡ଼ ଧରଣର ହ୍ରାସ ଦେଖାଯାଇଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନା…

ରାଜନୈତିକ ଦଳ ନୁହେଁ, ଏହି ରୂପରେ ମଇଦାନକୁ ଆସିବ CJP: ବଡ଼ ଖୁଲାସା କଲେ ସିଜେପି ପ୍ରବକ୍ତା

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହ ସଫଳ ହୋଇଥିଲା। ଏହି ଆନ୍ଦୋଳନର ଆରମ୍ଭ କରିଥିବା କକରୋଚ ଜନତା ପାର୍ଟି (CJP) ଏବେ…

ବଲିଉଡରୁ ଆସିଲା ଦୁଃଖଦ ଖବର: ପରଲୋକରେ ଲୋକପ୍ରିୟ ଅଭିନେତା

ମୁମ୍ବାଇ: ଲୋକପ୍ରିୟ ଅଭିନେତା ପ୍ରଦୀପ ରାୱତଙ୍କର ୭୪ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ଦେହାନ୍ତ ସମ୍ବନ୍ଧୀୟ ସୂଚନା ଅଭିନେତା ଯଶପାଳ ଶର୍ମା ସୋସିଆଲ ମିଡିଆରେ ପୋଷ୍ଟ…

ଦ୍ୱିଅର୍ଥବୋଧକ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ୍‌ଙ୍କୁ ଗିରଫ ପରେ ଜାମିନ

ଚେନ୍ନାଇ,୫ା୮: ଲୋକପ୍ରିୟ ଅଭିନେତ୍ରୀ ତ୍ରିଶାଙ୍କୁ ଇଙ୍ଗିତ କରି ଓ ତାଙ୍କ ସମ୍ମାନ ଏବଂ ନାରୀତ୍ୱକୁ ଅପମାନିତ କରି ଦ୍ୱିଅର୍ଥବୋଧକ ମନ୍ତବ୍ୟ ଦେବା ଅଭିଯୋଗରେ ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri