ଭାଣିଜୀଙ୍କୁ ବଞ୍ଚାଇବାକୁ ଯାଇ ମାମୁ ସଂଘବଦ୍ଧ ଆକ୍ରମଣର ଶିକାର

ରାଜନଗର,୩୦ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅନ୍ତର୍ଗତ ଈଶ୍ୱରପୁର ପଞ୍ଚାୟତ ରିଘାଗଡ଼ ଗଁାରେ ଶାଶୁଘର ଲୋକେ ମିଳିମିଶି ନବବଧୂଙ୍କୁ ଆକ୍ରମଣ କରି ହତ୍ୟା ଉଦ୍ୟମ କରୁଥିଲେ। ନବବଧୂ (ଭାଣିଜୀ)ଙ୍କୁ ସେମାନଙ୍କ କବଳରୁ ମାମୁ ବଞ୍ଚାଇଥିଲେ। ଏହି ରାଗରେ ସୋମବାର ରାତିଅଧରେ ଭଡ଼ାଟିଆ ଗୁଣ୍ଡାଙ୍କ ମାଧ୍ୟମରେ ମାମୁଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଏହି ଘଟଣାରେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣକାରୀମାନେ ଶ୍ରୀଧର ପୋଥାଳଙ୍କ ବେକ କାଟିବା ସହ ତାଙ୍କ କାନମୁଣ୍ଡା ଓ ହାତ ଆଙ୍ଗୁଠିକୁ ଖଣ୍ଡାରେ ହାଣିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଏ ନେଇ ଥାନାରେ ଦୁଇଟି ପୃଥକ୍‌ ମାମଲା ରୁଜୁ ହୋଇଛି।
ଈଶ୍ୱରପୁର ପଞ୍ଚାୟତ ରିଘାଗଡ଼ ଗଁାର ସଞ୍ଜୟ ସାହୁଙ୍କ ସ୍ତ୍ରୀ ମାମିନାଙ୍କୁ ତାଙ୍କ ଶାଶୁ ଲକ୍ଷ୍ମୀପ୍ରିୟା, ବିବାହିତା ନଣନ୍ଦ ମମତା, ରଶ୍ମିତା, ସସ୍ମିତା, ବନ୍ଦିତା ମିଳିମିଶି ସୋମବାର ରାତିରେ ଗଁା ଦାଣ୍ଡରେ ଚୁଟିକୁ ଘୋଷାଡ଼ି ମାଡ଼ ମାରିବା ସହ ଗୋଇଠା, ବିଧା ମାରିଥିଲେ। ବାଡ଼ ଉପାଡ଼ି କାଠଫାଳିଆରେ ପିଟିଥିଲେ ଓ ତଣ୍ଟିଚିପି ମାରିଦେବାକୁ ଉଦ୍ୟମ କରିଥିଲେ। ମାମିନା ସେମାନଙ୍କ କବଳରୁ ଖସିଆସି ସେହି ଗାଁରେ ତାଙ୍କ ମାମୁଘରେ ପହଞ୍ଚତ୍ତ୍ଥିଲେ। ରକ୍ତାକ୍ତ ଅବସ୍ଥାରେ ତାଙ୍କ ଭାଣିଜୀକୁ ଦେଖି ମାମୁ ଶ୍ରୀଧର ଶାଶୁଘର ଲୋକଙ୍କୁ ପଚାରିଥିଲେ। ପଚାରିବା ସମୟରେ ଶାଶୁଘର ଲୋକେ ଶ୍ରୀଧରଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ରାତିରେ ମାମିନା ରାଜନଗର ଥାନାରେ ପହଞ୍ଚତ୍ ଏ ନେଇ ଲିଖିତ ଅଭିଯୋଗ କରିଥିଲେ। ରାତି ପ୍ରାୟ ୨ଟାରେ ୩ଟି ନମ୍ବରବିହୀନ ବୋଲେରୋ ଗାଡ଼ିରେ ୧୨ରୁ ୧୪ଜଣ ଖଣ୍ଡା, ଭୁଜାଲି, ରଡ଼ ଧରି ଆସି ମାମିନାଙ୍କ ମାମୁ ଶ୍ରୀଧରଙ୍କ କବାଟ ବାଡ଼େଇଥିଲେ। ହେଲେ ଶ୍ରୀଧର କବାଟ ନ ଖୋଲିବାରୁ ସେମାନେ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ଶ୍ରୀଧରଙ୍କୁ ଭୁଜାଲି ଓ ରଡ଼ରେ ଆକ୍ରମଣ କରିଥିଲେ। ଶ୍ରୀଧରଙ୍କ ବେକକୁ ଭୁଜାଲିରେ କାଟିବା ସହ ତାଙ୍କ କାନମୁଣ୍ଡା, ଗୋଡ଼, ହାତକୁ ହାଣିଥିଲେ। ଶ୍ରୀଧରଙ୍କ ସ୍ତ୍ରୀ ମନୋରମାଙ୍କୁ ଲୁହାରଡ଼ରେ ପିଟିଥିଲେ। ତାଙ୍କ ମୁଣ୍ଡ, ପିଠି, ହାତରେ ଗଭୀର କ୍ଷତ ରହିଛି। ଶ୍ରୀଧରଙ୍କ ପୁଅ ବାପି ଓ ବୋହୂ ଅନସୂୟା ଆସିଯିବାରୁ ତାଙ୍କୁ ଲୁହାରଡ଼, ଭୁଜାଲିରେ ଆକ୍ରମଣ କରି ମୁଣ୍ଡ ଫଟାଇବା ସହ ଗାଲ, ଆଖି, ଛାତିରେ କ୍ଷତ କରିଛନ୍ତି। ଖବରପାଇ ଶ୍ରୀଧରଙ୍କ ବଡ଼ଭାଇ ଲକ୍ଷ୍ମୀଧର ଘଟଣାସ୍ଥଳରେ ପହଞ୍ଚତ୍ ୪ଜଣଙ୍କୁ ଗୁରୁତର ଅବସ୍ଥାରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ୪ଜଣଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ବୋହୂପୁଅ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ରହିଛନ୍ତି। ଶ୍ରୀଧର ଓ ତାଙ୍କ ସ୍ତ୍ରୀ ମନୋରମାଙ୍କୁ କଟକ ବଡ଼ ମେଡିକାଲିକୁ ସ୍ଥାନାନ୍ତର କରାଯାଇଛି। ଶ୍ରୀଧରଙ୍କ ଭାଇ ଲକ୍ଷ୍ମୀଧର ରାଜନଗର ଥାନାରେ କରିଥିବା ଅଭିଯୋଗରେ ତାଙ୍କ ଭାଣିଜୀ ମାମିନାଙ୍କ ନଣନ୍ଦ ଓ ତାଙ୍କ ସ୍ବାମୀମାନେ, ଶାଶୁଘର ଲୋକେ ଗୁଣ୍ଡା ଆଣି ଏପରି ମରଣାନ୍ତକ ଆକ୍ରମଣ କରିଛନ୍ତି ବୋଲି ଦର୍ଶାଇଛନ୍ତି। ଶ୍ରୀଧରଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଘଟଣା ପରେ ମାମିନାଙ୍କ ଶାଶୁଘର ଲୋକେ ଘରେ ତାଲା ପକାଇ କେଉଁଆଡ଼େ ଫେରାର ହୋଇଯାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ଶ୍ରୀକାନ୍ତ କୁମାର ବାରିକ ସୂଚନା ଦେଇଛନ୍ତି। ଏନେଇ ଥାନାରେ ଭାଣିଜୀଙ୍କ ଅଭିଯୋଗକ୍ରମେ ପୋଲିସ ନଂ.୪୧୧/୨୨ରେ ଓ ମାମୁ ଲକ୍ଷ୍ମୀଧରଙ୍କ ଅଭିଯୋଗକୁ ଭିତ୍ତିକରି ନଂ. ୪୧୨/୨୨ରେ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଟଙ୍କା ଆତ୍ମସାତ୍‌ ଅଭିଯୋଗ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ଶିକ୍ଷକ

ନୂଆପଡ଼ା,୪ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି କଲେଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଦରମା ଟଙ୍କା ଆତ୍ମସାତ୍‌ କରିଥିବା ସିନାପାଲି…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ରାତି ହେଲେ ଅବକାରୀ ଥାନା ବନ୍ଦ: ଡିସ୍‌ପ୍ଲେ ବୋର୍ଡ ଜଳୁଛି, କାର୍ଯ୍ୟାଳୟରେ ତାଲା ଝୁଲୁଛି

ଲୋଇସିଂହା,୪।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଅବକାରୀ ଥାନାରେ ରାତି ସମୟରେ କେହି ଷ୍ଟାଫ ରହୁ ନ ଥିବା ଅଭିଯୋଗ ହେଉଛି ା ବୁଧବାର ସନ୍ଧ୍ୟାରେ କାର୍ଯ୍ୟାଳୟର ଡିସପ୍ଲେ…

ଜବରଦଖଲରେ ସରକାରୀ ଜମି: ୯ ଏପ୍ରିଲରେ ଡିମାର୍କେଶନ ନିର୍ଦ୍ଧାରିତ

ବଞ୍ଚୋ,୪।୪(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲ ନେଇ ସମସ୍ୟା ଗୁରୁତର ରୂପ ନେଇଥିଲା । ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri