ଭାଣିଜୀଙ୍କୁ ବଞ୍ଚାଇବାକୁ ଯାଇ ମାମୁ ସଂଘବଦ୍ଧ ଆକ୍ରମଣର ଶିକାର

ରାଜନଗର,୩୦ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅନ୍ତର୍ଗତ ଈଶ୍ୱରପୁର ପଞ୍ଚାୟତ ରିଘାଗଡ଼ ଗଁାରେ ଶାଶୁଘର ଲୋକେ ମିଳିମିଶି ନବବଧୂଙ୍କୁ ଆକ୍ରମଣ କରି ହତ୍ୟା ଉଦ୍ୟମ କରୁଥିଲେ। ନବବଧୂ (ଭାଣିଜୀ)ଙ୍କୁ ସେମାନଙ୍କ କବଳରୁ ମାମୁ ବଞ୍ଚାଇଥିଲେ। ଏହି ରାଗରେ ସୋମବାର ରାତିଅଧରେ ଭଡ଼ାଟିଆ ଗୁଣ୍ଡାଙ୍କ ମାଧ୍ୟମରେ ମାମୁଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଏହି ଘଟଣାରେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣକାରୀମାନେ ଶ୍ରୀଧର ପୋଥାଳଙ୍କ ବେକ କାଟିବା ସହ ତାଙ୍କ କାନମୁଣ୍ଡା ଓ ହାତ ଆଙ୍ଗୁଠିକୁ ଖଣ୍ଡାରେ ହାଣିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଏ ନେଇ ଥାନାରେ ଦୁଇଟି ପୃଥକ୍‌ ମାମଲା ରୁଜୁ ହୋଇଛି।
ଈଶ୍ୱରପୁର ପଞ୍ଚାୟତ ରିଘାଗଡ଼ ଗଁାର ସଞ୍ଜୟ ସାହୁଙ୍କ ସ୍ତ୍ରୀ ମାମିନାଙ୍କୁ ତାଙ୍କ ଶାଶୁ ଲକ୍ଷ୍ମୀପ୍ରିୟା, ବିବାହିତା ନଣନ୍ଦ ମମତା, ରଶ୍ମିତା, ସସ୍ମିତା, ବନ୍ଦିତା ମିଳିମିଶି ସୋମବାର ରାତିରେ ଗଁା ଦାଣ୍ଡରେ ଚୁଟିକୁ ଘୋଷାଡ଼ି ମାଡ଼ ମାରିବା ସହ ଗୋଇଠା, ବିଧା ମାରିଥିଲେ। ବାଡ଼ ଉପାଡ଼ି କାଠଫାଳିଆରେ ପିଟିଥିଲେ ଓ ତଣ୍ଟିଚିପି ମାରିଦେବାକୁ ଉଦ୍ୟମ କରିଥିଲେ। ମାମିନା ସେମାନଙ୍କ କବଳରୁ ଖସିଆସି ସେହି ଗାଁରେ ତାଙ୍କ ମାମୁଘରେ ପହଞ୍ଚତ୍ତ୍ଥିଲେ। ରକ୍ତାକ୍ତ ଅବସ୍ଥାରେ ତାଙ୍କ ଭାଣିଜୀକୁ ଦେଖି ମାମୁ ଶ୍ରୀଧର ଶାଶୁଘର ଲୋକଙ୍କୁ ପଚାରିଥିଲେ। ପଚାରିବା ସମୟରେ ଶାଶୁଘର ଲୋକେ ଶ୍ରୀଧରଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ରାତିରେ ମାମିନା ରାଜନଗର ଥାନାରେ ପହଞ୍ଚତ୍ ଏ ନେଇ ଲିଖିତ ଅଭିଯୋଗ କରିଥିଲେ। ରାତି ପ୍ରାୟ ୨ଟାରେ ୩ଟି ନମ୍ବରବିହୀନ ବୋଲେରୋ ଗାଡ଼ିରେ ୧୨ରୁ ୧୪ଜଣ ଖଣ୍ଡା, ଭୁଜାଲି, ରଡ଼ ଧରି ଆସି ମାମିନାଙ୍କ ମାମୁ ଶ୍ରୀଧରଙ୍କ କବାଟ ବାଡ଼େଇଥିଲେ। ହେଲେ ଶ୍ରୀଧର କବାଟ ନ ଖୋଲିବାରୁ ସେମାନେ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ଶ୍ରୀଧରଙ୍କୁ ଭୁଜାଲି ଓ ରଡ଼ରେ ଆକ୍ରମଣ କରିଥିଲେ। ଶ୍ରୀଧରଙ୍କ ବେକକୁ ଭୁଜାଲିରେ କାଟିବା ସହ ତାଙ୍କ କାନମୁଣ୍ଡା, ଗୋଡ଼, ହାତକୁ ହାଣିଥିଲେ। ଶ୍ରୀଧରଙ୍କ ସ୍ତ୍ରୀ ମନୋରମାଙ୍କୁ ଲୁହାରଡ଼ରେ ପିଟିଥିଲେ। ତାଙ୍କ ମୁଣ୍ଡ, ପିଠି, ହାତରେ ଗଭୀର କ୍ଷତ ରହିଛି। ଶ୍ରୀଧରଙ୍କ ପୁଅ ବାପି ଓ ବୋହୂ ଅନସୂୟା ଆସିଯିବାରୁ ତାଙ୍କୁ ଲୁହାରଡ଼, ଭୁଜାଲିରେ ଆକ୍ରମଣ କରି ମୁଣ୍ଡ ଫଟାଇବା ସହ ଗାଲ, ଆଖି, ଛାତିରେ କ୍ଷତ କରିଛନ୍ତି। ଖବରପାଇ ଶ୍ରୀଧରଙ୍କ ବଡ଼ଭାଇ ଲକ୍ଷ୍ମୀଧର ଘଟଣାସ୍ଥଳରେ ପହଞ୍ଚତ୍ ୪ଜଣଙ୍କୁ ଗୁରୁତର ଅବସ୍ଥାରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ୪ଜଣଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ବୋହୂପୁଅ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ରହିଛନ୍ତି। ଶ୍ରୀଧର ଓ ତାଙ୍କ ସ୍ତ୍ରୀ ମନୋରମାଙ୍କୁ କଟକ ବଡ଼ ମେଡିକାଲିକୁ ସ୍ଥାନାନ୍ତର କରାଯାଇଛି। ଶ୍ରୀଧରଙ୍କ ଭାଇ ଲକ୍ଷ୍ମୀଧର ରାଜନଗର ଥାନାରେ କରିଥିବା ଅଭିଯୋଗରେ ତାଙ୍କ ଭାଣିଜୀ ମାମିନାଙ୍କ ନଣନ୍ଦ ଓ ତାଙ୍କ ସ୍ବାମୀମାନେ, ଶାଶୁଘର ଲୋକେ ଗୁଣ୍ଡା ଆଣି ଏପରି ମରଣାନ୍ତକ ଆକ୍ରମଣ କରିଛନ୍ତି ବୋଲି ଦର୍ଶାଇଛନ୍ତି। ଶ୍ରୀଧରଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଘଟଣା ପରେ ମାମିନାଙ୍କ ଶାଶୁଘର ଲୋକେ ଘରେ ତାଲା ପକାଇ କେଉଁଆଡ଼େ ଫେରାର ହୋଇଯାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ଶ୍ରୀକାନ୍ତ କୁମାର ବାରିକ ସୂଚନା ଦେଇଛନ୍ତି। ଏନେଇ ଥାନାରେ ଭାଣିଜୀଙ୍କ ଅଭିଯୋଗକ୍ରମେ ପୋଲିସ ନଂ.୪୧୧/୨୨ରେ ଓ ମାମୁ ଲକ୍ଷ୍ମୀଧରଙ୍କ ଅଭିଯୋଗକୁ ଭିତ୍ତିକରି ନଂ. ୪୧୨/୨୨ରେ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri