ପୁତୁରାଙ୍କୁ ଆକ୍ରମଣ କରି ଦାଦା ଚମ୍ପଟ

ଗୋପାଳପୁର,୨୩ା୧(ଡି.ଏନ.ଏ.): ପୁତୁରାଙ୍କୁ ଆକ୍ରମଣ କରି ଦାଦା ଚମ୍ପଟ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ଗୋପାଳପୁର ଏନ୍‌ଏସିରେ। ବଡ଼ସାହିର ବି.ନୋକରାଜୁ ତାଙ୍କ ଦାଦା ମୋହନ ରାଓଙ୍କୁ ୩ ହଜାର ଟଙ୍କା ଋଣ ଆକାରରେ ଦେଇଥିଲେ। ୩ ମାସରେ ଟଙ୍କା ଫେରାଇ ଦେବେ ବୋଲି ଦାଦା ଜବାବ ଦେଇଥିଲେ। ରବିବାର ରାତି ପ୍ରାୟ ୧୦ଟାରେ ଲୋକରାଜୁ ଦାଦାଙ୍କୁ ଟଙ୍କା ମାଗିବାକୁ ଯାଇଥିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ମାରପିଟ ଆରମ୍ଭ ହୋଇଥିଲା। ଦାଦା ମୋହନ ରାଓ ଉତ୍ତ୍ୟକ୍ତ ହୋଇ କାଚ ବୋତଲରେ ପୁତୁରା ନୋକରାଜୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ନୋକରାଜ ଗୁରୁତର ଆହତ ହୋଇଥିବା ତାଙ୍କ ମା’ ଗୁରାମ୍ମା ଗୋପାଳପୁର ଥାନାରେ ସୋମବାର ଅଭିଯୋଗ କରିଛନ୍ତି। ଏ ନେଇ ୧୯/୨୩ ରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରଛି। ଅଭିଯୁକ୍ତ ଫେରାର ଥିବା ବେଳେ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସଆଇ ମହେନ୍ଦ୍ର ବେହେରା ସୂଚନା ଦେଇଛନ୍ତି।