ଅନିଶ୍ଚିତତାରେ ସୁବର୍ଣ୍ଣରେଖା ବନ୍ଦର

ଭୋଗରାଇ, ୧୭ା୧୦: ୨୦୦୬ ଡିସେମ୍ବର ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଗରାଇ ଥାନାଛକଠାରେ ଏକ ସଭାରେ ସମ୍ବୋଧିତ କରି ବାଲେଶ୍ୱର ଜିଲା ସୁବର୍ଣ୍ଣରେଖା ମୁହାଣ ଭୋଗରାଇର କୀର୍ତ୍ତନିଆଠାରେ ୫ହଜାର କୋଟି ଟଙ୍କା ବ୍ୟୟରେ ଏକ ନଦୀଭିତ୍ତିକ ବନ୍ଦର ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏପରି କି ଏହି ବନ୍ଦର ପ୍ରତିଷ୍ଠା ହେଲେ ୧୫ ହଜାର କର୍ମ ସଂସ୍ଥାନ ସୃଷ୍ଟି ହେବ ବୋଲି କହିଥିଲେ। ଏହି ଘୋଷଣାର ୨ଦିନ ପରେ ଉକ୍ତ ସ୍ଥାନକୁ ପରିବର୍ତ୍ତନ କରାଯାଇ ନଦୀର ବିପରୀତ ପାର୍ଶ୍ୱରେ ଥିବା ବାଲିଆପାଳ ବ୍ଲକର ଚୌମୁଖଠାରେ ପ୍ରସ୍ତାବିତ ବନ୍ଦର ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଉକ୍ତ କାର୍ଯ୍ୟକୁ ୨୦୧୨ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ପରିବେଶ ଅନୁମତିରେ ବିଳମ୍ବ ଏବଂ ଜମି ଅଧିଗ୍ରହଣ ସମସ୍ୟା ଦେଖାଦେବାରୁ ତାହା ସମ୍ଭବ ହୋଇପାରି ନ ଥିଲା। ସ୍ଥାନୀୟ ଅଞ୍ଚଳବାସୀଙ୍କ ଲଗାତର ବିରୋଧର ସମ୍ମୁଖୀନ ହେବା ପରେ ବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିଥିବା ଚେନ୍ନାଇ କ୍ରିଏଟିଭ ପୋର୍ଟ ଡେଭେଲପ୍‌ମେଣ୍ଟ ପ୍ରାଇଭେଟ ଲିମିଟେଡ ସଂସ୍ଥା ୨୦୧୩ରେ ପଛଘୁଞ୍ଚା ଦେଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ରାଜ୍ୟ ସରକାର ସୁବର୍ଣ୍ଣରେଖା ବନ୍ଦର ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ୨୦୧୮ରେ ଟାଟା ଷ୍ଟିଲ ସହ ଚୁକ୍ତି ସ୍ବାକ୍ଷର କରିଥିଲେ। ଟାଟା ଷ୍ଟିଲ୍‌ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ ଲିମିଟେଡ୍‌ ପ୍ରକଳ୍ପ ପାଇଁ ୫୧% ପୁଞ୍ଜି ନିବେଶ କରିବ। ୨୦୧୯ ଫେବୃୟାରୀ ୧୩ରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଯୁବ ସମାବେଶରେ ଯୋଗଦେବା ସହ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ୫ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରହିଛି। ଏହି ପ୍ରକଳ୍ପ ପାଇଁ ବ୍ୟୟବରାଦ ଏବେ ୫ହଜାରରୁ ୧୫ହଜାର କୋଟିରେ ପହଞ୍ଚତ୍ଛି। ହେଲେ ପ୍ରସ୍ତାବିତ ସ୍ଥାନରେ ଜନସାଧାରଣଙ୍କ ତୀବ୍ର ବିରୋଧ ଓ ପରିବେଶ ମଞ୍ଜୁରୀ ସହ ଜମି ଅଧିଗ୍ରହଣ ବିଳମ୍ବ ଯୋଗୁ କାର୍ଯ୍ୟ ଆଗେଇ ପାରୁନାହିଁ। ଗତ ନଭେମ୍ବର ୨୦ରେ ଉପକୂଳ ଭିଟାମାଟି ସୁରକ୍ଷା କମିଟି ସଦସ୍ୟମାନେ ବାଲିଆପାଳଠାରେ ହେବାକୁ ଥିବା ପ୍ରସ୍ତାବିତ ବନ୍ଦରକୁ ସର୍ଭେ ପାଇଁ ଯାଇଥିବା ଟିମ୍‌କୁ ବିରୋଧ କରିଥିଲେ। ସେମାନେ ବନ୍ଦର ନିକଟରେ ପେଟ୍ରୋକେମିକାଲ ପ୍ଲାଜା ନିର୍ମାଣ କରାଇ ଦେବୁ ନାହିଁ ବୋଲି କହିଥିଲେ। ଗତ ୪ ମାସ ତଳେ ବାଲେଶ୍ୱର ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ, ସୁଦ୍ଧା ଅଦ୍ୟାବଧି କୌଣସି ଅଗ୍ରଗତି ହୋଇନାହିଁ। ଅଧିଗ୍ରହଣ ପ୍ରକ୍ରିୟା ପାଇଁ ପ୍ରଶାସନ ଅଞ୍ଚଳବାସୀଙ୍କୁ ବୁଝାଇବାରେ ଏକପ୍ରକାର ଅସଫଳ ହୋଇଛି। ବାଲିଆପାଳ ଚୌମୁଖ ନଦୀଭିତ୍ତିକ ବନ୍ଦର ପାଇଁ ଧାନ, ପାନ, ମୀନ, ତୈଳବୀଜର ଗନ୍ତାଘର କୁହାଯାଉଥିବା ସ୍ଥାନକୁ କମ୍ପାନୀ କିମ୍ବା ସରକାରଙ୍କୁ ଟେକି ଦେବେନାହିଁ ବୋଲି ଆନ୍ଦୋଳନକାରୀ ବଜ୍ର ଶପଥ ନେଇଥିବାରୁ ଜଟିଳ ସ୍ଥିତି ଉପୁଜିଛି। ୬ପଞ୍ଚାୟତର ୬୦ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଭିଟାମାଟି ସୁରକ୍ଷା କମିଟି ନାମରେ ଆନ୍ଦୋଳନ କରୁଥିବାରୁ ଶାନ୍ତିଶୃଙ୍ଖଳା ବ୍ୟାହତ ହେବା ଆଶଙ୍କା ଦେଖାଦେଇଛି।
ଅପରପକ୍ଷରେ ୨୦୨୦ରେ ପଶ୍ଚିମବଙ୍ଗ ସରକାର ଓଡ଼ିଶା ସୀମାନ୍ତରେ ତାଜପୁର ସାମୁଦ୍ରିକ ବନ୍ଦର ନିମନ୍ତେ ୨୫ହଜାର କୋଟି ଟଙ୍କା ବ୍ୟୟ ମଞ୍ଜୁର କରିଛନ୍ତି। ୨୦୨୨ ଅଗଷ୍ଟ ୩୦ରେ ଏହାକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରାଯାଇ ଆଦାନୀ ଗ୍ରୁପ୍‌ର ( ଆଦାନୀ ପୋର୍ଟସ ଆଣ୍ଡ ସ୍ପେଶିଆଲ ଇକୋନୋମିକ ଜୋନ୍‌)କୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତାଜପୁର ନିକଟସ୍ଥ ଶଙ୍କରପୁର ସମୁଦ୍ର କୂଳରେ ଏକ କାର୍ଯ୍ୟାଳୟ ଖୋଲାଯାଇ କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇଛି। ନିକଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ମାଣକାରୀ ସଂସ୍ଥାକୁ ଇଚ୍ଛାପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସମୁଦ୍ର କୂଳ ୧୨କି.ମି. ଦୂର ପର୍ଯ୍ୟନ୍ତ ଗଭୀର କରାଯିବା ସହିତ ବନ୍ଦର ସ୍ଥାନରେ ୧ହଜାର ଏକର ଜାଗାକୁ ଚିହ୍ନଟ କରାଯାଇଛି। ଏହି ବନ୍ଦର ପ୍ରତିଷ୍ଠା ପାଇଁ ୧ହଜାର ଲୋକଙ୍କ ଜମି ଅଧିଗ୍ରହଣ ହେବାକୁ ଥିବାରୁ ସେମାନଙ୍କୁ ନିୟମ ଅନୁଯାୟୀ ଅନ୍ୟତ୍ର ଥଇଥାନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସରକାରୀସ୍ତରରେ କୁହାଯାଉଛି। ତାଜପୁର ଏବଂ ଚୌମୁଖ ସମୁଦ୍ରକୂଳ ଦୂରତା ସଡ଼କ ପଥରେ ୨୫ କିମି ହୋଇଥିବାବେଳେ ସମୁଦ୍ରପଥରେ ୧୮ରୁ ୨୦ ନର୍ଟିକାଲ ମାଇଲ ହେବ। ତେଣୁ ତାଜପୁର ବନ୍ଦର ଆଗୁଆ ସମ୍ପୂର୍ଣ୍ଣ ହେଲେ ଚୌମୁଖ ବନ୍ଦର ପ୍ରଭାବିତ ହେବାର ଆଶଙ୍କା ରହିଛି। ବାଲିଆପାଳ ବନ୍ଦର ଏବଂ ଏହା ନିକଟରେ ୭୫ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ପେଟ୍ରୋକେମିକାଲ୍‌ସ ମେଗା ପ୍ରକଳ୍ପ ବିରୋଧୀ ଆନ୍ଦୋଳନକୁ ପରିବେଶବିତ୍‌ ଓ ବିରୋଧୀ ଦଳ ସମର୍ଥନ କରୁଥିବାରୁ ବନ୍ଦର ନିର୍ମାଣ ନେଇ ଅନିଶ୍ଚିତତା ଦେଖାଦେଇଛି। ଆମେ ଲଢେଇ କରି ବଞ୍ଚିବୁ, ମରିବୁ ପଛେ ଆମ ଭିଟାମାଟି ଛାଡିବୁନାହିଁ ବୋଲି ଭିଟାମାଟି ସୁରକ୍ଷା କମିଟି ଆବାହକ ଅରୁଣ ଜେନା କହିଛନ୍ତି। ପ୍ରସ୍ତାବିତ ବନ୍ଦର ନିର୍ମାଣ କରୁଥିବା ଟାଟା ପ୍ରୋଜେକ୍ଟର ସିଇଓ ପ୍ରକାଶ ସିଂଙ୍କ କହିବା ହେଲା, ପ୍ରକଳ୍ପ ପାଇଁ ୬୨୫ ଏକର ଜାଗା ସହ ସମୁଦ୍ର ଗର୍ଭକୁ ୪୦୦ଏକର ନିଆଯାଉଛି। ସମୁଦ୍ରରେ ଗଭୀରତା କାର୍ଯ୍ୟ କରାଯାଉଛି। ବାକି ରେଳପଥ, ସଡ଼କ ପଥ(ବାଲିଆପାଳରୁ ଅମର୍ଦ୍ଦା) ପାଇଁ ଉଭୟ ସରକାରୀ ଏବଂ ଘରୋଇ ୮୦ପ୍ରତିଶତ ଜମିକୁ ରେଜିଷ୍ଟ୍ରେଶନ କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଚେଷ୍ଟା ଜାରି ରହିଛି ବୋଲି ସିଂ କହିଛନ୍ତି। ଅପରପକ୍ଷରେ ବନ୍ଦର ଗଢିଉଠିଲେ ବାଲେଶ୍ୱର ଜିଲା ସହିତ ଓଡ଼ିଶାର ଆର୍ଥିକ ଏବଂ ସାମାଜିକ ସ୍ଥିତିର ଅଭୂତପୂର୍ବ ଉନ୍ନତି ଘଟିବ ବୋଲି ପୂର୍ବତନ ଏମ୍‌ପି ରବୀନ୍ଦ୍ର ଜେନା ପ୍ରକାଶ କରିଛନ୍ତି। ଜନପ୍ରିୟ ସରକାର ଯାହା ନିଷ୍ପତ୍ତି ନେବେ ତାକୁ ମୁଁ ସମର୍ଥନ କରିବି, ଏଥିରେ ମୋର କିଛି କହିବାର ନାହିଁ ବୋଲି ଭୋଗରାଇ ବିଧାୟକ ଅନନ୍ତ ଦାସ କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣରେ ବିଳମ୍ବ ପାଇଁ ବନ୍ଦର ହୋଇପାରୁନି ବୋଲି ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି। ସେହିପରି ସ୍ଥାନୀୟ ଚୌମୁଖ ଗ୍ରାମର ଲକ୍ଷ୍ମୀକାନ୍ତ ଖଟୁଆଙ୍କ କହିବା ହେଲା ତାଙ୍କ ପରିବାରର ୭ଜଣ ବର୍ଷକୁ ୪ ରୁ ୫ ଏକର ଜମିରେ ଧାନ, ପାନ ଏବଂ ଚିନାବାଦାମ ଚାଷ କରି ବାର୍ଷିକ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ସରକାର ଯଦି ଜାଗା ନେଇଯିବେ ତେବେ ଆମେ ସର୍ବହରା ହୋଇଯିବୁ ବୋଲି ଲକ୍ଷ୍ମୀଧର କହିଛନ୍ତି। ସ୍ଥାନୀୟ ଡୋଗ୍ରା ସରପଞ୍ଚ ସତ୍ୟାନନ୍ଦ ମହାନ୍ତି ମଧ୍ୟ ଏହି ବନ୍ଦର ପ୍ରକଳ୍ପକୁ ବିରୋଧ କରିଛନ୍ତି। ଚୌମୁଖ ଗ୍ରାମର ମନୋରଞ୍ଜନ ବେହେରାଙ୍କ ମତରେ ବନ୍ଦର ପ୍ରତିଷ୍ଠା ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସ୍ଥାନୀୟ ଲୋକେ କର୍ମ ନିଯୁକ୍ତି ପାଇବା ସହ ଅର୍ଥନୀତିର ବିକାଶ ହେବ। ବିରୋଧୀମାନେ ଯେଉଁ ଉଦ୍ଦେଶ୍ୟରେ ଆନ୍ଦୋଳନ କରୁଛନ୍ତି, ତାହା କେବେ ଫଳପ୍ରଦ ହେବ ନାହିଁ।
ପାରାଦୀପରେ ୧୯୬୬ ମାର୍ଚ୍ଚ ୧୨, ଭଦ୍ରକ ଧାମରାରେ ୨୦୧୧ ଓ ଗଞ୍ଜାମର ଗୋପାଳପୁର ବନ୍ଦର ୨୦୧୩ରୁ କାର୍ଯ୍ୟକ୍ଷମ ହୋଇଥିବାବେଳେ ୨୦୧୭ରୁ ରାଜ୍ୟ ସରକାର ୧୨ଟି କ୍ଷୁଦ୍ର ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖିଛନ୍ତି। ସେଥିମଧ୍ୟରେ ବାଲେଶ୍ୱର ଜିଲାର ସୁବର୍ଣ୍ଣରେଖା, ବିଚିତ୍ରପୁର, ବାହାବଳପୁର, ଇଞ୍ଚୁଡ଼ି ଏବଂ ଚାନ୍ଦିପୁର, ଭଦ୍ରକ ଜିଲାର ଚୁଡ଼ାମଣି, କେନ୍ଦ୍ରାପଡ଼ା ଜିଲାର ଆଖଡ଼ାଶାଳି, ଜଗତ୍‌ସିଂହପୁର ଜିଲାର ଜଟାଧାରୀ, ପୁରୀ ଜଲାର ଅସ୍ତରଙ୍ଗ ଓ ବାଲି ହରଚଣ୍ଡୀ ଏବଂ ଗଞ୍ଜାମ ଜିଲାର ପାଲୁର ଓ ବାହୁଦା ରହିଛି। ହେଲେ ଅଦ୍ୟାବଧି ବିଭିନ୍ନ କାରଣରୁ ଏଗୁଡ଼ିକ କାର୍ଯ୍ୟକାରୀ ହୋଇପାରି ନାହିଁ।

ପ୍ରଦୀପ ଦାସ


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri