ଅନିଶ୍ଚିତତାରେ ନୀଳାଚଳ ଅକ୍ସିଜେନ ପ୍ଲାଣ୍ଟରୁ ଉତ୍ପାଦନ

ଯାଜପୁର ଅଫିସ,୨୫ା୪: କୋଭିଡ୍‌ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଦେଶରେ ମେଡିକାଲ ଅକ୍ସିଜେନର ବହୁଳ ଚାହିଦା ରହିଛି। ଏହାର ଅଭାବରୁ ରୋଗୀମାନଙ୍କ ମୃତ୍ୟୁ ଘଟୁଥିବାରୁ ଦେଶରେ ହାହାକାର ପରିସ୍ଥିତି ରହିଛି। ଏହାକୁ ଦୃଷ୍ଟିରେ ରଖି ନୀଳାଚଳ ଇସ୍ପାତ ନିଗମ ଲିଃ (ଏନ୍‌ଆଇଏନ୍‌ଏଲ୍‌)ର ଅକ୍ସିଜେନ ପ୍ଲାଣ୍ଟକୁ ପୁନଃଚାଲୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ହେଲେ ଅକ୍ସିଜେନ ପ୍ଲାଣ୍ଟକୁ ଚଳାଇବାକୁ ହେଲେ ଦୈନିକ ୧୨ ମେଗାୱାଟ୍‌ ନିରନ୍ତର ବିଦ୍ୟୁତ୍‌ ଶକ୍ତି ଆବଶ୍ୟକ। ଗତ ୧ ବର୍ଷ ହେଲା କାରଖାନା ବନ୍ଦ ଥିବାରୁ ନିଜସ୍ବ ପାୱାର ପ୍ଲାଣ୍ଟ ମଧ୍ୟ ବନ୍ଦ ରହିଛି। ତେଣୁ ନେସ୍କୋ ପକ୍ଷରୁ ନିରନ୍ତର ଭାବେ ଉପରୋକ୍ତ କ୍ଷମତାର ବିଦ୍ୟୁତ୍‌ ଶକ୍ତି ସରବରାହର ଆବଶ୍ୟକତା ରହିଛି। ଥରେ ବିଦ୍ୟୁତ୍‌ ଯୋଗାଣ ବିଚ୍ଛିନ୍ନ ହେଲେ ପୁଣି ଅକ୍ସିଜେନ ପ୍ଲାଣ୍ଟ ଚଳାଇବାକୁ ଅତିରିକ୍ତ ୫ ଦିନ ସମୟ ଲାଗିବ। ଏହି ପରିପ୍ରେକ୍ଷୀରେ ନିଜସ୍ବ ପାୱାର ପ୍ଲାଣ୍ଟ ଚାଲୁ କରା ନ ଗଲେ ଅକ୍ସିଜେନ ଉତ୍ପାଦନ ବ୍ୟାହତ ହେବ ବୋଲି କର୍ମଚାରୀ ମହଲରେ ମତପ୍ରକାଶ ପାଇଛି। ତେଣୁ ପାୱାର ପ୍ଲାଣ୍ଟ ଚଳାଇବାକୁ ସରକାର ପଦକ୍ଷେପ ନେଲେ ଅକ୍ସିଜେନ ପ୍ଲାଣ୍ଟରୁ ଆବଶ୍ୟକ ଅମ୍ଳଜାନ ଉତ୍ପାଦନ ହୋଇ ପାରିବ ବୋଲି କର୍ମଚାରୀ ମହଲରେ ଦାବି ହୋଇଛି। ଅନ୍ୟପକ୍ଷେ ଯେଉଁ କର୍ମଚାରୀ ଓ ଅଧିକାରୀମାନେ ଏହି ପ୍ଲାଣ୍ଟର ପରିଚାଳନା କରିବେ ସେମାନେ ଗତ ୧ ବର୍ଷ ହେଲା ଦରମା ପାଇନାହାନ୍ତି। ପ୍ରାୟ ୧୫୦୦ କର୍ମଚାରୀ ଓ ଅଧିକାରୀଙ୍କ ଆର୍ଥିକ ଅବସ୍ଥା କରୋନାଠାରୁ ମଧ୍ୟ ଭୟଙ୍କର ହୋଇଛି। ବକେୟା ଦରମା ଦାବିରେ କର୍ମଚାରୀମାନେ ଗତ ୨୧ ତାରିଖରୁ ଦିବାରାତ୍ର ନୀଳାଚଳ ରେଲୱେ ଟ୍ରାକ ଉପରେ ଧାରଣାରେ ବସିଛନ୍ତି। ଫଳରେ ଲୋଡିଂ ରେକ୍‌ ୫ ଦିନ ହେଲା ଅଟକି ରହିଛି। ଏହି ଧାରଣାରେ ନୀଳାଚଳ ନିର୍ବାହୀ ସଂଘ, ସମସ୍ତ ୟୁନିୟନ ଓ ନୀଳାଚଳ ମିଳିତ ମଞ୍ଚ କର୍ମକର୍ତ୍ତାମାନେ ସାମିଲ ହୋଇଛନ୍ତି। ଦରମା ନ ଦେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କର୍ମଚାରୀମାନେ ଅଡ଼ି ବସିଛନ୍ତି। ତେଣୁ ନୀଳାଚଳ କାରଖାନାକୁ ସମ୍ପୂର୍ଣ୍ଣ ଭାବେ ପୁନଃ କାର୍ଯ୍ୟକ୍ଷମ କରାଗଲେ ସମସ୍ତେ ଉପକୃତ ହେବା ସହିତ ଅକ୍ସିଜେନ ଉତ୍ପାଦନ ସୁଚାରୁରୂପେ ସଫଳ ହୋଇପାରନ୍ତା ବୋଲି କର୍ମଚାରୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri