ଅନିଶ୍ଚିତତାରେ ନୀଳାଚଳ ଅକ୍ସିଜେନ ପ୍ଲାଣ୍ଟରୁ ଉତ୍ପାଦନ

ଯାଜପୁର ଅଫିସ,୨୫ା୪: କୋଭିଡ୍‌ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଦେଶରେ ମେଡିକାଲ ଅକ୍ସିଜେନର ବହୁଳ ଚାହିଦା ରହିଛି। ଏହାର ଅଭାବରୁ ରୋଗୀମାନଙ୍କ ମୃତ୍ୟୁ ଘଟୁଥିବାରୁ ଦେଶରେ ହାହାକାର ପରିସ୍ଥିତି ରହିଛି। ଏହାକୁ ଦୃଷ୍ଟିରେ ରଖି ନୀଳାଚଳ ଇସ୍ପାତ ନିଗମ ଲିଃ (ଏନ୍‌ଆଇଏନ୍‌ଏଲ୍‌)ର ଅକ୍ସିଜେନ ପ୍ଲାଣ୍ଟକୁ ପୁନଃଚାଲୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ହେଲେ ଅକ୍ସିଜେନ ପ୍ଲାଣ୍ଟକୁ ଚଳାଇବାକୁ ହେଲେ ଦୈନିକ ୧୨ ମେଗାୱାଟ୍‌ ନିରନ୍ତର ବିଦ୍ୟୁତ୍‌ ଶକ୍ତି ଆବଶ୍ୟକ। ଗତ ୧ ବର୍ଷ ହେଲା କାରଖାନା ବନ୍ଦ ଥିବାରୁ ନିଜସ୍ବ ପାୱାର ପ୍ଲାଣ୍ଟ ମଧ୍ୟ ବନ୍ଦ ରହିଛି। ତେଣୁ ନେସ୍କୋ ପକ୍ଷରୁ ନିରନ୍ତର ଭାବେ ଉପରୋକ୍ତ କ୍ଷମତାର ବିଦ୍ୟୁତ୍‌ ଶକ୍ତି ସରବରାହର ଆବଶ୍ୟକତା ରହିଛି। ଥରେ ବିଦ୍ୟୁତ୍‌ ଯୋଗାଣ ବିଚ୍ଛିନ୍ନ ହେଲେ ପୁଣି ଅକ୍ସିଜେନ ପ୍ଲାଣ୍ଟ ଚଳାଇବାକୁ ଅତିରିକ୍ତ ୫ ଦିନ ସମୟ ଲାଗିବ। ଏହି ପରିପ୍ରେକ୍ଷୀରେ ନିଜସ୍ବ ପାୱାର ପ୍ଲାଣ୍ଟ ଚାଲୁ କରା ନ ଗଲେ ଅକ୍ସିଜେନ ଉତ୍ପାଦନ ବ୍ୟାହତ ହେବ ବୋଲି କର୍ମଚାରୀ ମହଲରେ ମତପ୍ରକାଶ ପାଇଛି। ତେଣୁ ପାୱାର ପ୍ଲାଣ୍ଟ ଚଳାଇବାକୁ ସରକାର ପଦକ୍ଷେପ ନେଲେ ଅକ୍ସିଜେନ ପ୍ଲାଣ୍ଟରୁ ଆବଶ୍ୟକ ଅମ୍ଳଜାନ ଉତ୍ପାଦନ ହୋଇ ପାରିବ ବୋଲି କର୍ମଚାରୀ ମହଲରେ ଦାବି ହୋଇଛି। ଅନ୍ୟପକ୍ଷେ ଯେଉଁ କର୍ମଚାରୀ ଓ ଅଧିକାରୀମାନେ ଏହି ପ୍ଲାଣ୍ଟର ପରିଚାଳନା କରିବେ ସେମାନେ ଗତ ୧ ବର୍ଷ ହେଲା ଦରମା ପାଇନାହାନ୍ତି। ପ୍ରାୟ ୧୫୦୦ କର୍ମଚାରୀ ଓ ଅଧିକାରୀଙ୍କ ଆର୍ଥିକ ଅବସ୍ଥା କରୋନାଠାରୁ ମଧ୍ୟ ଭୟଙ୍କର ହୋଇଛି। ବକେୟା ଦରମା ଦାବିରେ କର୍ମଚାରୀମାନେ ଗତ ୨୧ ତାରିଖରୁ ଦିବାରାତ୍ର ନୀଳାଚଳ ରେଲୱେ ଟ୍ରାକ ଉପରେ ଧାରଣାରେ ବସିଛନ୍ତି। ଫଳରେ ଲୋଡିଂ ରେକ୍‌ ୫ ଦିନ ହେଲା ଅଟକି ରହିଛି। ଏହି ଧାରଣାରେ ନୀଳାଚଳ ନିର୍ବାହୀ ସଂଘ, ସମସ୍ତ ୟୁନିୟନ ଓ ନୀଳାଚଳ ମିଳିତ ମଞ୍ଚ କର୍ମକର୍ତ୍ତାମାନେ ସାମିଲ ହୋଇଛନ୍ତି। ଦରମା ନ ଦେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କର୍ମଚାରୀମାନେ ଅଡ଼ି ବସିଛନ୍ତି। ତେଣୁ ନୀଳାଚଳ କାରଖାନାକୁ ସମ୍ପୂର୍ଣ୍ଣ ଭାବେ ପୁନଃ କାର୍ଯ୍ୟକ୍ଷମ କରାଗଲେ ସମସ୍ତେ ଉପକୃତ ହେବା ସହିତ ଅକ୍ସିଜେନ ଉତ୍ପାଦନ ସୁଚାରୁରୂପେ ସଫଳ ହୋଇପାରନ୍ତା ବୋଲି କର୍ମଚାରୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri