Categories: ଜାତୀୟ

ଜୋଷୀମଠରେ ଅନିଶ୍ଚିତତା ଜାରି

ଜୋଷୀମଠ,୬।୨(ପି.ଟି.): ଉତ୍ତରାଖଣ୍ଡର ଚାମୋଲି ଜିଲା ଅନ୍ତର୍ଗତ ଜୋଷୀମଠ ସହରରେ ମାଟି ଦବିବା କାରଣରୁ ଘରଗୁଡ଼ିକରେ ଫାଟ ଦେଖାଦେଇ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି। ଲୋକମାନଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତର କରିବା ଲାଗି ସରକାର ଉଦ୍ୟମ ଚଳାଇଥିବାବେଳେ ସ୍ଥାୟୀ ଥଇଥାନ ପାଇଁ ବାସିନ୍ଦାମାନେ ଦାବି କରୁଥିବାରୁ ଅନିଶ୍ଚିତତା ଲାଗି ରହିଛି।

ଭାରତୀ ଦେବୀ ନାମକ ବୃଦ୍ଧା ତାଙ୍କ ବିପଦସଙ୍କୁଳ ଘର ଛାଡ଼ିବାର ମାସେରୁ ଊର୍ଦ୍ଧ୍ୱ ସମୟ ବିତିଥିଲେ ମଧ୍ୟ ସ୍ଥାୟୀ ଥଇଥାନ ଖବର ପାଇବା ଆଶାରେ ସେ ଦିନର ଅଧା ସମୟ ଉକ୍ତ ଘର ପାଖରେ ଓ ଅଧା ସମୟ ଉପଖଣ୍ଡ କାର୍ଯ୍ୟାଳୟ ନିକଟରେ ବିତାଉଛନ୍ତି। ଭାରତୀ ଦେବୀ ସମେତ ଜୋଷୀମଠ ଛାଡ଼ିଥିବା ଅନେକ ପରିବାରଙ୍କୁ ପରିତ୍ୟକ୍ତ ସେନା ବାରାକଠାରେ ଅସ୍ଥାୟୀ ରିଲିଫ୍‌ କ୍ୟାମ୍ପରେ ରଖାଯାଇଛି। ସେମାନଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ରହିଛି। ପୂର୍ବରୁ ସିଂହଧରର ଏକ ସ୍କୁଲରେ କେତୋଟି ପରିବାର ଆଶ୍ରୟ ନେଇଥିଲେ। ସ୍କୁଲ ଖୋଲିବା ପରେ ସେମାନଙ୍କୁ ପରିତ୍ୟକ୍ତ ସେନା ବାରାକକୁ ସ୍ଥାନାନ୍ତର କରାଯାଇଛି। ଏପ୍ରିଲ-ମେ’ରେ ଚାର୍‌ଧାମ ଯାତ୍ରା ଆରମ୍ଭ ହେଲେ ବହୁସଂଖ୍ୟାରେ ତୀର୍ଥଯାତ୍ରୀ ପହଞ୍ଚତ୍ବେ। ସେତେବେଳକୁ ଉକ୍ତ ଆଶ୍ରୟ ସ୍ଥଳରୁ ମଧ୍ୟ ବିସ୍ଥାପିତମାନେ ବଞ୍ଚତ୍ତ ହୋଇପାରନ୍ତି ବୋଲି ଆଶଙ୍କା କରୁଛନ୍ତି।

Share