ସୁରେଶ୍ୱରୀ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

ବଇଣ୍ଡା,୩୧।୩(ପରିକ୍ଷିତ ସାହୁ)ଦୀର୍ଘ ୧୪ ବର୍ଷ ଧରି ଚାଷୀମାନେ ଆନ୍ଦୋଳନ ଚଳାଇଛନ୍ତି। ବର୍ଷ ବର୍ଷ ଧରି ଧାରଣା ଦେଇଛନ୍ତି। ହେଲେ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ପଞ୍ଚାୟତଠାରେ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ହେଉନାହିଁ। ଫଳରେ ସରକାରୀ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ଅଟକି ରହିଥିବାରୁ ଏ ନେଇ କିଶୋରନଗର ଜୀବନ ଜୀବିକା ଓ କୃଷି ଜମି ସୁରକ୍ଷା କମିଟି ଓ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧିପାଉଛି।
କମିଟି ପକ୍ଷରୁ କୁହାଯାଇଛି, କିଶୋରନଗର ବ୍ଲକ କୃଷି ବହୁଳ ଅଞ୍ଚଳ। ଚାଷ ଜମିକୁ ପାଣି ମାଡ଼ିବା ପାଇଁ ସୁରେଶ୍ୱରୀ ନାଳ ଉପରେ ଏକ ଜଳସେଚନ ପ୍ରକଳ୍ପ ନିର୍ମାଣ କରିବା ପାଇଁ ୨୦୦୪ ଫେବୃଆରୀ ୨୦ରେ ବାମୁର ପଞ୍ଚାୟତ କାନ୍ତ ଆମ୍ବତଇଲାଠାରେ ରାଜ୍ୟ ସରକାରଙ୍କ ତତ୍‌କାଳୀନ ଜଳସମ୍ପଦ ମନ୍ତ୍ରୀ ମଙ୍ଗଳା କିଶାନ ଶୁଭ ଦେଇଥିଲେ। ହେଲେ ଆଜକୁ ଦୀର୍ଘ ୨୦ ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ପ୍ରକଳ୍ପ ନିର୍ମାଣ ହୋଇପାରିନାହିଁ। ଏହି ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାର ୨୦୦୫ ମସିହାରେ ୬ କୋଟି ଟଙ୍କା ମଞ୍ଜୁର କରିଥିଲେ। ଏହି ପ୍ରକଳ୍ପ ନିର୍ମାଣ ହେଲେ ବାମୁର, ଜଏରାଟ, ଓସ୍କାପାଲି, ଧଉରାପାଲି, କଦଳୀମୁଣ୍ଡା, ରଣିଆକଟା ୬ ଟି ପଞ୍ଚାୟତର ୩୪ଟି ଗ୍ରାମର ୧୦ ହଜାର ଏକର ଚାଷ ଜମିକୁ ପାଣି ମାଡ଼ିବ। ହେଲେ ଏହା ସ୍ବପ୍ନ ପାଲଟିଛି। ଏହି ଜଳ ସେଚଳ ପ୍ରକଳ୍ପ ନିର୍ମାଣ ପାଇଁ ଜୀବନ ଜୀବିକା ଓ ଜମି ସୁରକ୍ଷା କମିଟି ପକ୍ଷରୁ ୨୦୧୦ ଏପ୍ରିଲ ୧୦ ଠାରୁ ଆନ୍ଦୋଳନ ଆରମ୍ଭ ହୋଇଛି। ବହୁବାର ବ୍ଲକ, ତହସିଲ ଅଫିସ, ଉପ ଜିଲାପାଳ ଅଫିସ, ଜିଲାପାଳ ଅଫିସ ସମ୍ମୁଖରେ ଆନ୍ଦୋଳନ କରାଯାଇଥିବାବେଳେ କୌଣସି ସୁଫଳ ମିଳିନାହିଁ। ପରେ ୬ ପଞ୍ଚାୟତବାସୀ ୨୦୧୭ ସେପ୍ଟେମ୍ବର ୧୧ ଓ ୧୨ ଦୁଇଦିନ ଜିଲାପାଳ କାର୍ଯ୍ୟାଳୟଠାରେ ଅହୋରାତ୍ର ଧାରଣା ଦେଇଥିଲେ। ଶୀଘ୍ର ପ୍ରକଳ୍ପ ନିର୍ମାଣ ହେବ ବୋଲି ଜିଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିବାବେଳେ ପର ମୁହୂର୍ତ୍ତରେ କୌଣସି କାମ ଆରମ୍ଭ ହୋଇ ନ ଥିଲା। ପରେ ପୁଣି ଚାଷୀମାନେ କିଶୋରନଗର ବ୍ଲକ ସମ୍ମୁଖରେ ୨୦୧୯ ଅକ୍ଟୋବର ୨୧, ୨୨, ୨୩ ତିନି ଦିନ ଧରି ଅହୋରାତ୍ର ଧାରଣା ଦେବା ପରେ ଜଳସମ୍ପଦ ବିଭାଗ ପକ୍ଷରୁ କିଛି କେନାଲ କାର୍ଯ୍ୟ କରାଯାଇଥିବାବେଳେ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇ ନ ଥିଲା। ବାରମ୍ବାର ଆନ୍ଦୋଳନ କରାଯିବା ସହ ଏହି ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆ ନ ଗଲେ ଆଗାମୀ ଦିନରେ ପୁଣି ଆନ୍ଦୋଳନ କରାଯିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି। ଏ ନେଇ କମିଟି ସଭାପତି ଦିନବନ୍ଧୁ ପ୍ରଧାନ କହିଛନ୍ତି, ସରକାର ସବୁବେଳେ ଚାଷୀଙ୍କୁ ପ୍ରତାରଣା କରୁଛନ୍ତି। ଅନେକ ଯୋଜନା କାର୍ଯ୍ୟକାରୀ କଲେ ମଧ୍ୟ ଚାଷୀଙ୍କ ପାଇଁ ସରକାର ବିଫଳ ହୋଇଛନ୍ତି। ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ବହୁବାର ଦାବି କରାଯାଉଥିବାବେଳେ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରଶାସନିକ କ୍ଷେତ୍ରରେ ପଦକ୍ଷେପ ନିଆଯାଉନାହିଁ। ଫଳରେ କୃଷିର ବିକାଶ ହୋଇ ପାରୁନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri