ସୁରେଶ୍ୱରୀ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

ବଇଣ୍ଡା,୩୧।୩(ପରିକ୍ଷିତ ସାହୁ)ଦୀର୍ଘ ୧୪ ବର୍ଷ ଧରି ଚାଷୀମାନେ ଆନ୍ଦୋଳନ ଚଳାଇଛନ୍ତି। ବର୍ଷ ବର୍ଷ ଧରି ଧାରଣା ଦେଇଛନ୍ତି। ହେଲେ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ପଞ୍ଚାୟତଠାରେ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ହେଉନାହିଁ। ଫଳରେ ସରକାରୀ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ଅଟକି ରହିଥିବାରୁ ଏ ନେଇ କିଶୋରନଗର ଜୀବନ ଜୀବିକା ଓ କୃଷି ଜମି ସୁରକ୍ଷା କମିଟି ଓ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧିପାଉଛି।
କମିଟି ପକ୍ଷରୁ କୁହାଯାଇଛି, କିଶୋରନଗର ବ୍ଲକ କୃଷି ବହୁଳ ଅଞ୍ଚଳ। ଚାଷ ଜମିକୁ ପାଣି ମାଡ଼ିବା ପାଇଁ ସୁରେଶ୍ୱରୀ ନାଳ ଉପରେ ଏକ ଜଳସେଚନ ପ୍ରକଳ୍ପ ନିର୍ମାଣ କରିବା ପାଇଁ ୨୦୦୪ ଫେବୃଆରୀ ୨୦ରେ ବାମୁର ପଞ୍ଚାୟତ କାନ୍ତ ଆମ୍ବତଇଲାଠାରେ ରାଜ୍ୟ ସରକାରଙ୍କ ତତ୍‌କାଳୀନ ଜଳସମ୍ପଦ ମନ୍ତ୍ରୀ ମଙ୍ଗଳା କିଶାନ ଶୁଭ ଦେଇଥିଲେ। ହେଲେ ଆଜକୁ ଦୀର୍ଘ ୨୦ ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ପ୍ରକଳ୍ପ ନିର୍ମାଣ ହୋଇପାରିନାହିଁ। ଏହି ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାର ୨୦୦୫ ମସିହାରେ ୬ କୋଟି ଟଙ୍କା ମଞ୍ଜୁର କରିଥିଲେ। ଏହି ପ୍ରକଳ୍ପ ନିର୍ମାଣ ହେଲେ ବାମୁର, ଜଏରାଟ, ଓସ୍କାପାଲି, ଧଉରାପାଲି, କଦଳୀମୁଣ୍ଡା, ରଣିଆକଟା ୬ ଟି ପଞ୍ଚାୟତର ୩୪ଟି ଗ୍ରାମର ୧୦ ହଜାର ଏକର ଚାଷ ଜମିକୁ ପାଣି ମାଡ଼ିବ। ହେଲେ ଏହା ସ୍ବପ୍ନ ପାଲଟିଛି। ଏହି ଜଳ ସେଚଳ ପ୍ରକଳ୍ପ ନିର୍ମାଣ ପାଇଁ ଜୀବନ ଜୀବିକା ଓ ଜମି ସୁରକ୍ଷା କମିଟି ପକ୍ଷରୁ ୨୦୧୦ ଏପ୍ରିଲ ୧୦ ଠାରୁ ଆନ୍ଦୋଳନ ଆରମ୍ଭ ହୋଇଛି। ବହୁବାର ବ୍ଲକ, ତହସିଲ ଅଫିସ, ଉପ ଜିଲାପାଳ ଅଫିସ, ଜିଲାପାଳ ଅଫିସ ସମ୍ମୁଖରେ ଆନ୍ଦୋଳନ କରାଯାଇଥିବାବେଳେ କୌଣସି ସୁଫଳ ମିଳିନାହିଁ। ପରେ ୬ ପଞ୍ଚାୟତବାସୀ ୨୦୧୭ ସେପ୍ଟେମ୍ବର ୧୧ ଓ ୧୨ ଦୁଇଦିନ ଜିଲାପାଳ କାର୍ଯ୍ୟାଳୟଠାରେ ଅହୋରାତ୍ର ଧାରଣା ଦେଇଥିଲେ। ଶୀଘ୍ର ପ୍ରକଳ୍ପ ନିର୍ମାଣ ହେବ ବୋଲି ଜିଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିବାବେଳେ ପର ମୁହୂର୍ତ୍ତରେ କୌଣସି କାମ ଆରମ୍ଭ ହୋଇ ନ ଥିଲା। ପରେ ପୁଣି ଚାଷୀମାନେ କିଶୋରନଗର ବ୍ଲକ ସମ୍ମୁଖରେ ୨୦୧୯ ଅକ୍ଟୋବର ୨୧, ୨୨, ୨୩ ତିନି ଦିନ ଧରି ଅହୋରାତ୍ର ଧାରଣା ଦେବା ପରେ ଜଳସମ୍ପଦ ବିଭାଗ ପକ୍ଷରୁ କିଛି କେନାଲ କାର୍ଯ୍ୟ କରାଯାଇଥିବାବେଳେ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇ ନ ଥିଲା। ବାରମ୍ବାର ଆନ୍ଦୋଳନ କରାଯିବା ସହ ଏହି ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆ ନ ଗଲେ ଆଗାମୀ ଦିନରେ ପୁଣି ଆନ୍ଦୋଳନ କରାଯିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି। ଏ ନେଇ କମିଟି ସଭାପତି ଦିନବନ୍ଧୁ ପ୍ରଧାନ କହିଛନ୍ତି, ସରକାର ସବୁବେଳେ ଚାଷୀଙ୍କୁ ପ୍ରତାରଣା କରୁଛନ୍ତି। ଅନେକ ଯୋଜନା କାର୍ଯ୍ୟକାରୀ କଲେ ମଧ୍ୟ ଚାଷୀଙ୍କ ପାଇଁ ସରକାର ବିଫଳ ହୋଇଛନ୍ତି। ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ବହୁବାର ଦାବି କରାଯାଉଥିବାବେଳେ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରଶାସନିକ କ୍ଷେତ୍ରରେ ପଦକ୍ଷେପ ନିଆଯାଉନାହିଁ। ଫଳରେ କୃଷିର ବିକାଶ ହୋଇ ପାରୁନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri