ଅନିଶ୍ଚିତତାରେ ଗ୍ରାମ୍ୟ ପର୍ଯ୍ୟଟନ

ଢେଙ୍କାନାଳ ଅଫିସ, ୧୧।୧୧: ପରିବେଶ ପର୍ଯ୍ୟଟନକୁ ନେଇ ଦେଶ ତଥା ଦେଶ ବାହାରେ ସୁନାମ ଅର୍ଜିଛି ଢେଙ୍କାନାଳ ଜିଲା। ସବୁଜିମା ବଳୟ ଘେରା କପିଳାସ ହେଉ କି ସପ୍ତଶଯ୍ୟା ସର୍ବଦା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସିଛି। ଏହାକୁ ରୁରାଲ ଟୁରିଜମ୍‌ରେ ଅନ୍ତର୍ଭୁକ୍ତ କରି ଜିଲାର ପର୍ଯ୍ୟଟନକୁ ସଶକ୍ତ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ନୀଳ ନକ୍ସା। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସପ୍ତଶଯ୍ୟା ପଞ୍ଚାୟତର ଡୋକ୍ରା ଶିଳ୍ପକଳାର ଗ୍ରାମ ସଦେଇବେରେଣୀ ନବଜୀବନପୁରରେ ବିକାଶ କରାଯାଇଛି କଳାକୃତି ଗ୍ରାମ। ଏଥିରେ ଖର୍ଚ୍ଚ ହୋଇଛି ପ୍ରାୟ ୫ କୋଟି ଟଙ୍କା। ତେବେ ୨୦୧୯ ଅଗଷ୍ଟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିନାହିଁ। ପରିଚାଳନା ଅଭାବରୁ କଳାକୃତି ଗ୍ରାମ ଲଟାବୁଦାରେ ପରିପୂର୍ଣ୍ଣ ହୋଇ ସରୀସୃପଙ୍କ ଆବାସସ୍ଥଳୀ ପାଲଟିଛି। ଏହାକୁ କାର୍ଯ୍ୟକ୍ଷମ କରିବାକୁ ନେଇ ପର୍ଯ୍ୟଟନ ବିଭାଗ ଏବଂ ଓର୍‌ମାସ ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବାବେଳେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି ପ୍ରକଳ୍ପର ଭବିଷ୍ୟତ।
ଡୋକ୍ରା ହସ୍ତଶିଳ୍ପ ପାଇଁ ରାଜ୍ୟ, ଜାତୀୟ ତଥା ବିଦେଶରେ ସୁନାମ ଅର୍ଜିଛି ସଦେଇବେରେଣୀ ନବଜୀବନପୁର। ଗ୍ରାମର ୧୨୦ରୁ ଊର୍ଦ୍ଧ୍ୱ ଶିଳ୍ପୀ ଏହି ବିଲୁପ୍ତ ପ୍ରାୟ କଳା ସହିତ ଜଡ଼ିତ। ପର୍ଯ୍ୟଟନ ଋତୁରେ ସପ୍ତଶଯ୍ୟାକୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ସମାଗମ ହେଉଥିବାବେଳେ ଡୋକ୍ରା ଗ୍ରାମର ବିକାଶ କରି ପର୍ଯ୍ୟଟନ ଶିଳ୍ପକୁ ବଢ଼ାଇବା ଲାଗି କରାଯାଇଥିଲା ଯୋଜନା। ତତ୍କାଳୀନ ଜିଲାପାଳ ରୁପାରୋଶନ ସାହୁଙ୍କ ପ୍ରସ୍ତାବକ୍ରମେ ୨୦୧୬-୧୭ରେ ସଦେଇବେରେଣୀ ନବଜୀବନପୁରରେ ଗ୍ରାମୀଣ ପର୍ଯ୍ୟଟନର ବିକାଶ କରିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ପର୍ଯ୍ୟାୟକ୍ରମେ ୫କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା କଳାକୃତି ଗ୍ରାମ। ଡୋକ୍ରା କାରିଗରଙ୍କ ସାମଗ୍ରୀ ନିର୍ମାଣ ନିମନ୍ତେ ହଲ୍‌, ସାମଗ୍ରୀ ବିକ୍ରୟ ଓ ପ୍ରଦର୍ଶନ କେନ୍ଦ୍ର, ମୁଖଶାଳା, ବୈଠକ ସ୍ଥଳୀ, ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମସ୍ଥଳ ଏଥିରେ ଅନ୍ତର୍ଭୁକ୍ତ। ୨୦୧୯ ଅଗଷ୍ଟରେ ନିର୍ମାଣ ଶେଷ ହେବା ପରେ ରକ୍ଷଣାବେକ୍ଷଣ ଲାଗି ଏହାକୁ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଥିଲା। ହେଲେ ପଞ୍ଚାୟତ ଅରାଜି ହେବା ପରେ ଏହାକୁ ପର୍ଯ୍ୟଟନ ବିଭାଗ ଏବଂ ଜିଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଏବେ ଓରମାସ୍‌କୁ ଏହାର ଦାୟିତ୍ୱ ଦିଆଯାଇଛି। ହେଲେ ଅର୍ଥାଭାବରୁ ପ୍ରକଳ୍ପ ପରିସରରେ ଆବଶ୍ୟକ ଆନୁଷଙ୍ଗିକ କାର୍ଯ୍ୟ କରିପାରୁନି ଓର୍‌ମାସ। ଅନ୍ୟପଟେ ରକ୍ଷଣାବେକ୍ଷଣ ପାଇଁ କର୍ମଚାରୀ ନିଯୁକ୍ତି ଦିଆଯିବାର ଆବଶ୍ୟକତା ରହିଥିବାବେଳେ ଅର୍ଥ ସଙ୍କଟ ଏଥିରେ ଅନ୍ତରାୟ ସାଜିଛି। ଫଳରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଏବଂ ଗ୍ରାମୀଣ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ନିର୍ମିତ ଏହି ପ୍ରକଳ୍ପର କାର୍ଯ୍ୟକାରିତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। କରୋନା ମହାମାରୀ ସମୟରେ ଡୋକ୍ରା ଶିଳ୍ପୀଙ୍କ ଜୀବିକା ପ୍ରଭାବିତ ହୋଇଥିବାବେଳେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ସେମାନେ ଏହାକୁ ପୁଞ୍ଜି କରି ଆର୍ଥିକ ଅବସ୍ଥା ସୁଧାରିପାରନ୍ତେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
ଏ ସଂକ୍ରାନ୍ତରେ ସରପଞ୍ଚ ଜେଶସ ସାହୁ କୁହନ୍ତି, ରକ୍ଷଣାବେକ୍ଷଣରେ ସମସ୍ୟା ଉପୁଜିବାରୁ ଏହାର ଦାୟିତ୍ୱ ନେଲୁ ନାହିଁ। ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିଲେ ବି କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଜିଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ କୁହନ୍ତି, ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ଏହାକୁ ଓର୍‌ମାସକୁ ହସ୍ତାନ୍ତର କରାଯାଇଛି। ତେଣୁ ଜିଲା ପର୍ଯ୍ୟଟନ ବିଭାଗର କୌଣସି ଭୂମିକା ନାହିଁ। ଜିଲା ଓର୍‌ମାସ ଡେପୁଟି ସିଇଓ ନିରୋଜ ଜେନା କୁହନ୍ତି, ପର୍ଯ୍ୟଟନ ବିଭାଗ ପ୍ରକଳ୍ପ ହସ୍ତା ନ୍ତର କରି ଦାୟିତ୍ୱ ସାରିଦେଇଛି। ଏଠାରେ କିଛି କାମ ବାକି ରହିଛି। ଅର୍ଥାଭାବରୁ ଏହା କରାଯାଇପାରୁନାହିଁ। ରକ୍ଷଣାବେକ୍ଷଣ ପାଇଁ କର୍ମଚାରୀ ମଧ୍ୟ ଆବଶ୍ୟକ। ଏସବୁ ବିଷୟରେ ଜିଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri