ଅନିଶ୍ଚିତ ଓ ଅସହାୟ

ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆମ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ପରିଚାଳନା ଖୁବ୍‌ ଭଲ, ଅନାହାର ମୃତ୍ୟୁର ଖବର ବି ନାହିଁ, ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପୁଷ୍ଟିହୀନତା ସମ୍ବେଦନଶୀଳ ସ୍ଥିତିରେ। ରାତିରେ ଶୋଇଲା ବେଳେ କେହି ସମ୍ପୂର୍ଣ୍ଣ ଉପାସରେ ହୁଏତ ଶୋଉନାହାନ୍ତି, ତଥାପି ରାଜ୍ୟରେ ଅଧିକାଂଶ ମହିଳା ଓ ଶିଶୁ ପୁଷ୍ଟିହୀନତା ଓ ରକ୍ତହୀନତାର ଶିକାର। ଏଇ ତାଲିକାରେ ବୟସ୍କମାନେ ମଧ୍ୟ ଅନ୍ତର୍ଭୁକ୍ତ। ରିପୋର୍ଟ ଅନୁସାରେ ଭାରତରେ ପ୍ରତି ଦୁଇଜଣ ମହିଳାରେ ଜଣେ ଏବଂ ତିନିଜଣ ଶିଶୁରେ ଜଣେ ଅପପୁଷ୍ଟି ଭୋଗୁଛନ୍ତି ଏବଂ ଓଡ଼ିଶା ସେଇ ରାଜ୍ୟଗୁଡ଼ିକ ବନ୍ଧନୀରେ ଅଛି ଯେଉଁଠି ପ୍ରଦର୍ଶନ ଜାତୀୟ ହାରାହାରିଠୁ ଖରାପ। ଜାତୀୟ ସ୍ବାସ୍ଥ୍ୟ ଓ ପରିବାର ସର୍ଭେ-୫ ଅନୁଯାୟୀ ପ୍ରତି ହଜାର ଶିଶୁରେ ରାଜ୍ୟରେ ଶିଶୁ ମୃତ୍ୟୁ ହାର (୫ ବର୍ଷରୁ କମ୍‌) ୪୧.୧ , ୬ ରୁ ୫୯ ମାସ ବୟସ୍କଙ୍କ ମଧ୍ୟରେ ରକ୍ତହୀନତା ଭୋଗୁଛନ୍ତି ୬୪.୨ ଶିଶୁ; ଷ୍ଟଣ୍ଟିଙ୍ଗ (ବୟସ ତୁଳନାରେ କମ ଉଚ୍ଚତା ) ପ୍ରତି ହଜାରରେ ୩୧ ଶିଶୁ ଓ ୱେଷ୍ଟିଙ୍ଗ (ଉଚ୍ଚତା ତୁଳନାରେ କମ୍‌ ଓଜନ ) ପ୍ରତି ହଜାରରେ ୧୮.୬।
ରିପୋର୍ଟରେ କୁହାଯାଉଛି, ଖାଦ୍ୟ ନିରାପତ୍ତା ଆଇନ, ପରିପୂରକ ପୃଷ୍ଟି କାର୍ଯ୍ୟକ୍ରମ ଏବଂ ମଧ୍ୟାହ୍ନ ଭୋଜନ ପରି ଏକାଧିକ ଯୋଜନା ସତ୍ତ୍ୱେ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ସ୍ଥିତିର ଉଲ୍ଲେଖନୀୟ ପରିବର୍ତ୍ତନ ଆସିପାରିନାହିଁ। ଚିନ୍ତା ପ୍ରକଟ କରାଯାଉଛି, ପ୍ରତି ରାଜ୍ୟରେ (ଓଡ଼ିଶା ଅନ୍ତର୍ଭୁକ୍ତ) ଲକ୍ଷ ଲକ୍ଷ ପରିବାର ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀ ହେବାରୁ ବଞ୍ଚତ୍ତ ରହିଛନ୍ତି।
ଭାରତ ସରକାର ଓଡ଼ିଶା ପାଇଁ ଏହି ଆଇନ ଅନୁସାରେ ରାଜ୍ୟ ଲାଗି ହିତାଧିକାରୀ ସଂଖ୍ୟା ଗ୍ରାମୀଣ ଜନସଂଖ୍ୟାର ୮୨.୧୭ ପ୍ରତିଶତ ସ୍ଥିର କରିଥିବା ବେଳେ ସହରାଞ୍ଚଳ ପାଇଁ ଏହା ୫୫.୭୭ ପ୍ରତିଶତ। ଏହା ବାହାରେ ମଧ୍ୟ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟର ଯୋଗ୍ୟ ହିତାଧିକାରୀ ଅଛନ୍ତି। ଏକ ସୂତ୍ର ଅନୁସାରେ ଆମ ରାଜ୍ୟରେ ଅନୂ୍ୟନ ୬,୮୬,୨୧୧ ପରିବାର ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ପଡିଛନ୍ତି। ଏକଥା ମଧ୍ୟ କୁହାଯାଉଛି ଆଧାର ସିଡ଼ିଙ୍ଗକୁ ବାଧ୍ୟତାମୂଳକ କରାଯିବାରୁ କିଛି କ୍ଷେତ୍ରରେ ଅସୁବିଧା ସୃଷ୍ଟି ହୋଇଛି। ଓଡ଼ିଶା ସମ୍ପର୍କିତ ଏକ ସ୍ବତନ୍ତ୍ର ରିପୋର୍ଟ ଉଲ୍ଲେଖ କରିଛି ଯେ ଅନୁସୂଚିତ ଜନଜାତି ଅଧ୍ୟୁଷିତ ଗ୍ରାମାଞ୍ଚଳରେ ୯୦ ପ୍ରତିଶତ ପରିବାରଙ୍କ ସ୍ଥିତି ଭଲନୁହେଁ। ସେମାନେ ଭୂମିହୀନ ନଚେତ ନାମକୁ ମାତ୍ର ଚାଷୀ। ଏପରିକି ଖଣିଜ ସମ୍ପଦ ପରିପୂର୍ଣ୍ଣ କେନ୍ଦୁଝର ଓ ଯାଜପୁର ଜିଲାରେ କିଛି ଅଞ୍ଚଳରେ ସ୍ଥିତି ଏକଦମ୍‌ ଖରାପ। ପାଠକେ, ନଗଡ଼ା କଥା ସ୍ମରଣ କରିପାରନ୍ତି। ପେସା, ୧୯୯୬ ଏବଂ ଜଙ୍ଗଲ ଅଧିକାର ଆଇନ – ୨୦୦୬ ମଧ୍ୟ ଆଦିବାସୀମାନଙ୍କ କ୍ଷେତ୍ରରେ ଠିକ୍‌ ଭାବରେ ଲାଗୁ ହେଉନାହିଁ ବୋଲି ଅଭିଯୋଗ ହେଉଛି। ପ୍ରାୟ ଏସବୁ କ୍ଷେତ୍ରରେ ପାଖାପାଖି ୯୦ ପ୍ରତିଶତ ପରିବାର ସେମାନଙ୍କ ଦୁଃସମୟରେ ଯାହାକିଛି ସମ୍ପତ୍ତିବାଡ଼ି ଅଛି ସେସବୁକୁ ବିକିବାକୁ ନଚେତ ବନ୍ଧା ପକେଇବାକୁ ଆପାତତଃ ବାଧ୍ୟ ହୁଅନ୍ତି। ହାତରେ ସେମାନଙ୍କର ନଗଦ ଟଙ୍କା ନ ଥାଏ। ଚାଷ ବ୍ୟତୀତ ରୋଜଗାର ଗ୍ରହଣଯୋଗ୍ୟ ବିକଳ୍ପ ବି ନ ଥାଏ। ଏକ ସର୍ଭେ ଅନୁସାରେ ଗୋଟିଏ ଗ୍ରାମାଞ୍ଚଳ ପରିବାରର ବର୍ଷକୁ ଆୟ ୨୫୦୦ ଟଙ୍କାରୁ ଖୁବ୍‌ ବେଶିରେ ୫୫୦୦ ଟଙ୍କା। ଅଭିଯୋଗ ହେଉଛି, ଉନ୍ନୟନ ଏବଂ ଜାତୀୟ ନିରାପତ୍ତା ନାଁରେ ଜଙ୍ଗଲ ଜମି ଘରୋଇ ଉଦ୍ୟୋଗମାନଙ୍କୁ ମାଇନିଂ ପାଇଁ ଲିଜ୍‌ରେ ଦିଆଯାଉଥିଲେ ହେଁ ମୂଳ ଜଙ୍ଗଲ ବାସିନ୍ଦାଙ୍କ ପାଇଁ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ନାମକୁ ମାତ୍ର। ସବୁଠୁ ଚିନ୍ତାଜନକ ହେଉଛି ରାଜ୍ୟର ଅନଗ୍ରସର ଅଞ୍ଚଳଗୁଡ଼ିକରେ ଶିଶୁ ଓ ମହିଳାଙ୍କ ସ୍ବାସ୍ଥ୍ୟ। ଓଡ଼ିଶାରେ ସ୍ବୟଂସହାୟକ ଗୋଷ୍ଠୀ ଯଥେଷ୍ଟ ସକ୍ରିୟ ବୋଲି ଦାବି କରାଯାଉଥିଲା ବେଳେ କିଛି ଅଧ୍ୟୟନ ଦର୍ଶାଇଛି ଯେ ଆଦିବାସୀ ବହୁଳ ଅଞ୍ଚଳରେ ଏମାନଙ୍କର ଯେତିକି ସାମାଜିକ ସମ୍ପୃକ୍ତି ରହିବା କଥା ତାହା ନାହିଁ। ଓଲଟି ଏମାନଙ୍କୁ ମହିଳା ସଶକ୍ତୀକରଣ ନାଁରେ ସରକାର ନିଜର ରାଜନୈତିକ ସଶକ୍ତୀକରଣ ପାଇଁ ରୀତିମତ ବ୍ୟବହାର କରୁଛନ୍ତି। ସ୍ବଚ୍ଛ ଭାରତ ଅଭିଯାନ ଏବଂ ପାନୀୟ ଜଳ ବ୍ୟବସ୍ଥା ସବୁଠୁ ଯେଉଁମାନଙ୍କୁ ଉପକୃତ କରିବା କଥା ତାହା ହୋଇପାରିନାହିଁ।
ଖୁବ୍‌ ନିକଟରେ ପ୍ରକାଶିତ ଏକ ଖବର ଅନୁସାରେ ଦାନଗଦୀ ବ୍ଲକ (ଯାଜପୁର)ରେ ଏକ ଶିଶୁ ପୁଷ୍ଟିହୀନତାର ଶିକାର ହୋଇ ପ୍ରାଣ ହରେଇବା ବେଳେ ତା’ ଭଉଣୀ ଗୁରୁତର ଅସୁସ୍ଥ। ନିକଟରେ ରାଜ୍ୟ ସରକାର ଶିଶୁମାନଙ୍କ ଭିତରେ ପୁଷ୍ଟିହୀନତା ଦୂରେଇବା ପାଇଁ ପୁଷ୍ଟି ଯୋଜନା ଆଣିଛନ୍ତି, ଯେଉଁଥି ପାଇଁ ବ୍ୟୟ ବରାଦ ୨୦୨୩-୨୪ରୁ ୨୦୨୭-୨୮ ଭିତରେ ହେବ ୩୦୦୦ କୋଟି। ସରକାରଙ୍କ ପଦକ୍ଷେପ ସ୍ବାଗତ ଯୋଗ୍ୟ, ତେବେ ପର୍ଯ୍ୟବେକ୍ଷକମାନଙ୍କ ମତ ଯେ ପୁଷ୍ଟି ନିରାପତ୍ତା ପାଇଁ ଯୋଜନା ଏବଂ କାର୍ଯ୍ୟାନ୍ବୟନ ଭିତରେ ଯେମିତି ତଫାତ୍‌ ନ ରହୁ। ଏକ ନିବନ୍ଧ ନିକଟରେ ସ୍ପଷ୍ଟ କରିଛି ଯେ ୨୦୧୩ରୁ ଏପର୍ଯ୍ୟନ୍ତ ଭାରତରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ୫୦ ପ୍ରତିଶତ ବଢିଛି କିନ୍ତୁ ପୃଥିବୀରେ ପୁଷ୍ଟିହୀନତା ଭୋଗୁଥିବା ମୋଟ ଶିଶୁଙ୍କର ୧ ତୃତୀୟାଂଶ ଅଛନ୍ତି କେବଳ ଭାରତରେ। ‘ବିଶ୍ୱ କ୍ଷୁଧା ସୁଚକାଙ୍କ’ରେ ୧୨୧ଟି ଦେଶ ତାଲିକାରେ ଭାରତର ସ୍ଥାନ ଥିଲା ୧୦୭। ଆପଣ ଚିନ୍ତା କରିପାରନ୍ତି!
ମୋ-୯୪୩୭୧୩୭୦୬୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri