ମହଙ୍ଗା ପଡ଼ିଲା ଅନଧିକୃତ ସାଇଲେନ୍ସର: ୪୫ ହଜାର ଗଣିଲେ ୯ ବାଇକ୍‌ ଚାଳକ

ବରଗଡ଼,୧୧।୭(ପ୍ରେମାନନ୍ଦ ଖମାରୀ): ବାଇକ୍‌ରେ ଉଚ୍ଚଶବ୍ଦ ସୃଷ୍ଟି ତଥା ଅନଧିକୃତ ସାଇଲେନ୍ସର ବ୍ୟବହାର କରୁଥିବା ବାଇକ୍‌ ଚାଳକଙ୍କୁ ଧରିବା ପାଇଁ ବରଗଡ଼ ପୋଲିସ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନରେ ମଙ୍ଗଳବାର ପୋଲିସ ୯ବାଇକ୍‌ ଆରୋହୀଙ୍କୁ ଧରିଛି। ସେମାନଙ୍କଠାରୁ ପୋଲିସ ୪୫ହଜାର ଟଙ୍କା ଜରିମାନା ଅସୁଲ କରିଛି। ଆଗକୁ ମଧ୍ୟ ପୋଲିସର ଏଭଳି ଅଭିଯାନ ଜାରି ରହିବ। ଫଳରେ ବାଇକ୍‌ ଚାଳକମାନେ ସେଭଳି ଅନଧିକୃତ ସାଇଲେନ୍ସର ବ୍ୟବହାର ନ କରିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।