Categories: ଜାତୀୟ

ସର୍ବସମ୍ମତ ସମର୍ଥନ ପ୍ରକୃତରେ ହୃଦୟସ୍ପର୍ଶୀ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୯: ମହିଳା ସଂରକ୍ଷଣ ବିଲ ମଧ୍ୟ ରାଜ୍ୟ ସଭାରେ ମଞ୍ଜୁରୀ ମଳିଛି। ସମସ୍ତ ସାଂସଦ ଏହି ବିଲ ସପକ୍ଷରେ ମତ ଦେଇଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ୧୪୦ କୋଟି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ମୁଁ ସେହି ସମସ୍ତ ରାଜ୍ୟ ସଭା ଏମ୍‌ପିଙ୍କୁ ଧନ୍ୟବାଦ ଜଣାଉଛି। ଯେଉଁମାନେ ନାରୀଶକ୍ତି ବନ୍ଦନ ଅଧିନିୟମକୁ ଭୋଟ ଦେଇଛନ୍ତି। ଏହିପରି ସର୍ବସମ୍ମତ ସମର୍ଥନ ପ୍ରକୃତରେ ହୃଦୟସ୍ପର୍ଶୀ ଅଟେ।
ସେ କହିଛନ୍ତି, ସଂସଦରେ ନାରୀଶକ୍ତି ବନ୍ଦନ ଅଧିନିୟମ ପାସ ହେବା ସହିତ ଆମେ ଭାରତର ମହିଳାମାନଙ୍କ ପାଇଁ ଶକ୍ତିଶାଳୀ ପ୍ରତିନିଧିତ୍ୱ ଏବଂ ସଶକ୍ତିକରଣର ଏକ ଯୁଗକୁ ଗ୍ରହଣ କରୁଛୁ। ଏହା କେବଳ ଏକ ନିୟମ ନୁହେଁ। ଆମ ଦେଶ ଗଢିଥିବା ଅଗଣିତ ମହିଳାଙ୍କ ପାଇଁ ଏହା ଏକ ଶ୍ରଦ୍ଧାଞ୍ଜଳି। ତାଙ୍କର ଅବଦାନ ଯୋଗୁ ଭାରତ ସମୃଦ୍ଧ ହୋଇଛି।
ଏହି ବିଲ୍‌କୁ ସମର୍ଥନ କରି ୨୧୪ ଭୋଟ ଦିଆଯାଇଥିଲା। କେହି ଏହାକୁ ବିରୋଧ କରି ନାହାଁନ୍ତି। ଦୀର୍ଘ ଦିନ ଧରି ଆଲୋଚନା ପରେ ବୁଧବାର ଲୋକ ସଭାରେ ଏହି ବିଲ ଅନୁମୋଦନ କରାଯାଇଥିଲା। ଗୃହରେ ୪୫୪ ଭୋଟ ଏହି ବିଲ ସପକ୍ଷରେ ଏବଂ ୨ଟି ଭୋଟ ଦିଆଯାଇଥିଲା। ଲୋକ ସଭାରେ ଏବଂ ଆସେମ୍ବଲିରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଏହି ବିଲରେ ବ୍ୟବସ୍ଥା ରହିଛି। ବର୍ତ୍ତମାନ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଏହି ବିଲ ପଠାଯିବ।

Share