ସ୍କୁଲ ଯାଇ ନପାରି ରାସ୍ତା ରେ ବସିଲେ ଛାତ୍ରୀଛାତ୍ର

କାଳିଆପାଣି,୧୬।୮: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖଣି ଅଞ୍ଚଳରେ ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ ହୋଇ ପଡଛି। ଏ ନେଇ ଛାତ୍ରଛାତ୍ରୀ ସ୍କୁଲ ଯାଇ ନପାରି ଟମକା-ମଙ୍ଗଳପୁର ରାସ୍ତାର ଭିମଟାଙ୍ଗର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଛାତ୍ରୀଛାତ୍ର ଧାରଣା ଦେଇଥିଲେ । ସକାଳୁ ଜାମ ଲାଗିଥିବା ବେଳେ ୧୧ଟା ସମୟ ପର୍ଯ୍ୟନ୍ତ ଜାମ କମିବାରୁ ସ୍କୁଲ ଛାତ୍ରୀଛାତ୍ରମାନେ ରାସ୍ତାରେ ଧାରଣା ଦେଇଥିଲେ ।