ୟୁକ୍ରେନ୍ ସଙ୍କଟକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଦ୍ୱିତୀୟ ବୈଠକ

ନ୍ୟୁୟର୍କ,୨୪ ।୨: ୟୁକ୍ରେନ୍ ସଙ୍କଟକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ସପ୍ତାହକ ମଧ୍ୟରେ ଦ୍ୱିତୀୟଥର ଏକ ଜରୁରୀକାଳିନ ବୈଠକ ଡାକିଛି । ଭାରତୀୟ ସମୟ ଅନୁସାରେ ଗୁରୁବାର ସକାଳ ୮ଟାରେ ଏହି ବୈଠକ ବସିବ । ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ଲକ୍ଷ୍ୟ କରି ଏହି ବୈଠକ ଡକାଯାଇଛି । ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଡିମିଟ୍ରୋ କୁଲବା ରୁଷିଆର ୟୁଏନ୍ ରାଷ୍ଟ୍ରଦୂତ ଭାସିଲି ବେବେନଜିୟାଙ୍କୁ ପତ୍ର ଲେଖି ବୈଠକ କରିବାକୁ ଅନୁରୋଧ କରିଥିଲେ, ଯେକି ଫେବୃୟାରୀରେ ପରିଷଦର ଅଧ୍ୟକ୍ଷତା କରିଥିଲେ । ଏହି ବୈଠକ ସ୍ଥାନୀୟ ସମୟ ବୁଧବାର ରାତି ୯ଟା ୩୦ରେ ନିର୍ଦ୍ଧାରିତ କରାଯାଇଥିଲା ।
ସୂଚନାଯୋଗ୍ୟ, ଦୁଇ ଦିନ ପର୍ବୂରୁ ୧୫ ସଦସ୍ୟ ବିଶିଷ୍ଟ ପରିଷଦ ଏକ ଓପନ ମିଟିଂ ଡକାଇଥିଲେ । ଏହି ବୈଠକରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୂର୍ବ ୟୁକ୍ରେନର ବିବାଦୀୟ ଅଞ୍ଚଳକୁ ସ୍ୱାଧୀନ ଦେଶ ଘୋଷଣା କରିବା ଓ ସେଠାରେ ଶାନ୍ତି ବଜାୟ ରଖିବା ପାଇଁ ସେନା ପଠାଇବା ନିଷ୍ପତ୍ତିକୁ ସମର୍ଥନ କରାଯାଇ ନ ଥିଲା ।

Share