ଯୁଦ୍ଧରେ ୟୁକ୍ରେନର ୩ ହଜାରରୁ ଅଧିକ ନାଗରିଙ୍କର ହୋଇଛି ମୃତ୍ୟୁ: ମିଳିତ ଜାତିସଂଘ

କ୍ୱିଭ,୩ ।୫: ମିଳିତ ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି କି ୨୪ ଫେବୃୟାରୀରେ ଆରମ୍ଭ ହୋଇଥିବା ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ୟୁକ୍ରେନର ୩,୦୦୦ରୁ ଅଧିକ ନାଗରିକଙ୍କର ମୃତ୍ୟୁ ହେଲାଣି । ଏବେ ପର୍ଯ୍ୟନ୍ତ ୩,୧୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶୁକ୍ରବାର ଏଥିରେ ଆଉ ୨୫୪ ଜଣ ଯୋଡି ହୋଇଯାଇଛନ୍ତି । ତେବେ ବାସ୍ତବିକ ସଂଖ୍ୟା ଆହୁରି ଅଧିକ ହେବ ବୋଲି ମିଳିତ ଜାତିସଂଘ ପକ୍ଷରୁ କୁହାଯାଇଛି । ଅଧିକାଂଶ ଲୋକଙ୍କର ମୃତ୍ୟୁ ମିଶାଇଲ ମାଡ ଓ ଏୟାର ଷ୍ଟ୍ରାଇକ ଆକ୍ରମଣ ଯୋଗୁ ହୋଇଛି ।
ଅନ୍ୟପଟେ ରୁଷିଆ ବୈଦେଶିକ ମନ୍ତ୍ରଣାଳୟ ଦାବି କରିଛି ଯେ ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ମେ’ ୨ ପର୍ଯ୍ୟନ୍ତ ୨୩,୮୦୦ ସେନାଙ୍କର ମୃତ୍ୟୁ ହୋଇଛି । ଟୁଇଟ କରି ମନ୍ତ୍ରଣାଳୟ ଜଣାଇଛି କି ଯୁଦ୍ଧରେ ଏବେ ପର୍ଯ୍ୟନ୍ତ ରୁଷିଆର ୧୯୪ ଏୟାରକ୍ରାପ୍ଟ, ୧୫୫ ହେଲିକପ୍ଟର, ୧୦୪୮ ଟ୍ୟାଙ୍କ ଆଦି ନଷ୍ଟ ହୋଇଛି ।

Share