ମାଲିରେ ଜାତିସଂଘର ଶାନ୍ତି ସେନାଙ୍କ କନଭେ ଉପରେ ଆଇଇଡି ଆକ୍ରମଣ, ୩ ମୃତ ୫ ଆହତ

ବମାକୋ,୨୨ ।୨: ବିଶ୍ୱର ସବୁଠାରୁ ବିପଜ୍ଜନକ ଜାତିସଂଘର ଶାନ୍ତି ମିଶନକୁ ମଙ୍ଗଳବାର ଅର୍ଥାତ୍ ଫେବୃୟାରୀ ୨୧ରେ ବଡ ଝଟକା ଲାଗିଛି । ମଧ୍ୟ ମାଲିରେ ଜାତିସଂଘର ଶାନ୍ତି ରକ୍ଷା ସେନାଙ୍କ କନଭେ ଉପରେ ରାସ୍ତା କଡ଼ରେ ବୋମା ଫିଙ୍ଗା ଯାଇଛି । ଏଥିରେ ୩ ଜଣ ଶାନ୍ତି ରକ୍ଷାକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଗୁରୁତର ଆହତ ହୋଇଛନ୍ତି ।
ମାଲିରେ ମିଳିତ ଜାତିସଂଘର ବହୁମୁଖୀ ଇଣ୍ଟିଗ୍ରେଟେଡ ଷ୍ଟାବିଲାଇଜେଶନ ମିଶନ୍ ଏକ ଟୁଇଟର ପୋଷ୍ଟରେ କହିଛି ଯେ ମଙ୍ଗଳବାର ଏକ ଆଇଇଡି ଦ୍ୱାରା ଗଓଘଟଝଗଇ କନଭେ ଉପରେ ଆକ୍ରମଣ ହୋଇଛି । ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଆହତ ହୋଇଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଇଛି ।

Share