ପାକିସ୍ତାନକୁ ଝଟ୍‌କା: ଲଶ୍କରର ‘ମକ୍କି’ ବିଶ୍ୱ ଆତଙ୍କବାଦୀ ଘୋଷିତ

ନ୍ୟୁୟର୍କ,୧୭।୧: ଆତଙ୍କବାଦ କାରଣରୁ ନିଜକୁ ସମଗ୍ର ବିଶ୍ୱରେ ପରିଚିତ କରିଥିବା ପାକିସ୍ତାନକୁ ଏଥର ଏକ ବଡ ଝଟ୍‌କା ଲାଗିଛି। ବିଶ୍ୱ ସଂସ୍ଥା ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ପାକିସ୍ତାନର ଅବଦୁଲ ରେହମାନ ମକ୍କି(ଲଶ୍କର-ଇ-ତୋଏବା ଆତଙ୍କବାଦୀ)ଙ୍କୁ ସୋମବାର ଅନ୍ତର୍ଜାତୀୟ ଆତଙ୍କବାଦୀ ବୋଲି ଘୋଷଣା କରିଛି। ଚଳିତ ଥର ଚାଇନାର ବନ୍ଧୁତା ମଧ୍ୟ ପାକିସ୍ତାନର କାମରେ ଆସିନାହିଁ। ଚାଇନାରୁ ଏହି ପ୍ରତିବନ୍ଧକ ହଟାଇବା ପରେ ୟୁଏନ୍‌ଏସ୍‌ସି ମକ୍କିଙ୍କୁ ଗ୍ଲୋବାଲ ଆତଙ୍କବାଦୀ ତାଲିକାରେ ସାମିଲ କରିଛି। ମକ୍କିଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଆଇଏସ୍‌ଆଇଏଲ୍‌ ଏବଂ ଅଲ୍‌-କାଏଦା ପ୍ରତିବନ୍ଧକ କମିଟି ଅଧୀନରେ କରାଯାଇଛି। ସୂଚନା ମୁତାବକ, ଅବଦୁଲ ରେହମାନ ମକ୍କି ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବାର ଆତଙ୍କବାଦୀ। ମୁମ୍ବାଇର ୨୬/୧୧ ଆକ୍ରମଣରେ ମଧ୍ୟ ସେ ଜଡ଼ିତ ଥିଲେ।

Share