ଭାରତ-ଚାଇନା ସ୍ଥିତି ନେଇ ଚିନ୍ତା ବ୍ୟକ୍ତ କଲା ଜାତିସଂଘ…

ଜେନେଭା,୧୪।୧୨ : ଅରୁଣାଚଳର ତୱାଙ୍ଗରେ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି) ରେ ଭାରତ ଏବଂ ଚାଇନା ସୈନିକଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟର ପ୍ରସଙ୍ଗ ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ଚିନ୍ତାର ବିଷୟ ପାଲଟିଛି। ବର୍ତ୍ତମାନ ମିଳିତ ଜାତିସଂଘ ମଧ୍ୟ ଏହି ପ୍ରସଙ୍ଗରେ ଚିନ୍ତା ବ୍ୟକ୍ତ କରି ନିଜର ମତାମତ ଦେଇଛି। ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଭାରତ-ଚାଇନା ସୀମାରେ ଉତ୍ତେଜନା ହ୍ରାସ କରିବାକୁ କହିଛନ୍ତି।

ଜାତିସଂଘ ମୁଖ୍ୟ ମୁଖପାତ୍ର ଷ୍ଟିଫେନ ଡୁଜାରିକ ଯେତେବେଳେ ଭାରତ ଏବଂ ଚାଇନା ମଧ୍ୟରେ ମୁହାଁମୁହିଁ ହେବାର ଖବର ବିଷୟରେ ପଚରାଗଲା, ସେ କହିଛନ୍ତି, ଆମେ ଗଣମାଧ୍ୟମରେ କିଛି ଖବର ପାଇଛୁ। ଆମେ ଉଭୟ ଦେଶକୁ ସୀମାରେ ଉତ୍ତେଜନା ହ୍ରାସ କରିବାକୁ ଅନୁରୋଧ କରୁଛୁ।

 

Share