Categories: ଖେଳ

ଆଇସିସି ନେଲା ବଡ଼ ନିଷ୍ପତ୍ତି: କ୍ରିକେଟର୍‌ ଏହି ୩ ନିୟମରେ ହେଲା ପରିବର୍ତ୍ତନ

ଭାରତ ଏବଂ ଇଂଲଣ୍ଡ ସିରିଜ ସମୟରେ ଅମ୍ପାୟାରଙ୍କ କଲ ଉପରେ ଅନେକ ପ୍ରଶ୍ନ ଉଠିଥିଲା। ଏହି ଡିଆରଏସ୍‌ର ନିୟମକୁ ପୁନର୍ବିଚାର କରିବାକୁ ଦାବି ଉଠିଥିଲା। ଅନ୍ତର୍ଜାତୀୟ କ୍ରିକେଟ ବୋର୍ଡ(ଆଇସିସି) ଏକ ବୈଠକ ଡକାଇ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲା ଏବଂ ଶେଷରେ ଏହାକୁ ଅକ୍ଷୁର୍ଣ୍ଣ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଅମ୍ପାୟାରଙ୍କ କଲ ଅକ୍ଷୁର୍ଣ୍ଣ ରହିବ ବୋଲି ଆଇସିସି କ୍ରିକେଟ କମିଟିର ଅଧ୍ୟକ୍ଷ ଅନିଲ କୁମ୍ବଲେ ସୂଚନା ଦେଇଛନ୍ତି। ବୈଠକ ପରେ ଅନିଲ କୁମ୍ବଲେ କହିଛନ୍ତି, ଅମ୍ପାୟାରଙ୍କ କଲକୁ ନେଇ କ୍ରିକେଟ କମିଟିରେ ଆଲୋଚନା ହୋଇଥିଲା। ଡିଆରଏସ୍‌ର ଅର୍ଥ ହେଉଛି ବଡ ଭୁଲ ସଂଶୋଧନ କରିବା ଏବଂ ପଡ଼ିଆରେ ଅମ୍ପାୟାରଙ୍କ ନିଷ୍ପତ୍ତି ନେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ଅମ୍ପାୟାର କଲ ବଜାୟ ରଖିବା ଜରୁରୀ ଅଟେ।
ଆଇଆରସି କ୍ରିକେଟ କମିଟି ଏବଂ ବୋର୍ଡ ଡିଆରଏସ୍‌ ଏବଂ ତୃତୀୟ ଅମ୍ପାୟାରଙ୍କ ନିୟମରେ ତିନୋଟି ପ୍ରମୁଖ ପରିବର୍ତ୍ତନ କରିଛନ୍ତି। ଡିଆରଏସ୍‌ର ମୁଖ୍ୟ ପରିବର୍ତ୍ତନ ହେଉଛି ଯେ ବର୍ତ୍ତମାନ ଉଇକେଟ ଜୋନର ଉଚ୍ଚତା ଷ୍ଟମ୍ପର ଶୀର୍ଷକୁ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ପରେ ଉଇକେଟର ଉଚ୍ଚତା ଏବଂ ଚଉଡା ସମାନ ରହିବ।

ଦ୍ୱିତୀୟ ପରିବର୍ତ୍ତନ ହେଉଛି ଯେ ଏଲ୍‌ବିଡବ୍ଲୁର ନିଷ୍ପତ୍ତି ସମୀକ୍ଷା କରିବା ପୂର୍ବରୁ ଖେଳାଳି ଅମ୍ପାୟାରଙ୍କ ସହ କଥା ହୋଇ ବ୍ୟାଟ୍ସମ୍ୟାନ ବଲ୍‌କୁ ଠିକ ଭାବରେ ଖେଳିବାକୁ ଚେଷ୍ଟା କରିଛନ୍ତି କି ନାହିଁ ପଚାରି ପାରିବେ।

ଏଥି ସହିତ ଆଇସିସି ତୃତୀୟ ଅମ୍ପାୟାରଙ୍କୁ ଆଉ ଏକ ନୂଆ ଶକ୍ତି ଦେଇଛି। ତୃତୀୟ ଅମ୍ପାୟାର ଏବେ ରିପ୍ଲେରେ ସର୍ଟ ରନ ନିଷ୍ପତ୍ତି ଯାଞ୍ଚ କରିବେ।

Share