Posted inଖେଳ

ଅମ୍ପାୟରଙ୍କୁ କରିଥିଲେ ଭୟଭୀତ: କୁରାନଙ୍କ ୪ ମ୍ୟାଚ୍‌ ବାସନ୍ଦ ଆବେଦନ ଖାରଜ

ସିଡ୍‌ନୀ,୨୫।୧୨: ଇଂଲଣ୍ଡ ଖେଳାଳି ଟମ୍‌ କୁରାନଙ୍କ ଉପରୁ ୪ଟି ମ୍ୟାଚ୍‌ ବାସନ୍ଦ ଦଣ୍ଡ ପ୍ରତ୍ୟାହାର କରିବା ଲାଗି କରିଥିବା ଆବେଦନ ନାକଚ ହୋଇଯାଇଛି। ବିଗ୍‌ ବାଶ୍‌ ଲିଗ୍‌ (ବିବିଏଲ୍‌)ର ଜଣେ ଅମ୍ପାୟରକୁ ଭୟଭୀତ କରିବା ଅଭିଯୋଗରେ ସେ ଦଣ୍ଡିତ ହୋଇଛନ୍ତି।

ଡିସେମ୍ବର ୧୧ରେ ହୋବାର୍ଟ ହରିକେନ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ସିଡ୍‌ନୀ ସିକ୍ସର୍ସ ଟିମ୍‌ର ଓ୍ବାର୍ମଅପ୍‌ ବେଳେ ଏହି ଘଟଣା ଘଟିଥିଲା। ଘଟଣାର ଭିଡିଓ ଫୁଟେଜରେ ଦେଖିବାକୁ ମିଳିଛି, ଓ୍ବାର୍ମଅପ୍‌ ବେଳେ ଉଇକେଟଠାରୁ ଦୂରେଇ ଯିବା ଲାଗି ଅମ୍ପାୟର କୁରାନଙ୍କୁ ଆଦେଶ ଦେଇଥିଲେ। ମାତ୍ର ସେ ତାହାକୁ ପାଳନ କରି ନ ଥିଲେ।

ଇଂଲଣ୍ଡ ତରଫରୁ ୩ଟି ଫର୍ମାଟରେ ଖେଳୁଥିବା କୁରାନ ଚତୁର୍ଥ ସିଜନ ପାଇଁ ସିଡ୍‌ନୀ ସିକ୍ସର୍ସ ଦଳ ତରଫରୁ ଖେଳୁଛନ୍ତି। ପରେ ସେ ଅନ୍ୟ ଏକ ରନର ଅପ୍‌ ଅଭ୍ୟାସ ବେଳେ ଉଇକେଟର ଅପରପାର୍ଶ୍ୱକୁ ଦୌଡ଼ିଥିଲେ। ସେ ସମୟରେ ଅମ୍ପାୟରଙ୍କ ସହିତ ତାଙ୍କର ଧକ୍କା ବାଜିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା, ଯିଏ କି ବୋଲିଂ କ୍ରିଜ୍‌ରେ ଛିଡ଼ା ହୋଇଥିଲେ। ପିଚ୍‌ରେ ପ୍ରବେଶକୁ ବାରଣ କରିଥିଲେ। ଫଳତଃ କୁରାନ ଓ ଅମ୍ପାୟରଙ୍କ ମଧ୍ୟ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା। କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ ସ୍ପଷ୍ଟ କରି ଦିଆଯାଇଛି ଯେ, କୁରାନଙ୍କ ଅପିଲଙ୍କୁ ଅଗ୍ରାହ୍ୟ କରାଯିବା ସହ ଇଂଲଣ୍ଡର ଏହି ଅନ୍ତର୍ଜାତୀୟ ଅଲରାଉଣ୍ଡରଙ୍କ ବିରୋଧରେ ଲାଗୁ କରାଯାଇଥିବା ୪ ମ୍ୟାଚ ବାସନ୍ଦ ଦଣ୍ଡ ବ୍ୟବସ୍ଥାକୁ କାଏମ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

ସ୍ଥଗିତ ହେଲା OSSTET-୨୦୨୬ ପରୀକ୍ଷା: ବୁଧବାର ହେବାର ଥିଲା, ପୁଣି ଏହି ଦିନ…

ଭୁବନେଶ୍ବର,୨୯।୯: ସ୍ଥଗିତ ହେଲା ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) । ବୁଧବାର ଏହି ପରୀକ୍ଷା ହେବାକୁ ଥିବା ବେଳେ ସ୍ଥଗିତ ନେଇ ଘୋଷଣା…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଜ୍ଞାନେଶ କୁମାରଙ୍କ ବିରୋଧରେ ଦାଏର ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ; ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି କହିଲେ ଓକିଲ

ନୂଆଦିଲ୍ଲୀ,୨୯।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଏକପାଖିଆ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ଶୁଣାଣି କରିବେ। ମଙ୍ଗଳବାର…

କମିବ LPG-Petrolର ମୂଲ୍ୟ, ଶେଷ ହେବ ହର୍ମୁଜ ପ୍ରସଙ୍ଗ, ଇରାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା

ଓ୍ବାଶିଂଟନ,୨୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ବିବାଦ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଏହି ଯୁଦ୍ଧ ଶୀଘ୍ର ଶେଷ…

ହୋଟେଲରେ ଯୁବତୀଙ୍କୁ ନିର୍ଯାତନା; ଅଚେତ ଅବସ୍ଥାରେ ବଳାତ୍କାର, ଆପତ୍ତିଜନକ ଭିଡିଓ କରି ଭାଇରାଲ୍‌ କଲେ ଯୁବକ

ପାଟନା,୨୯।୯: ବିହାରର ବେଗୁସରାଇରେ ଜଣେ ଯୁବତୀଙ୍କୁ ହୋଟେଲକୁ ନେଇ ମାଡ଼ ମାରିବା ଏବଂ ବଳାତ୍କାର କରିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାପରେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?