Categories: ଖେଳ

ପଡ଼ିଆରେ ଅମ୍ପାୟାର୍‌ଙ୍କ ଏଭଳି ଶୈଳୀ ଦେଖି ସମସ୍ତେ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ମୁମ୍ବାଇ,୬।୧୨: ମ୍ୟାଚ୍‌ରେ ଅମ୍ପାୟାରିଂ କରିବା ପ୍ରକୃତରେ ଏକ କଷ୍ଟକର କାର୍ଯ୍ୟ। ଅନ-ଫିଲ୍ଡ କିଛି ସେକେଣ୍ଡ ମଧ୍ୟରେ ଅମ୍ପାୟାରଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିଥାଏ। ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ସଠିକତା ସହିତ ନିଆଯିବା ଆବଶ୍ୟକ, କାରଣ ଗୋଟିଏ ଭୁଲ କଲ ସମଗ୍ର ଖେଳ ଉପରେ ପ୍ରଭାବ ପକାଇପାରେ। ଅମ୍ପାୟାର ସଙ୍କେତ ସାହାଯ୍ୟରେ ନିଷ୍ପତ୍ତି ଦିଅନ୍ତି। ଉଦାହରଣ ସ୍ବରୂପ, ଉଭୟ ହାତ ବଢାଇବାର ଅର୍ଥ ହେଉଛି ବ୍ୟାଟ୍ସମ୍ୟାନ୍‌ ଛକା ମାରିଲେ। ଯଦି ଆଙ୍ଗୁଠି ଉଠାଯାଏ, ବ୍ୟାଟ୍ସମ୍ୟାନ ଆଉଟ୍‌ ଘୋଷିତ ହୁଅନ୍ତି।
ଯଦିଓ ଏହି କାର୍ଯ୍ୟଗୁଡ଼ିକ ଅତି ସରଳ, କିଛି ଅମ୍ପାୟାରଙ୍କ ନିଷ୍ପତ୍ତି ପ୍ରକାଶ କରିବାର ଭିନ୍ନ ଉପାୟ ଅଛି। ପୂର୍ବତନ ଅମ୍ପାୟର ବିଲି ବାଓଡେନ୍‌ଙ୍କ ଅମ୍ପାୟରିଂ ଶୈଳୀ ନିଆରା ଥିଲା। ନିକଟରେ ସୋସିଆଲ ମିଡିଆରେ ଜଣେ ଅମ୍ପାୟାରଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯାହା ଅତ୍ୟନ୍ତ ମଜାଳିଆ। ଏହି ଭାଇରାଲ କ୍ଲିପ ମହାରାଷ୍ଟ୍ରର ଏକ ସ୍ଥାନୀୟ କ୍ରିକେଟ ଟୁର୍ନାମେଣ୍ଟ ପୁରନ୍ଦର ପ୍ରିମିୟର ଲିଗର ଅଟେ। ମ୍ୟାଚ୍‌ରେ ଅମ୍ପାୟାରର ଏକ ନିଆରା ଶୈଳୀ ଦେଖି ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଅମ୍ପାୟାର ଜଣଙ୍କ ଓ୍ବାଇଡ୍‌ ସଙ୍କେତ ଦେବା ପାଇଁ ତାଙ୍କ ପାଦ ବ୍ୟବହାର କରିଥିଲେ। ଏହି ଭିଡିଓକୁ ଇଂଲଣ୍ଡର ପୂର୍ବତନ କ୍ରିକେଟର୍‌ ମାଇକେଲ୍‌ ଭନ ଶେୟାର କରିଛନ୍ତି। ସେ କହିଛନ୍ତି, ଏମିତି ଅମ୍ପାୟାର୍‌ଙ୍କ ଆଇସିସି ଏଲିଟ୍‌ ପ୍ୟାନେଲ୍‌ ଯୋଗ ଦେବା ଆବଶ୍ୟକ।

Share