Categories: ଖେଳ

ଭାରତୀୟ ଅଧିନାୟକଙ୍କ କଥା ଶୁଣିଲେନି ଅମ୍ପାୟାର, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୨୭।୩: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ କଥା ଶୁଣିଲେ ନାହିଁ ଅମ୍ପାୟାର ନିତୀନ ମେନନ। ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ ହେଉଛି। ତେବେ ଦ୍ୱିତୀୟ ଦିନିକିଆରେ ଭାରତକୁ ୬ ଉଇକେଟରେ ପରାସ୍ତ କରିଛି ଅତିଥି ଇଂଲଣ୍ଡ ଟିମ୍‌। ଫଳରେ ସିରିଜ ୧-୧ ବରାବର ସ୍ଥିତିକୁ ଆସିଛି। ଇଂଲଣ୍ଡ ବ୍ୟାଟିଂର ୨୬ ଓଭରରେ ବେନ୍‌ ଷ୍ଟ୍ରୋକ୍ସ ଜୀବନଦାନ ପାଇଥିଲେ। ସେ ଏକ ରନ୍‌ଆଉଟ୍‌ରୁ ରକ୍ଷା ପାଇଥିଲେ। ଥାର୍ଡ ଅମ୍ପାୟାରଙ୍କ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ନ ଥିବାରୁ ସେ ନଟ୍‌ଆଉଟ୍‌ ଘୋଷଣା କରିଥିଲେ। ହେଲେ ଓଭର ଶେଷରେ କୋହଲି ମଇଦାନରେ ଉପସ୍ଥିତ ଅମ୍ପାୟାର ନିତୀନଙ୍କ ସହ ରନ୍‌ଆଉଟ୍‌ ନେଇ କଥାବାର୍ତ୍ତା କରିବାକୁ ଚେଷ୍ଟା କରିଥିଲେ। ସେ ନିଜ ହାତରେ ସଙ୍କେତ ଦେଇଥିଲେ। ହେଲେ ଅମ୍ପାୟାର ତାଙ୍କୁ ଅଣଦେଖା କରିଥିଲେ। ପରେ ମେନନ କୋହଲିଙ୍କୁ କିଛି କହିଥିଲେ। ଶେଷରେ ଅଧିନାୟକ ପୁନର୍ବାର ଫିଲ୍ଡିଂ କରିବାକୁ ଯାଇଥିଲେ। ଏହି ସମୟର ଭିଡିଓ ଏବେ ଭାଇରାଲ ହେଉଛି। ପ୍ରଶଂସକମାନେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି।

ଦେଖନ୍ତୁ ଭିଡିଓ:

Share