କପିଲଙ୍କ ଉପରେ ଏମିତି ଅଭିଯୋଗ ଆଣିଲେ ସୁମୋନା, କହିଲେ କପିଲ ମୋତେ…

କମେଡି କିଂ ‘କପିଲ ଶର୍ମା ଶୋ’ ଲୋକପ୍ରିୟ ସିରିଏଲ ମଧ୍ୟରୁ ଅନ୍ୟତମ । ଅବଶ୍ୟ, ଗତ କିଛି ବର୍ଷ ମଧ୍ୟରେ ଅନେକ ବାଦ ବିବାଦ ଦେଖାଦେଇଛି । ନିକଟରେ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କପିଲଙ୍କ ଉପରେ ଅଭିଯୋଗ ଆଣିଥିଲେ। କପିଲ ତାଙ୍କ ଫିଲ୍ମର ପ୍ରମୋଶନ କରିବାକୁ ମନା କରି ଦେଇଥିବା ବିବେକ ନିଜେ ସୋସିଆଲ ମିଡିଆରେ ଲେଖିଥିଲେ। ପରେ ଶୋ’କୁ ବନ୍ଦ କରିବା ନେଇ ସୋସିଆଲ ମିଡିଆରେ ଦାବି ହୋଇଥିଲା। ମାତ୍ର ବର୍ତ୍ତମାନ ଶୋ’ରେ କପିଲ ଶର୍ମାଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରୁଥିବା ସୁମୋନା ଚକ୍ରବର୍ତ୍ତୀ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଚିନ୍ତା କରିବାର କିଛି ନାହିଁ । ଏହା ସହ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ବହୁତ ପୂରୁଣା ହୋଇଥିବା ବେଳେ ପ୍ରସିଦ୍ଧ ଲେଖକ ଚେତନ ଭାଗବତ, ଅର୍ଜୁନ କପୁର ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁର ଏହି ଶୋ’ରେ ସେମାନଙ୍କର ଫିଲ୍ମ ‘ହାପ ଗର୍ଲଫ୍ରେଣ୍ଡ’ର ପ୍ରମୋଶନ ପାଇଁ ଆସିଥିଲେ । ଏହି ସମୟରେ କପିଲ ସୁମୋନାଙ୍କୁ ପରିହାସ କରୁଥିବା ଦେଖାଯାଉଥିବା ବେଳେ ସେ କହିଛନ୍ତି କପିଲ ମୋ ପ୍ରତି ଇର୍ଷା କରନ୍ତି । ବାସ୍ତବରେ ଏସବୁ ଶୋ’ର ଏକ ଅଂଶ ଥିଲା ଏବଂ ଏହା ସମସ୍ତଙ୍କୁ ଥଟ୍ଟା ଢଙ୍ଗରେ କୁହାଯାଇଥିଲା ।

Share