Posted inଖେଳ

୭ ଦିନ ତଳେ ପିତାଙ୍କୁ ହରାଇଥିଲେ, ଏବେ ଛକା ମାରି କୋହଲିଙ୍କ ସମକକ୍ଷ ହେଲେ

ଇନ୍ଦୋର,୨।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୧୦୯ ରନ କରି ଅଲଆଉଟ୍‌ ହୋଇଯାଇଛି। ପ୍ରଥମ ଇନିଂସରେ ବିରାଟ କୋହଲି (୨୨) ଭାରତର ସର୍ବାଧିକ ସ୍କୋରର ହୋଇଥିଲେ। ଏଥି ସହିତ ୭ ଦିନ ପୂର୍ବରୁ ପିତାଙ୍କୁ ହରାଇଥିବା ଉମେଶ ଯାଦବ ଲୋକଙ୍କ ହୃଦୟ ଜିତିଥିଲେ। ଉମେଶ ୧୩ଟି ବଲରେ ୨ ଛକା ଏବଂ ଗୋଟିଏ ଚୌକା ସହାୟତାରେ ୧୭ ରନ କରିଥିଲେ।
ଉମେଶ ତାଙ୍କ କ୍ଷୁଦ୍ର ଇନିଂସରେ ବିରାଟ କୋହଲିଙ୍କ ଏକ ସ୍ବତନ୍ତ୍ର ରେକର୍ଡ ସହ ସମକକ୍ଷ ହୋଇଥିଲେ। କେବଳ ଏତିକି ନୁହେଁ, ଯୁବରାଜ ସିଂ ଏବଂ ରବି ଶାସ୍ତ୍ରୀଙ୍କ ପରି ଭେଟେରାନଙ୍କୁ ମଧ୍ୟ ପଛରେ ପକାଇଥିଲେ।
ଇନ୍ଦୋର ଟେଷ୍ଟର ପ୍ରଥମ ଦିନରେ ୧୦ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଉମେଶ ଯାଦବ ଅଷ୍ଟ୍ରେଲୀୟ ସ୍ପିନର ମାଥ୍ୟୁ କୁହାନମ୍ୟାନଙ୍କ ବଲ୍‌ରେ ଦୁଇଟି ଛକା ମାରିଥିଲେ। ଏହା ସହ ସେ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ ତାଲିକାରେ ବିରାଟ କୋହଲିଙ୍କ ସମକକ୍ଷ ହୋଇଥିଲେ। ବର୍ତ୍ତମାନ ବିରାଟ କୋହଲି ଏବଂ ଉମେଶ ଯାଦବ ଟେଷ୍ଟରେ ୨୪-୨୪ ଛକା ମାରିଛନ୍ତି।
ଉମେଶ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ ତଥା କ୍ରିକେଟର୍‌ ରବି ଶାସ୍ତ୍ରୀ ଏବଂ ଯୁବରାଜ ସିଂଙ୍କୁ ପଛରେ ପକାଇଛନ୍ତି। ଟେଷ୍ଟରେ ତାଙ୍କ ନାମରେ ୨୨-୨୨ ଛକା ଅଛି। ବୀରେନ୍ଦ୍ର ସେହ୍ବାଗ ୯୧ଟି ଛକା ସହ ଟେଷ୍ଟରେ ଭାରତ ପାଇଁ ସର୍ବାଧିକ ଛକା ମାରିଛନ୍ତି। ମହେନ୍ଦ୍ର ସିଂ ଧୋନୀ ୭୮ଟି ଛକା ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୬।୮: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରିଥିଲେ। ସେମାନେ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘିବା ଘଟଣାର ସ୍ଥାୟୀ ସମାଧାନ କରାଯାଉ

ଛତ୍ରପୁର,୬ା୮(ଦିଲୀପି ସାମଲ): ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘିବା ଘଟଣାର ସ୍ଥାୟୀ ସମାଧାନ ଓ ବିସ୍ଥାପିତ ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଦକ୍ଷିଣାଞ୍ଚଳ ବ୍ରହ୍ମପୁର ଆରଡ଼ିସି ଓ ଛତ୍ରପୁର…

Gen Zକୁ ନେଇ ବଡ଼ ବୟାନଦେଲେ ମୋହନ ଭାଗବତ, ରାଜନୈତିକ ମହଲରେ ଉଠିଲାଣି ବିରାଟ ଝଡ଼!

ନୂଆଦିଲ୍ଲୀ,୬।୮: Gen Zଙ୍କ ସହ ଜଡିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ଡକ୍ଟର ମୋହନ ଭାଗବତ କହିଥିଲେ ଯେ ଯଦି ସ୍ବର…

ଝାଡ଼ାବାନ୍ତିରେ ୩୩ ଛାତ୍ରୀ ଆକ୍ରାନ୍ତ

କପ୍ତିପଦା,୬ା୮(ବିଷ୍ଣୁଚରଣ ପୁଥାଳ): ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ବଡ଼ସିମୁଳିଆ କନ୍ୟାଶ୍ରମର ୩୩ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି…

ଭାଜପା ନେତାଙ୍କ ଶେଷକୃତ୍ୟ ସମ୍ପନ୍ନ: ୪ଜଣଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ

ମ. ରାମପୁର,୬।୮(ଶଶି ଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ରାମପୁର ବ୍ଲକ ଡମ୍ବ କରଲାଖୁଣ୍ଟା ପଞ୍ଚାୟତ ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ବାମୀ ତଥା ଭାଜପା ମଣ୍ଡଳ ଉପସଭାପତି ଫକିର…

ଛେଳି ଚରାଇବାକୁ ଯାଇଥିବା ବେଳେ କାମୁଡ଼ି ଦେଲା ସାପ, ତାପରେ….

ଛତ୍ରପୁର,୬।୮(ଦିଲ୍ଲୀପି ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କାଠଗଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି । ମୃତକ…

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ଦାବି

କୋରାପୁଟ,୬ା୮(ଅମିତାଭ ବେହେରା): କୋରାପୁଟ ଜିଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ମାଳିବେଲଗାଁ ପଞ୍ଚାୟତର ଛେଲିଆମୁଣ୍ଡା ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ କରିବା ପାଇଁ…

ଅମିତ ଶାହାଙ୍କୁ ଭେଟି ବଡ଼ ଦାବି କଲେଣି ତିନି ବିଦ୍ରୋହୀ ମୁସଲିମ ଟିଏମସି ଏମପି

ନୂଆଦିଲ୍ଲୀ,୬।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ (TMC) ବିରୋଧରେ ବିଦ୍ରୋହ କରିଥିବା ତିନି ଜଣ ଏମପି ଆବୁ ତାହିର ଖାନ, ୟୁସୁଫ ପଠାନ ଏବଂ ଖଲିଲୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri