Categories: ଖେଳ

ମହାନ ଭାରତୀୟ ପେସରଙ୍କ କ୍ଲବରେ ଉମେଶ

ଲଣ୍ଡନ,୩।୯: ସ୍ଥାନୀୟ କେନ୍ନିଂଟନ ଓଭାଲରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ କ୍ରେଗ ଓଭର୍ଟନଙ୍କୁ ଆଉଟ୍‌ କରି ଭାରତୀୟ ପେସର ଉମେଶ ଯାଦବ ଟେଷ୍ଟ କ୍ରିକେଟରେ ୧୫୦ ଉଇକେଟ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ସେ ଦେଶର ୬ଷ୍ଠ ପେସର। ତାଙ୍କ ବ୍ୟତୀତ ଏହି ତାଲିକାରେ ରହିଛନ୍ତି କପିଳ ଦେବ, ଜାହିର ଖାନ, ଇଶାନ୍ତ ଶର୍ମା, ଜାଭଗଲ ଶ୍ରୀନାଥ ଓ ମହମ୍ମଦ ଶାମି।

ତେବେ କ୍ୟାରିୟରର ୪୯ତମ ଟେଷ୍ଟରେ ୧୫୦ ଉଇକେଟ ନେଇ ଉମେଶ ପୂର୍ବତନ ପେସର ଜାହିରଙ୍କ ସମକକ୍ଷ ହୋଇଛନ୍ତି। ଉମେଶଙ୍କ ଭଳି ଜାହିରଙ୍କୁ ମଧ୍ୟ ୧୫୦ତମ ଉଇକେଟ କ୍ୟାରିୟରର ୪୯ତମ ଟେଷ୍ଟରେ ମିଳିଥିଲା। ଏହି ମାଇଲଷ୍ଟୋନରେ ପହଞ୍ଚିବାରେ କପିଳ ( ୩୯ ମ୍ୟାଚ) ସବୁଠୁ ଦ୍ରୁତତମ ଭାରତୀୟ ଥିଲେ। ତାଙ୍କ ପଛକୁ ରହିଛନ୍ତି ଶ୍ରୀନାଥ (୪୦ ଟେଷ୍ଟ), ଶାମି (୪୨), ଉମେଶ (୪୯), ଜାହିର (୪୯) ଓ ଇଶାନ୍ତ (୫୪)।

Share