Categories: ଜାତୀୟ

ଉମେଶ ପାଲଙ୍କ ଉପରେ ପ୍ରଥମ ଗୁଳି ଚଳାଇଥିବା ଶୁଟର ନିହତ

ପ୍ରୟାଗରାଜ,୬ ।୩: ପ୍ରୟାଗରାଜରେ ସାକ୍ଷୀ ଉମଶେ ପାଲ ହତ୍ୟାଗାଣ୍ଡକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ହୋଇଥିବା ଶୁଟର ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି । ଶୁଟରଙ୍କ ନାମ ବିଜୟ ଓରଫ ଉସମାନ । ସେ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି । ଏହି ଏନକାଉଣ୍ଟର ପ୍ରୟାଗରାଜର କୌନ୍ଧେୟାରା ଅଞ୍ଚଳରେ ହୋଇଛି । ଶୁଟର ଉସମାନ ଉପରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । କୁହାଯାଉଛି କି ଉମେଶଙ୍କ ଉପରେ ପ୍ରଥମ ଗୁଳି ଉସମାନ ଚଳାଇଥିଲେ ।

ସୂଚନାଯୋଗ୍ୟ, ଉମେଶ ପାଲ ବସପା ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ସାକ୍ଷୀ ଥିଲେ । ଗତ ଶୁକ୍ରବାର ଯେତେବେଳେ ସେ କୋର୍ଟରୁ ଘରକୁ ଫେରୁଥିଲେ, ସେତେବେଳେ ତାଙ୍କୁ ଘର ସାମ୍ନାରେ ଗୁଳି କରାଯାଇଥିଲା । ତାଙ୍କ ଉପରକୁ କିଛି ରାଉଣ୍ଡ ଗୁଳି କରିବା ପରେ ବୋମା ଫୁଟାଇଥିଲେ ସନ୍ଦିଗ୍ଧ, ଫଳରେ ଘଟଣାସ୍ଥଳରେ ଉପେଶ ପାଲ ଓ ତାଙ୍କ ସରକାରୀ ଗନର ସନ୍ଦିପ ନିଷାଦଙ୍କର ମୃତ୍ୟୁ ହୋଇଥିଲା । ଏହାସହ ଅନ୍ୟ ଜଣେ ଗନର ରାଘବେନ୍ଦ୍ର ଗୁରୁତର ଆହତ ହୋଇଥିଲେ ଓ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

Share