ଉମରକୋଟ ଏସ୍‌ଏନ୍‌ସିୟୁ ରାଜ୍ୟରେ ଶ୍ରେଷ୍ଠ

ଉମରକୋଟ,୨୯।୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନବଜାତ ଶିଶୁଙ୍କ ସ୍ବତନ୍ତ୍ର ଯତ୍ନ ନିମନ୍ତେ ରହିଥିବା ସ୍ପେଶିଆଲ ନ୍ୟୁ ବର୍ନ କେୟାର ୟୁନିଟ୍‌ (ଏସ୍‌ଏନ୍‌ସିୟୁ) ସମଗ୍ର ରାଜ୍ୟରେ ଶ୍ରେଷ୍ଠ ବିବେଚିତ ହୋଇଛି। ୧୫ଟି ଦିଗରେ ଉନ୍ନତ ପ୍ରଦର୍ଶନକୁ ନେଇ ପ୍ରସ୍ତୁତ ତାଲିକାରେ ଉମରକୋଟ ଶୀର୍ଷରେ ରହିଥିବା ଶୁକ୍ରବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡ଼ିଛି। ଏହି ସମୀକ୍ଷା ୩ ମାସରେ ଥରେ ହେଉଥିବାବେଳେ ଗତଥର ଉମରକୋଟ ଦ୍ୱିତୀୟ ସ୍ଥାନରେ ରହିଥିଲା। ୨୦୧୪ରେ ଉମରକୋଟଠାରେ ଆରମ୍ଭ ହେଇଥିଲା ଏହି ଏସ୍‌ଏନ୍‌ସିୟୁ। ଉମରକୋଟ, ରାଇଘର, ଝରିଗାଁ, ଚନ୍ଦାହାଣ୍ଡି ବ୍ଲକର ଶିଶୁ ଚିକିତ୍ସା ଲାଗି ଏଠାକୁ ଆସିଥାଆନ୍ତି। ସ୍ପେଶିଆଲ ନ୍ୟୁ ବର୍ନ କେୟାର ୟୁନିଟ୍‌ରେ ୧୨ ଶଯ୍ୟା ରହିଥିଲେ ହେଁ ଦୈନିକ ୨୦ରୁ ଊର୍ଦ୍ଧ୍ୱ ଶିଶୁ ଭର୍ତ୍ତି ହେଉଛନ୍ତି। ଜଣ୍ଡିସ୍‌, ଅଳ୍ପ ଓଜନ, ଶ୍ୱାସକ୍ରିୟାଜନିତ ସମସ୍ୟା ଦେଖାଯାଉଥିବା ନବଜାତକଙ୍କୁ ଏଠାରେ ରଖି ଚିକିତ୍ସା କରାଯାଇଥାଏ। ଏଠାରେ ଶିଶୁଙ୍କ ପାଇଁ ଅମ୍ଳଜାନ, ୱାର୍ମର, ଫଟୋଥେରାପି ଆଦି ସମସ୍ତ ସୁବିଧା ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବିଭାଗରେ କଙ୍ଗାରୁ ମଦର କେୟାର ୟୁନିଟ୍‌ ମଧ୍ୟ ରହିଛି, ଯେଉଁଠାରେ ଥରକେ ୭ ମହିଳା ଶିଶୁଙ୍କୁ ସ୍ତନ୍ୟପାନ କରାଇପାରିବେ। ଏବେ ଏହି ଏସ୍‌ଏନ୍‌ସିୟୁରେ ୩ କରୋନା ସଂକ୍ରମିତ ଶିଶୁ ଚିକିତ୍ସାଧୀନ ଅଛନ୍ତି। ସ୍ବତନ୍ତ୍ର ପ୍ରକୋଷ୍ଠରେ ରଖାଯାଇ ସେମାନଙ୍କ ଚିକିତ୍ସା ଚାଲିଥିବା ବିଭାଗୀୟ ମୁଖ୍ୟ ତଥା ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା. ସନ୍ତୋଷ କୁମାର ପଣ୍ଡା କହିଛନ୍ତି। ଡାକ୍ତର ପଣ୍ଡା ଏବଂ ୧୦ ଷ୍ଟାଫ୍‌ନର୍ସଙ୍କ ନିଷ୍ଠାପର ସେବା ଲାଗି ଉପାନ୍ତ ଅଞ୍ଚଳର ଏହି ୟୁନିଟ ରାଜ୍ୟରେ ଆଦର୍ଶ ପାଲଟିଥିବା ବୁଦ୍ଧିଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ: ପ୍ରଭାତ ସଭାପତି ଓ ନିତ୍ୟାନନ୍ଦ ଉପ ସଭାପତି ନିର୍ବାଚିତ:

କୋରାପୁଟ ୨୮।୩,(ଅମିତାଭ ବେହେରା ): କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ ଶେଷ ହୋଇଛି । ଲଗାତାର ଚତୁର୍ଥ ଥର ପାଇଁ କୋରାପୁଟ ବାର୍ ଆସୋସିଏଶନର ସଭାପତି ଭାବେ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ପାରଳାଖେମୁଣ୍ଡି ବାର୍ ଆସୋସିଏଶନ ନିର୍ବାଚନ: ରାମକୃଷ୍ଣ ନାୟକ ସଭାପତି, ଶିବ ପ୍ରସାଦ…

ପାରଳାଖେମୁଣ୍ଡି, ୨୮। ୩ (ଗିରିଧାରୀ ପରିଚ୍ଛା):- ଗଜପତି ଜିଲା ପାରଳାଖେମୁଣ୍ଡି ବାର୍ ଆସୋସିଏଶନ ନିର୍ବାଚନରେ ରାମକୃଷ୍ଣ ନାୟକ ସଭାପତି, ଉପସଭାପତି ଭାବେ ଶିବ ପ୍ରସାଦ ପାଣିଗ୍ରାହୀ ଏବଂ…

ସରିଲା ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ: ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ସଭାପତି, ସମ୍ପାଦକ ହେଲେ…

ରାୟଗଡ଼ା,୨୮।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ଏଥିରେ ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ୧୦୬ଖଣ୍ଡ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ମୋହନା ଥାନାରେ ‘ଶିଶୁ ସୁରକ୍ଷା ଓ ଭୟମୁକ୍ତ କେନ୍ଦ୍ର’ ଉଦଘାଟିତ: ଶିଶୁଙ୍କ ପାଇଁ ପୋଲିସ ସାଜିବ ବନ୍ଧୁ

ମୋହନା ୨୮।୩(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ପରିସରରେ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ଶିଶୁମାନଙ୍କୁ ପୋଲିସ ପ୍ରତି ଥିବା ଭୟ ଦୂର କରିବା…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ସନ୍ତୋଷ ନାୟକ, ଧୀରେନ ସ୍ବାଇଁ…

ଭଞ୍ଜନଗର,୨୮।୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏସନ ନିର୍ବାଚନ ଶନିବାର ସରିଛି। ଏଥିରେ ସଭାପତି ଭାବେ ସନ୍ତୋଷ ନାୟକ ନିର୍ବାଚିତ ହୋଇଛନ୍ତି । ଏଥିସହ ସାଧାରଣ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri