ଉମରକୋଟ ବିଧାନସଭା ନିର୍ବାଚନମଣ୍ଡଳୀ : ନବୀନା,ସୁରେଶ ବିଜେଡି ଆଶାୟୀ , କାହାକୁ ମିଳିବ ଟିକେଟ୍‌

ଉମରକୋଟ, ୨୫।୨(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର ୪ ଆଶାୟୀଙ୍କୁ ନେଇ ଏବେ ଚାଲିଛି ଚର୍ଚ୍ଚା। କଂଗ୍ରେସରୁ ସନରାଜ ଗଣ୍ଡ ଜଣେମାତ୍ର ଆଶାୟୀ ଥିବା ବେଳେ ଭାଜପାର ସଂଖ୍ୟା ମଧ୍ୟ ସେହି ଏକ। ଅର୍ଥାତ୍‌ ବର୍ତ୍ତମାନ ଭାଜପାରୁ ବିଧାୟକ ଥିବା ନିତ୍ୟାନନ୍ଦ ଗଣ୍ଡଙ୍କ ବ୍ୟତୀତ ଆଉ କାହାରି ନାମ ଚର୍ଚ୍ଚାକୁ ଆସିନାହିଁ। ତେବେ ଶାସକ ବିଜେଡିରୁ ୨ ଜଣ ଆଶାୟୀ ଅଛନ୍ତି। ରାଇଘର ବ୍ଲକ ଅଧ୍ୟକ୍ଷା ନବୀନା ନାୟକଙ୍କ ନାମ ପୂର୍ବରୁ ଚର୍ଚ୍ଚା ହେଉଥିବା ବେଳେ ଏବେ ଯୁବ ଡାକ୍ତର ସୁରେଶ ଝାଙ୍କର ଆଶାୟୀ ତାଲିକାରେ ସାମିଲ ହୋଇଛନ୍ତି।
।ମରକୋଟ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି। ଭାଜପାର ନିତ୍ୟାନନ୍ଦ ଗଣ୍ଡ ବିଧାୟକ ହେବା ପୂର୍ବରୁ ଓକିଲାତି କରୁଥିଲେ। ୨୦୧୯ରେ ଭାଜପା ତାଙ୍କ ଉପରେ ଭରସା କରିଥିଲା। ପ୍ରଥମ ଥର ରାଜନୀତିକୁ ଓହ୍ଲାଇଥିବା ନିତ୍ୟାନନ୍ଦ ବିଜେଡିରୁ ୨ ଥର (୨୦୧୧ ଉପନିର୍ବାଚନ ଓ ୨୦୧୪ ସାଧାରଣ ନିର୍ବାଚନ) ବିଧାୟକ ହୋଇଥିବା ସୁବାସ ଗଣ୍ଡଙ୍କୁ ପରାସ୍ତ କରିଥିଲେ। ଚଳିତ ଥର ଏଠାରେ ଶାସକ ବିଜେଡି ମହିଳା କାର୍ଡ ଖେଳିପାରେ ବୋଲି ଆଲୋଚନା ହେଉଛି। ସେହି ଅନୁଯାୟୀ ପୂର୍ବତନ ବିଧାୟକ ସୁବାସ ଗଣ୍ଡଙ୍କ ସ୍ତ୍ରୀ ତଥା ରାଇଘର ବ୍ଲକ ଅଧ୍ୟକ୍ଷା ନବୀନା ନାୟକଙ୍କ ନାମକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ନବୀନା ୨ଥର ରାଇଘର ବ୍ଲକ ଅଧ୍ୟକ୍ଷା, ୩ଥର ସମିତି ସଭ୍ୟ ଓ ଥରେ ଜିଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଏବେ ବିଜେଡି ମହିଳା ସେଲ୍‌ ରାଜ୍ୟ ସମ୍ପାଦକ ଅଛନ୍ତି। ଇତିମଧ୍ୟରେ ଡାକ୍ତର ସୁରେଶ ଝାଙ୍କର ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ପାଗ ଭିଡ଼ିଥିବା କୁହାଯାଉଛି। ସୁରେଶଙ୍କ ଘର ରାଇଘର ବ୍ଲକ କାଲିଆପଦର। ସେ କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଧୀନ ଡେଙ୍ଗାପଦର ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟରତ। ତାଙ୍କର ରାଜନୀତିରେ କୌଣସି ପ୍ରତ୍ୟକ୍ଷ ଅଭିଜ୍ଞତା ନ ଥିଲେ ମଧ୍ୟ ରାଜନୀତିଆ ପରିବାରରୁ ଆସିଛନ୍ତି। ସୁରେଶଙ୍କ ବଡ଼ବାପା ଖେଦୁରାମ ଝାଙ୍କର ରାଇଘର ବ୍ଲକର କୁରାବେଡ଼ା ପଞ୍ଚାୟତରୁ ୪ଥର ସରପଞ୍ଚ ଓ ପୂର୍ବରୁ ଦୁଇଥର ରାଇଘର ବ୍ଲକ ଅଧ୍ୟକ୍ଷ ମଧ୍ୟ ରହିଥିଲେ। ସେ ବିଜୁ ବାବୁଙ୍କ ଅନୁଗାମୀ ରହିଆସିଛନ୍ତି। ପୂର୍ବରୁ ଜନତା ଦଳ ଓ ଏବେ ବିଜେଡିର ସମର୍ଥକ। ସେହିଭଳି ସୁରେଶଙ୍କ ବଡ଼ ଭାଇ ଗୁପ୍ତ ପ୍ରସାଦ ଝାଙ୍କର ବର୍ତ୍ତମାନ ରାଇଘର ବ୍ଲକ ଉପାଧ୍ୟକ୍ଷ ଏବଂ ଭାଉଜ କୁରାବେଡ଼ା ସମିତି ସଭ୍ୟ ରହିଛନ୍ତି। ସୁରେଶ ଜାନୁଆରୀ ୧୯ରେ ବିଜେଡି ଉଚ୍ଚ ନେତାଙ୍କୁ ଭୁବନେଶ୍ୱରରେ ଭେଟି ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ଥିବା ଜଣାଇଛନ୍ତି ବୋଲି କହୁଛନ୍ତି। ସେ ଏବେ ଅନେକ ଗ୍ରାମରେ ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରୁଥିବା ଦେଖିବାକୁ ମିଳୁଛି। ବିଜେଡିର ଗୋଟିଏ ଗୋଷ୍ଠୀ ସୁରେଶଙ୍କୁ ସମର୍ଥନ ଜଣାଇ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଫଟୋ ମଧ୍ୟ ପୋଷ୍ଟ କରୁଛନ୍ତି। ବିଜେଡି ତାଙ୍କୁ ବିଶ୍ୱାସକୁ ନେଇ ପ୍ରାର୍ଥୀ କରାଇଲେ ସେ ବହୁ ଭୋଟ ବ୍ୟବଧାନରେ ବିରୋଧୀଙ୍କୁ ହରାଇବେ ବୋଲି ତାଙ୍କ ସମର୍ଥକ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri