ବନ୍ଦ ରହିଛି ଉମରକୋଟ୍‌ ଧଳାସୁନା କଳ

ଉମରକୋଟ,୧୫।୧୨(ସ୍ୱ.ପ୍ର.): ନବରଙ୍ଗପୁର ଜିଲା ଦିନେ କପାଚାଷ ପାଇଁ ପରିଚିତ ଥିଲା। ୧୯୮୫ରୁ ୧୯୮୯ ପର୍ଯ୍ୟନ୍ତ ଚାଷୀ ଅଧିକ ପରିମାଣରେ କପା ଚାଷ କରୁଥିଲେ। ସେତେବେଳ କପା କିଲୋ ପ୍ରତି ୭ ଟଙ୍କା ରହିଥିଲା। ଧଳାସୁନାଭାବେ ପରିଚିତ କପାଚାଷରୁ ଭଲ ଲାଭ ମିଳୁଥିବାରୁ ୧୯୯୦ ବେଳକୁ ଜିଲାରେ ଅଧିକ ଚାଷୀ କପାଚାଷ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ପରବର୍ତ୍ତି ସମୟରେ ଉମରକୋଟଠାରେ ଏକ କପାକଳ ମଧ୍ୟ ଖୋଲିଥିଲା। ହେଲେ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ନ ମିଳିବାରୁ ସେମାନେ କପାରୁ ମୁହଁ ଫେରାଇନେଲେ। ଯଦ୍ଦ୍ବାରା କପାକଳ ମଧ୍ୟ ବନ୍ଦ ହୋଇଗଲା।
ଅଞ୍ଚଳର କପା ଉନ୍ନତ ମାନର ହୋଇଥିବାରୁ ସେତେବେଳେ କଳିଙ୍ଗ ଟେକ୍ସଟାଇଲ୍‌ କୃଷି ବିଭାଗ ମାଧ୍ୟମରେ କପା କିଣୁଥିଲା। ସେହିପରି ଓଟିଏମ୍‌, ସିସିଆଇ, ରାଜ୍ୟ ସରକାରଙ୍କ ଟିଡିସିଏସ୍‌ ସଂସ୍ଥା ମାଧ୍ୟମରେ ଲୋକଙ୍କଠାରୁ କପା କିଲୋ ପ୍ରତି ୧୫ ରୁ ୨୦ଟଙ୍କାରେ କିଣି ଚେକ୍‌ ପ୍ରଦାନ କରୁଥିଲା। ପରେ ଗୁଣ୍ଟୁରରୁ କେତେଜଣ ବ୍ୟବସାୟୀ ଆସି କିଲୋ ପ୍ରତି ୨୦ରୁ ୨୫ଟଙ୍କା ଦେଇ କପା କିଣୁଥିଲେ। ତେଣୁ ଜିଲାର ରାଇଘର, ଝରିଗାଁ, ଚନ୍ଦାହାଣ୍ଡି, ଡାବୁଗାଁ ଅଞ୍ଚଳର ଚାଷୀ ହଜାର ହଜାର ହେକ୍ଟର ଜମିରେ କପାଚାଷ କରୁଥିଲେ। ଏହା ଜିଲାର ଚାଷୀଙ୍କ ଆର୍ଥିକ ସ୍ଥିତିକୁ ଅଧିକ ସୁଦୃଢ଼ କରିଥିଲା। ଧୀରେ ଧୀରେ କପା ଏଠାକାର ଏକ ପ୍ରମୁଖ ଚାଷ ପାଲଟିଥିଲା। ଅଞ୍ଚଳର ଉନ୍ନତ କପା ରାଜ୍ୟ ବାହାରକୁ ରପ୍ତାନି ହେଉଥିଲା। ଏହା ଦେଖି ତତ୍କାଳୀନ ଉପଜିଲାପାଳ ବିଜୟ ଆରୋରାଙ୍କ ପ୍ରଚେଷ୍ଟାରେ ଅବିଭକ୍ତ କୋରାପୁଟ ଜିଲାର ଉମରକୋଟଠାରେ ଏକ କପାକଳ ଖୋଲିଥିଲା। ଏହି ବେସରକାରୀ କପାକଳ ଦ୍ୱାରା ଅଞ୍ଚଳ ସମେତ ଜିଲାର ଚାଷୀ ବେଶ୍‌ ଉପକୃତ ହେଉଥିଲେ। କିନ୍ତୁ କଳ ଅଧିକାରୀ କେତେକ ଦଲାଲଙ୍କ ଦ୍ୱାରା ପରିଚାଳିତ ହୋଇଥିଲେ, ଯଦ୍ଦ୍ବାରା ଚାଷୀ ସିଧାସଳଖ କପାକଳ ଅଧିକାରୀଙ୍କୁ ଯୋଗାଯୋଗ କରିପାରିଲେ ନାହିଁ। ଚାଷୀଙ୍କୁ ଉପଯୁକ୍ତ ମୂଲ ନ ମିଳିବାରୁ ସେମାନେ କପାଠାରୁ ଦୂରେଇବାକୁ ବାଧ୍ୟହେଲେ। ଅନେକ ଚାଷୀ କଳରୁ କପା ବାବଦକୁ ଟଙ୍କା ପାଇବାକୁ ଥିବାବେଳେ କଳ ବନ୍ଦ ହେବା ଯୋଗୁ ସେମାନେ ହତାଶ ହୋଇଥିଲେ। ପରବର୍ତ୍ତି ସମୟରେ ସରକାରୀ ପ୍ରୋତ୍ସାହନ କିମ୍ବା କପା ମଣ୍ଡିର ବ୍ୟବସ୍ଥା କରା ନ ଯିବାରୁ ଅଞ୍ଚଳର ଚାଷୀ କପାଠାରୁ ମୁହଁ ଫେରାଇ ମକାଚାଷ ପ୍ରତି ମନ ବଳାଇଥିଲେ। ପରେ ମକା ରାଜ୍ୟ, ରାଜ୍ୟ ବାହାର ଏବଂ ବିଦେଶକୁ ରପ୍ତାନି ହେଲା। ଚାଷୀ ଏଥିରୁ ମଧ୍ୟ ବେଶ୍‌ ଲାଭବାନ ହେଉଥିଲେ। ହେଲେ କରୋନା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା। ବାହାରକୁ ମକା ଯିବା ବନ୍ଦ ହୋଇଗଲା। ସରକାରଙ୍କ ପକ୍ଷରୁ ମଧ୍ୟ ମଣ୍ଡି କିମ୍ବା ଅନ୍ୟ ସୁବିଧା ମିଳିପାରିନାହିଁ। ତେଣୁ ଚାଷରେ ଲଗାଇଥିବା ଟଙ୍କା ମଧ୍ୟ ଚାଷୀ ପାଇବା କଷ୍ଟକର ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ଚାଷୀ ନୀଳଗିରି ଚାଷ ଆଡ଼କୁ ମୁହାଇଁଛନ୍ତି। ଉପାନ୍ତ ଅଞ୍ଚଳର ଚାଷୀ ଅନେକ ଘାତ ପ୍ରତିଘାତ ମଧ୍ୟରେ ସଂଘର୍ଷ କରୁଥିବାବେଳେ ବୁଦ୍ଧିଜୀବୀଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ, କପା ଭଳି ମକା ଚାଷର ମଧ୍ୟ ସମଦଶା ଘଟିବ କି। ତେଣୁ ଜିଲା ପ୍ରଶାସନ ଏବଂ ସରକାର ଚାଷୀଙ୍କୁ ଉଚିତ ମୂଲ୍ୟଦେଇ ଜିଲାରେ ବନ୍ଦ ପଡ଼ିଥିବା କପାକଳ ଖୋଲିବା ପାଇଁ ତତ୍ପରତା ଦେଖାଇଲେ ଚାଷୀ ପାରମ୍ପରିକ ଧାନ ସହ କପା ଚାଷ ପ୍ରତି ମନ ବଳାଇବେ। ଏହା ଚାଷୀଙ୍କ ଆର୍ଥିକ ଉନ୍ନତି ସହ ଜିଲା ବିକାଶରେ ମଧ୍ୟ ସହାୟକ ହୋଇପାରିବ ବୋଲି ବୁଦ୍ଧିଜୀବୀଙ୍କ ମଧ୍ୟରେ ପ୍ରକାଶ ପାଇଛି। ଏ ନେଇ ସ୍ଥାନୀୟ ଉପଜିଲାପାଳ ଭାଷ୍କର ରଇତୋଙ୍କୁ ପଚାରିବାରୁ ସେ କହିଛନ୍ତି, ଏହା ମୋ ନଜରକୁ ଆସିନାହିଁ। ଏ ବିଷୟରେ ଅନୁସନ୍ଧାନ କରିବି ବୋଲି ସେ କହିଛନ୍ତି।

କପାଚାଷ ଛାଡ଼ିଥିବା ଚାଷୀଙ୍କ ପ୍ରତିକ୍ରିୟା

ରାଜ୍ୟ ବାହାରୁ ବେପାରୀ ଆସି କପା କୁଇଣ୍ଟାଲ ପିଛା ୨୬ଶହରୁ ୩ହଜାର ଟଙ୍କାରେ କିଣି ନେଉଥିଲେ। ପରେ ଜିଲାରେ କପାକଳ ଖୋଲିବାରୁ ଆମେ ଖୁସି ଥିଲୁ। କିନ୍ତୁ କପାକଳ ମୁଖ୍ୟ ଅଧିକାରୀ ଦଲାଲଙ୍କ ନିର୍ଦ୍ଦେଶରେ ଚାଲିବା ଯୋଗୁ ଆମେ କ୍ଷତି ସହିଲୁ ଏବଂ କପାଚାଷ ଛାଡ଼ିଦେଲୁ। ଏହାଦ୍ୱାରା କପାକଳ ମଧ୍ୟ ବନ୍ଦ ହୋଇଗଲା। ଉପଯୁକ୍ତ ମୂଲ୍ୟ ମିଳିଲେ ପୁଣି କପାଚାଷ କରିବୁ ଏବଂ କଳ ମଧ୍ୟ ଚାଲିବ।
– ଅଜିତ କୁମାର ସ୍ବାଇଁ, ଚାଷୀ, ଉମରକୋଟ
କପାରୁ ଭଲ ଲାଭ ପାଉଥିଲୁ। କିନ୍ତୁ କଳ ଅଧିକାରୀ ଦଲାଲଙ୍କ ଦ୍ୱାରା ପରିଚାଳିତ ହେବାରୁ ଆମକୁ ଠିକ୍‌ ମୂଲ୍ୟ ମିଳିଲାନି। ତେଣୁ କପାଚାଷ ଛାଡ଼ିବାକୁ ବାଧ୍ୟହେଲୁ। ଏହାପରେ କପାକଳ ମଧ୍ୟ ବନ୍ଦ ହୋଇଗଲା। ଚାଷୀଙ୍କୁ ଉତ୍ସାହିତ କରାଗଲେ ପୁଣି କପାଚାଷ କରିବୁ। ଏଥିରେ ଅନ୍ୟ ଚାଷୀମାନେ ମଧ୍ୟ କପା ପ୍ରତି ଆଗ୍ରହ ପ୍ରକାଶ କରିବେ। ଏହାଦ୍ୱାରା କପାକଳ ପୁଣି ଚାଲିପାରିବ।
– ନୃସିଂହନାଥ ସାହୁ, ଚାଷୀ, ଉମରକୋଟ

 

(ସନ୍ତୋଷ କୁମାର ଶତପଥୀ)


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri