Posted inଖେଳ

ଯୁବରାଜଙ୍କୁ ୬ଥର ଆଉଟ୍‌ କରିଥିବା ବୋଲର କ୍ରିକେଟ୍‌ରୁ ନେଲେ ଅବସର

କରାଚି, ୧୭।୧୦: ପାକିସ୍ତାନର ଜଣାଶୁଣା ଦ୍ରୁତ ବୋଲର ଉମର ଗୁଲ୍‌ କ୍ରିକେଟ୍‌ର ସମସ୍ତ ପ୍ରକାର ଫର୍ମାଟ୍‌ରୁ ଅବସର ନେଇଛନ୍ତି। ଘରୋଇ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ‘ନ୍ୟାଶନାଲ ଟି୨୦ କପ୍‌’ରେ ଗୁଲ୍‌ଙ୍କ ଦଳ ବାଲୋଚିସ୍ତାନ ସେମିଫାଇନାଲରେ ପ୍ରବେଶ କରିବାରେ ବିଫଳ ହୋଇଥିଲା। ଏହାପରେ ସେ ଅବସର ଘୋଷଣା କରିଥିଲେ। ୩୬ ବର୍ଷୀୟ ଗୁଲ୍‌ ୨୦୦୩ରେ ଜିମ୍ବାଓ୍ବେ ବିପକ୍ଷ ଦିନିକିଆ ମ୍ୟାଚ୍‌ ଖେଳି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ୧୭ ବର୍ଷର ଲମ୍ବା କ୍ୟାରିୟରରେ ସେ କ୍ରିକେଟ୍‌ର ୩ଟି ଯାକ ଫର୍ମାଟ୍‌ରେ ମୋଟ୍‌ ୪୨୭ ଉଇକେଟ୍‌ ଅକ୍ତିଆର କରିଥିଲେ। ପାକିସ୍ତାନ ପକ୍ଷରୁ ୪୭ ଟେଷ୍ଟ, ୧୩୦ ଦିନିକିଆ ଓ ୬୦ ଟି୨୦ ମ୍ୟାଚ୍‌ ଖେଳି ଏହା ଡାହାଣହାତୀ ଦ୍ରୁତ ବୋଲର ଯଥାକ୍ରମେ ୧୬୩, ୧୭୯ ଓ ୮୫ ଉଇକେଟ୍‌ ନେଇଛନ୍ତି।
ୟର୍କର ବଲ୍‌ ପକାଇବାରେ ମାହିର ଥିବା ଗୁଲ୍‌ ସେ ସମୟରେ ଭାରତର ଯୁବରାଜ ସିଂଙ୍କୁ ନିଜ ଶାଣିତ ବୋଲିଂରେ ବେଶ୍‌ ଅସୁବିଧାରେ ପକାଇଥିଲେ। କ୍ରିକେଟ୍‌ର ୩ଟି ଯାକ ଫର୍ମାଟ୍‌ରେ ଯୁବରାଜ ଓ ଗୁଲ୍‌ ପରସ୍ପର ୨୨ ମ୍ୟାଚ୍‌ ଖେଳିଛନ୍ତି। ଯେଉଁଥିରେ ଗୁଲ୍‌ ୬ଥର ଯୁବରାଜଙ୍କ ଉଇକେଟ୍‌ ନେବାରେ ସଫଳ ରହିଥିଲେ। ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ୨୦୦୭ରେ ସେ ବେଶ୍‌ ପ୍ରଭାବୀ ବୋଲିଂ କରିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ମାତ୍ର ୬ ରନ ବିନିମୟରେ ୫ ଉଇକେଟ୍‌ ନେଇ ସେ ରେକର୍ଡ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪୦ ଫୁଟ୍ ଗଭୀର କୂଅ ଭିତରେ ପଡ଼ିଲେ ବୃଦ୍ଧା

ପାଟଣା, ୧୨/୫ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡି ପଞ୍ଚାୟତ ନେଉଳିପଶି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୋମବାର ରାତିରେ ଶୌଚ…

ଡହଡହ ଖରାରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ, ସହାୟତା ନମ୍ବରକୁ ଫୋନ କଲେ…

ଦାମନଯୋଡି,୧୨ା୫(ନରସିଂହ ବ୍ରହ୍ମା): ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ସରକାର ଘୋଷଣା କରିଛନ୍ତି। କୋରାପୁଟ ଜିଲା ସେମିଳିଗୁଡ଼ା ଓ…

ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ନର୍ସିଂ ଛାତ୍ରୀଙ୍କ ସାଇକଲ ଚୋରି, ସିସିଟିଭିରେ ରେକର୍ଡ

ବଲାଙ୍ଗୀର,୧୨।୫(ସୁନିଲ କୁମାର ମହାନ୍ତି): ହସ୍ପିଟାଲ ଭିତରେ ପୀଡିତ ରୋଗୀଙ୍କୁ ସେବା ଯୋଗାଉଥିବାବେଳେ ଜଣେ ନର୍ସିଂ ଛାତ୍ରୀଙ୍କ ସାଇକଲକୁ ହସ୍ପିଟାଲ ପରିସରରୁ ଜଣେ ଦୁର୍ବୃତ୍ତ ଚୋରି କରିଥିବା ଅଭିଯୋଗ…

ଯୌତୁକ ପାଇଁ ବଧୂ ହତ୍ୟା: ସ୍ୱାମୀ, ଶାଶୁ , ଶଶୁର ଗିରଫ

ନନ୍ଦପୁର,୧୨।୫ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଖୁର୍ଜୀ ପଞ୍ଚାୟତ ନନ୍ଦୀଗାଁରେ ସୋମବାର ଜଣେ ନବବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼…

NEET-UG ପରୀକ୍ଷା ବାତିଲ; ସମାଲୋଚନା କଲେ ନବୀନ, ପରୀକ୍ଷାର୍ଥୀଙ୍କ ପ୍ରତି ବିଶ୍ୱାସଘାତକତା…

ଭୁବନେଶ୍ବର,୧୨।୫: NEET- UG ୨୦୨୬ ପରୀକ୍ଷାକୁ NTA ବାତିଲ କରିଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ମେ ୩ ତାରିଖରେ ହୋଇଥିବା ପରୀକ୍ଷା ରଦ୍ଦ  କରାଯାଇଛି ।…

ରାମଚନ୍ଦ୍ରପୁରରେ ଟ୍ରେନ ରହଣି ଦାବି

ଲାଞ୍ଜିଗଡ଼, ୧୨।୫ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁର ପଞ୍ଚାୟତର ରାମଚନ୍ଦ୍ରପୁର ପାସେଞ୍ଜର ହଲଟରେ ଟ୍ରେନ ରହଣି ଦାବି କରି ରେଳଯାତ୍ରୀ…

ମତୁଆଳି ଗ୍ରାମରେ ଦନ୍ତା ହାତୀର ଜଳକ୍ରୀଡା, ଆତଙ୍କିତ ଗ୍ରାମବାସୀ

ଦେବଗଡ,୧୨।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲ୍ଲା ବାରକୋଟ ବ୍ଳକ ଦେବଗଡ ବନଖଣ୍ଡ ଦନ୍ତାରିବାହାଲ ଗ୍ରାମରେ ଦନ୍ତା ହାତୀଙ୍କ ଆତଙ୍କ ଦେଖିବାକୁ ମିଳିଛି । ଗାଁର ମତୁଆଳି ନାଳରେ…

ମନ୍ଦିରରୁ ବଡ଼ ଧରଣର ଚୋରି: ହୁଣ୍ଡି ଭାଙ୍ଗି ନେଇଗଲେ ଲକ୍ଷାଧିକ ଟଙ୍କା ସହ ଅଳଙ୍କାର

ରାୟଗଡ଼ା,୧୨।୫: ରାୟଗଡ଼ା ସାଇଲେଶ୍ୱର ମନ୍ଦିରରୁ ଏକ ବଡ଼ ଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଇଛନ୍ତି। ମିଳିଥିବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri