Posted inଜାତୀୟ

ଏମ୍‌ପି ଭାଜପା ନେତୃତ୍ୱକୁ ଉମା ଭାରତୀଙ୍କ ବିରୋଧ

ଭୋପାଳ,୨।୧ : ମଧ୍ୟପ୍ରଦେଶରେ ଭାଜପା ନେତୃତ୍ୱକୁ ଦଳର ବରିଷ୍ଠ ନେତ୍ରୀ ଉମା ଭାରତୀ କିଛିଦିନ ହେଲା ଖୋଲାଖୋଲି ବିରୋଧ କରୁଥିବା ଦେଖାଯାଇଛି। ଏପରିକି ଆଗାମୀ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ବିଜୟୀ ହେବ ବୋଲି ସେ କହିଛନ୍ତି। ୨୦୧୯ରେ ସେ ଲୋକ ସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିବା ପରଠାରୁ ତାଙ୍କୁ ଦଳରେ ଅଣଦେଖା କରାଯାଉଛି। ଆସନ୍ତା ବର୍ଷ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଓ ୨୦୨୪ରେ ଲୋକ ସଭା ନିର୍ବାଚନ ଥିବା ବେଳେ ତାଙ୍କୁ ଦଳରେ ବିଶେଷ ଗୁରୁତ୍ୱ ଦିଆଯାଉ ନ ଥିବା ଉମା ଭାରତୀ ଅନୁଭବ କରୁଛନ୍ତି। ରାଜ୍ୟ ରାଜନୀତିରେ ତାଙ୍କର ପ୍ରବେଶକୁ ଦଳର ଅନ୍ୟ ନେତାମାନେ ବିରୋଧ କରୁଛନ୍ତି। ତାଙ୍କ ନିର୍ବାଚନ ମଣ୍ଡଳୀ ଖଜୁରାହୋରୁ ଏବେ ଭାଜପା ରାଜ୍ୟ ସଭାପତି ଭି.ଡି. ଶର୍ମା ଏମ୍‌ପି ଥିବାବେଳେ ଭୋପାଳରୁ ପ୍ରଜ୍ଞା ସିଂ ଠାକୁର ଏବଂ ଝାନ୍ସିରୁ ଅନୁରାଗ ଶର୍ମା ପ୍ରତିନିଧିତ୍ୱ କରୁଛନ୍ତି।

ରାମ ଜନ୍ମଭୂମି ଆନ୍ଦୋଳନର ଅନ୍ୟତମ ଅଗ୍ନିବର୍ଷୀ ନେତ୍ରୀ ଉମା ଭାରତୀ ୩ ଦିନ ପୂର୍ବରୁ ଛିନ୍ଦଓ୍ବାରାଠାରେ ଗଣମାଧ୍ୟମକୁ କହିଥିଲେ, ଭଗବାନ ରାମ ଏବଂ ହନୁମାନ ଭାଜପାର ପେଟେଣ୍ଟ ନୁହନ୍ତି। ସେମାନଙ୍କୁ ଭକ୍ତି କରିବାର ଅଧିକାର ଏହି ଦଳକୁ ମିଳିନାହିଁ ବୋଲି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଥିଲେ। ଭାଜପା ଏବଂ ଜନସଂଘ ପ୍ରତିଷ୍ଠା ହେବା ପୂର୍ବରୁ ଭଗବାନ ରାମ ଏବଂ ହନୁମାନ ରହିଥିଲେ। ମୋଗଲ ଏବଂ ବ୍ରିଟିଶ ଶାସନ କାଳରେ ମଧ୍ୟ ରାମ, ହନୁମାନଙ୍କ ଅବସ୍ଥିତି ଥିଲା। ବରିଷ୍ଠ କଂଗ୍ରେସ ନେତା କମଲ ନାଥ ତାଙ୍କ ନିର୍ବାଚନ ମଣ୍ଡଳୀ ଛିନ୍ଦଓ୍ବାରାର ସେମାରିଆଠାରେ ୧୦୧ ଫୁଟ୍‌ ଉଚ୍ଚତା ବିଶିଷ୍ଟ ହନୁମାନ ମୂର୍ତ୍ତି ସହ ବିଶାଳ ମନ୍ଦିର ନିର୍ମାଣ କରିଥିବାରୁ ଭାଜପା ରାମ ଏବଂ ହନୁମାନଙ୍କ ନାଁରେ ଶପଥ ନେବ କି ବୋଲି ଖବରଦାତାମାନଙ୍କ ପ୍ରଶ୍ନର ଉତ୍ତରରେ ଉମା ଭାରତୀ ଏହା କହିଥିଲେ।

ଭଗବାନଙ୍କୁ ପୂଜା କରିବା ଅଧିକାର ସମସ୍ତଙ୍କର ରହିଛି। ଭାଜପାର କେତେଜଣ ରାମ ମନ୍ଦିରକୁ ନେଇ ପରିହାସ କରୁଥିବାବେଳେ ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ କଂଗ୍ରେସ ଲୋକେ ମଧ୍ୟ ଚାନ୍ଦା ଦେଇଥିବା ସେ କହିଥିଲେ। ଏହାର ୪ ଦିନ ପୂର୍ବରୁ ଉମା ଭାରତୀ ଓବିସି ଲୋଧି ସମ୍ପ୍ରଦାୟର ଲୋକମାନଙ୍କୁ ସମ୍ବୋଧନ କରି ଭାଜପାକୁ ଭୋଟ ଦେବା ଜରୁରୀ ନୁହେଁ, ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦିଅ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri