Posted inଖେଳ

ଭୁବନେଶ୍ୱରରେ ହୋଇପାରେ ଅଲ୍‌ଟିମେଟ ଖୋ ଖୋ

ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଛତ୍ରପତି ଶିବାଜୀ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଛି ଅଲ୍‌ଟିମେଟ ଖୋ ଖୋ ଲିଗ୍‌ର ପ୍ରଥମ ସଂସ୍କରଣ। ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାରୁ ପ୍ରତିଯୋଗିତା କ୍ରମେ ରୋମାଞ୍ଚକ ହେବାରେ ଲାଗିଛି। ଓଡ଼ିଶା ସରକାରଙ୍କ ସହଯୋଗରେ ରାଜ୍ୟର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ଇତିମଧ୍ୟରେ ପୁଣେର ଉକ୍ତ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ପ୍ରତ୍ୟକ୍ଷଭାବେ ଖେଳର ରୋମାଞ୍ଚ ନେବା ସହ ଖେଳାଳି, କୋଚ୍‌ ଏବଂ ଉଚ୍ଚପଦସ୍ଥ କର୍ମକର୍ତ୍ତାଙ୍କୁ ଭେଟିବା ସୁଯୋଗ ପାଇଥିଲେ। ଏକ ସାକ୍ଷାତକାର ଅବସରରେ ଲିଗ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ତେନ୍‌ଜିଂ ନିୟୋଗୀ ଲିଗ୍‌ର ଉଦ୍ଦେଶ୍ୟ, ପରିବର୍ତ୍ତିତ ନୀତିନିୟମ, ପ୍ରଥମ ସଂସ୍କରଣରେ ଏହାକୁ ମିଳିଥିବା ସମର୍ଥନ ଏବଂ ଆଗାମୀ ଦିନର ଯୋଜନା ସମ୍ପର୍କରେ ପ୍ରକାଶ କରିଥିଲେ।
ଖୋ ଖୋ ହେଉଛି ସ୍ବଦେଶୀ କ୍ରୀଡ଼ା। ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ ଏହି ଖେଳ ସବୁଠାରେ ଖେଳାଯାଉଥିଲେ ହେଁ ଏହାର ପ୍ରଚାର ପ୍ରସାର ଏତେ ହୋଇପାରି ନାହିଁ। ତେଣୁ ଏହାକୁ ଅଧିକ ଲୋକପ୍ରିୟ କରିବା ପାଇଁ ଦୀର୍ଘ ଦିନରୁ ସ୍ବପ୍ନ ରହିଥିଲା। ଅଲ୍‌ଟିମେଟ ଖୋ ଖୋ ସେହି ପରିକଳ୍ପନାରୁ ଜନ୍ମ ନେଇଛି। ପ୍ରତ୍ୟେକ ଜିନିଷର ଆରମ୍ଭ ସହଜ ହୋଇ ନ ଥାଏ। ଆରମ୍ଭ ହେଲା ପରେ ତାହାକୁ ବଜାୟ ରଖିବା ମଧ୍ୟ କଷ୍ଟକର ହୋଇଥାଏ। ତେଣୁ ଏହି ଲିଗ୍‌ ଯେପରି ଆଗାମୀ ଦିନରେ ଆହୁରି ବଡ଼ ଆକାରରେ ହୋଇପାରିବ ଏବଂ ଅଧିକ ଆକର୍ଷଣୀୟ ହେବ ସେଥିପାଇଁ ଯୋଜନା ପ୍ରସ୍ତୁତ କରାଯିବ। କୋଭିଡ୍‌-୧୯ ପାଇଁ ଏହି ଲିଗ୍‌ ବିଳମ୍ବରେ ଆରମ୍ଭ ହୋଇଛି ଏବଂ ଆମେ ଏହାକୁ ଗୋଟିଏ ସହରରେ ସୀମିତ ରଖିଛୁ। ଆଗାମୀ ଦିନରେ ଏହାକୁ ଅଧିକ ସହରରେ ପହଞ୍ଚାଇବା ପାଇଁ ଯୋଜନା କରୁଛୁ। ଓଡ଼ିଶା ସରକାର ଖେଳ ପାଇଁ ଅନେକ କିଛି ପଦକ୍ଷେପ ଗ୍ରହଣ କରିଛନ୍ତି। ଫଳରେ ସେଠାରେ ଏବେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ସମ୍ଭବ ହୋଇପାରିଛି। ତେଣୁ ଭବିଷ୍ୟତରେ ଭୁବନେଶ୍ୱରରେ ମଧ୍ୟ ଏହି ଲିଗ୍‌ର କିଛି ମ୍ୟାଚ ଆୟୋଜନ ହୋଇପାରେ। ବିଦେଶୀ ଖେଳାଳିଙ୍କୁ ସାମିଲ କରାଯିବାର କିଛି ଯୋଜନା ରହିଛି କି ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ନିୟୋଗୀ କହିଲେ ଯେ, ଆଫ୍ରିକୀୟ ଦେଶଗୁଡ଼ିକରେ ୬ ଫୁଟରୁ ଊର୍ଦ୍ଧ୍ୱ ଖେଳାଳିମାନେ ଖେଳୁଥିବା ନଜିର ରହିଛି। ତେଣୁ ବିଦେଶୀ ଖେଳାଳିଙ୍କ ଉପସ୍ଥିତି ନିଶ୍ଚିତ ପ୍ରତିଯୋଗିତାକୁ ଅଧିକ ଆକର୍ଷଣୀୟ ଏବଂ ରୋମାଞ୍ଚକ କରିବ। ଆଗାମୀ ଦିନରେ ଯଦି ବିଦେଶୀ ଖେଳାଳିଙ୍କୁ ସାମିଲ କରାଯିବ ତେବେ ବିଭିନ୍ନ ଦୃଷ୍ଟିକୋଣକୁ ବିଚାରକୁ ନେଇ ବିଶେଷ କରି ଯେପରି ଭାରତୀୟ ଖେଳାଳିମାନେ ଅଧିକ ଉପକୃତ ହୋଇପାରିବେ ତାକୁ ଦୃଷ୍ଟିରେ ରଖାଯିବ।
ନିୟମ ପରିବର୍ତ୍ତନ ସମ୍ପର୍କରେ ନିୟୋଗୀଙ୍କ ମତ ହେଲା, ପ୍ରତିଯୋଗିତାକୁ ମନୋରଞ୍ଜନଧର୍ମୀ କରାଯିବାକୁ ଚେଷ୍ଟା କରାଯାଇଛି। ଏବେ ଅଧିକାଂଶ ଖେଳରେ ନିୟମ ପରିବର୍ତ୍ତନ ହୋଇଯାଇଛି। ବିଶେଷ କରି ଲିଗ୍‌ଗୁଡ଼ିକରେ ଏହା ପ୍ରଣୟନ ହୋଇଛି। ତେଣୁ ଆମେ ଖେଳାଳି ନିଲାମ ପ୍ରକ୍ରିୟା ସହ ଅଲ୍‌ଟିମେଟ ଖୋ ଖୋରେ ଡିଆର୍‌ଏସ୍‌, ଆଟାକର ଓ ଓ୍ବାଜିର ଭଳି କେତେକ ନୂଆ କଥାକୁ ସାମିଲ କରିଛୁ। ବିଶେଷ କରି କ୍ୟାମେରାରେ ଯେପରି ମ୍ୟାଚ ସମୟର ଆକ୍ସନ ଭଲଭାବେ ଦୃଶ୍ୟମାନ ହୋଇପାରିବ ତାକୁ ଦୃଷ୍ଟିରେ ରଖିଛୁ। ଏଥିପାଇଁ ବିଶେଷଜ୍ଞଙ୍କ ପରାମର୍ଶ ମଧ୍ୟ ନିଆଯାଇଛି। ଆଗାମୀ ଦିନରେ ମହିଳା ଖୋ ଖୋ ଲିଗ୍‌ର ମଧ୍ୟ ଆୟୋଜନ ଯୋଜନା ରହିଛି। ତେବେ ଏଥିପାଇଁ ଭଲଭାବେ ବିଚାରବିମର୍ଶ ପରେ ଯାହାକିଛି ନିଷ୍ପତ୍ତି ନିଆଯିବ। ଖୋ ଖୋର ପ୍ରଚାର ଓ ପ୍ରସାର ଠିକ୍‌ଭାବେ ହୋଇପାରିଲେ ଏହା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନ୍ୟ କ୍ରୀଡ଼ା ପରି ଲୋକପ୍ରିୟତା ଅର୍ଜନ କରିପାରିବ ଏଥିରେ ଦ୍ୱିମତ ନାହିଁ ବୋଲି ତେନ୍‌ଜିଂ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

ICC ଦିନିକିଆ ମାନ୍ୟତା: ଶୀର୍ଷରେ ରୋହିତ, ଦ୍ୱିତୀୟ ସ୍ଥାନକୁ ଉଠିଲେ କୋହଲି

ମୁମ୍ବାଇ,୧୦।୧୨: ଆଇସିସି ଦ୍ୱାରା ବୁଧବାର ପ୍ରକାଶିତ ସଦ୍ୟତମ ଦିନିକିଆ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ବିରାଟ କୋହଲି ଦୁଇଟି...

ଟ୍ରକ୍‌କୁ ସାଇଡ୍‌ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri